AD

ଧାର ଧାର ହୋଇ ନିମ୍ବ ଗଛରୁ ବାହାରୁଛି କ୍ଷୀର

 


ଧାର ଧାର ହୋଇ ନିମ୍ବ ଗଛରୁ ବାହାରୁଛି କ୍ଷୀର ।  ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟି ସତ । ନିମ୍ବ ଦାରୁରେ ମହାପ୍ରଭୁଙ୍କ ପ୍ରତିମା ତିଆରି କରାଯାଏ । ଏଇ ବିଶ୍ୱାସ ନେଇ ଲୋକଙ୍କ ମନରେ ଭରିଯାଇଛି ଅସୀମ ଭକ୍ତି ଭାବନା । ଗାଁ ମୁଣ୍ଡରେ ଥିବା ଏହି ନିମ୍ବ ଗଛରୁ ହଠାତ ଏପରି କ୍ଷୀର ବାହାରିବାକୁ ନେଇ ଲୋକଙ୍କ ମନରେ ନିମ୍ବ ଗଛରେ ଭଗବାନ ଆର୍ବିଭାବ ହୋଇପାରନ୍ତି ବୋଲି ବିଶ୍ୱାସ କରିଛନ୍ତି । ଶ୍ରାବଣ ମାସ ସୋମବାରରେ ହୁଏତ ମହାଦେବ ଆର୍ବିଭାବ ହୋଇପାରନ୍ତି ବୋଲି କହିଛନ୍ତି ଗ୍ରାମବାସୀ । ଏନେଇ ଲୋକମାନେ ପୂଜାର୍ଚ୍ଚନା କରୁଥିବା ଦେଖାଯାଇଛି ।

 ଏଭଳି ଭକ୍ତିମୟ ପରିବେଶ ବଲାଙ୍ଗିର ଜିଲ୍ଲା ମାୟାବର୍ହା ଗାଁ ରେ ଦେଖିବାକୁ ମିଳିଛି । ସୂଚନା ଅନୁସାରେ ମାୟାବର୍ହା ଗାଁ ର କୁଶ ମେହେର ସକାଳୁ ନିଜ କ୍ଷେତକୁ ଯାଇଥିବା ବେଳେ ଖେତଆଡିରେ ଥିବା ନିମ୍ବ ଗଛରେ ଧାରଧାର ଧଳା ତରଳ ପଦାର୍ଥ ଝରୁଥିବାର ଦେଖିବାକୁ ପାଇଥିଲେ । ସେହି ଧଳା ପଦାର୍ଥ କଣ ଜାଣିବା ପାଇଁ ଏହାକୁ ଚାଖିଥିଲେ ପରେ ଏହା କ୍ଷୀର ପରି ଲାଗିଥିଲା । ପରେ ଗାଁ କୁ ଯାଇ ନିମ୍ବ ଗଛରୁ କ୍ଷୀର ବାହାରୁଥିବା କଥା ସେ ସମସ୍ତଙ୍କୁ ଜଣାଇଥିଲେ । ଖବର ଧିରେ ଧିରେ ସାରା ଗାଁରେ ବ୍ୟାପିଗଲା ପରେ ନିମ୍ବ ଗଛତଳେ ଲୋକଙ୍କ ଭିଡ ଜମିବା ସହିତ ଶ୍ରାବଣ ମାସ ସୋମବାର ହୋଇ ଥିବାରୁ କିଛିଲୋକ ପୂଜାର୍ଚନା କରିବାକୁ ଲାଗିଥିଲେ ।

Post a Comment

0 Comments