AD

ଭଉଣୀର ଶବକୁ କାନ୍ଧ ଦେଲେନି ଭାଇ କି ପରିବାର କି ଜାତିଭାଇ


ମଲା ପରେବି ଆତ୍ମାକୁ ମିଳିନଥିବ ଶାନ୍ତି । ଅନ୍ୟ ଜାତିରେ ବାହା ହୋଇଥିଲେ ବୋଲି ସବୁ ସମ୍ପର୍କ ପର ହୋଇଯାଇଥିଲା । ଭଉଣୀର ଶବକୁ କାନ୍ଧ ଦେଲେନି ଭାଇ କି ପରିବାର କି ଜାତିଭାଇ । ବିଳମ୍ବିତ ରାତି ଯାଏ ପଡିରହିଲା ଶବ । ଶେଷରେ ନରସିଂହପୁର ବ୍ଲକ ଯୁବ ବିଜେଡ଼ି ସଭାପତି ନିଜର ସାଙ୍ଗସାଥୀଙ୍କୁ ନେଇ ଶବକୁ କାନ୍ଧ ଦେଇ ଶ୍ମଶାନରେ ସତ୍କାର କରି ଦେଇଛନ୍ତି ଆଦର୍ଶ ମଣିଷର ପରିଚୟ । 

ନରସିଂହପୁର ବ୍ଲକ ଡ଼ିମିରିଆ ଗାଁର ସନ୍ତୋଷ ସାହୁ ନୂଆପାଟଣା ଗାଁର ବୈଜୟନ୍ତୀ ସାହୁ ଓରଫ ଟିକିନା ଅନ୍ୟ ଜାତିର ଏକ ପୁଅ ସନ୍ତୋଷଙ୍କୁ ବିବାହ କରିଥିଲେ । ସେଥିପାଇଁ  ପରିବାର ଲୋକେ ଗ୍ରହଣ କରୁ ନଥିଲେ ବୈଜୟନ୍ତୀଙ୍କୁ ।  ଯାହାଫଳରେ ବିଭିନ୍ନ ସମୟରେ ପାରିବାରିକ କଳହ ଲାଗି ରହୁଥିଲା ।  ବୈଜୟନ୍ତୀ ବିବାହ କରିବି ଖୁସିରେ ନଥିଲେ । ପାରିବାରିକ କଳହରୁ  ଆତ୍ମହତ୍ୟା କରିଥିବା ଅନୁମାନ ହେଉଛି । 

ବୈଜୟନ୍ତୀଙ୍କ ଶବ ବ୍ୟବଛେଦ ପରେ ଆସି ପହଞ୍ଚିଥିଲା ଗାଁରେ । ହେଲେ ସେ  ଅନ୍ୟ ଜାତିରେ ବିବାହ କରିଥିବାରୁ ଶବ ସତ୍କାର ପାଇଁ ଆସିଲେନି ଜାତି ଭାଇ । ରାତି ପ୍ରାୟ  ଦଶଟା ପର୍ଯ୍ୟନ୍ତ ଗାଁ ରେ ଶବ ପଡ଼ି ରହିଥିଲା  । ଶବ ଦୀର୍ଘ ସମୟ ଧରି ପଡ଼ିରହିବା ଖବର ପାଇ ନରସିଂହପୁର ବ୍ଲକ ଯୁବ ବିଜେଡ଼ି ସଭାପତି ଏବଂ କିଛି ସ୍ଵେଚ୍ଛାସେବୀ ଯୁବକ ଗାଁରେ ପହଞ୍ଚି ଶବର ଅନ୍ତିମ ସଂସ୍କାର କରିଥିଲେ । 

ନରସିଂହପୁର ବ୍ଲକ ଯୁବ ବିଜେଡ଼ିର କର୍ମକର୍ତ୍ତାଙ୍କ ସମାଜସେବାର ନିଦର୍ଶନକୁ ସବୁ ମହଲରୁ ପ୍ରଶଂସା ମିଳିଛି ।

Post a Comment

0 Comments