AD

Beware of Pink WhatsApp ପିଙ୍କ ହ୍ଵାଟ୍ସଆପ ପ୍ରତି ସାବଧାନ

ରାଜ୍ୟରେ ଦିନକୁ ଦିନ ସାଇବର କ୍ରାଇମ ବୃଦ୍ଧି ପାଇବାରେ ଲାଗିଛି। ଦିନକୁ ଦିନ ସୋସିଆଲ ମିଡିଆ ମାଧ୍ୟମରେ ଲୋକେ ବଡ଼ ଧରଣର ଠକାମୀର ଶିକାର ହେଉଛନ୍ତି। ଏବେ ପୁଣି ହ୍ବାଟ୍ସ ଆପ ଜରିଆରେ ଠକେଇ ଚାଲିଛି। ଆପଣ ଯେଉଁ ହ୍ବାଟ୍ସଆପ ବ୍ୟବହାର କରୁଛନ୍ତି ତାହାର ଲୋଗୋ ହେଉଛି ଗ୍ରୀନ । କିନ୍ତୁ ଆମେ ଆଜି ଆପଣଙ୍କୁ କହୁଛ ପିଙ୍କ ହ୍ଵାଟ୍ସଅପ କଥା। ଏହା ଏବେ ଚାରିଆଡେ ଆତଙ୍କ ଖେଳାଉଛି। ଏହାକୁ ବ୍ୟବହାର କରିଥିଵା ଲୋକେ ଠକାମି ଓ ଲୁଟର ଶୀକାର ହେଉଛନ୍ତି।

ସାଇବର ଠକ ମାନେ ହ୍ଵାଟ୍ସଆପ ବ୍ୟବହାରକାରୀଙ୍କୁ ଅଧିକ ଫିଚର ଥିବା ପିଙ୍କ ହ୍ଵାଟ୍ସଅପକୁ ଡାଉନଲୋଡ କରିବାକୁ ବାଧ୍ୟ କରୁଛନ୍ତି। ଲିଙ୍କ ଜରିଆରେ ପିଙ୍କ ହ୍ଵାଟ୍ସଆପକୁ ଡାଉନଲୋଡ କରିଵା ମାତ୍ରେ ଫୋନର ସମସ୍ତ କଣ୍ଟ୍ରୋଲ ସାଇବର ଠକଙ୍କ ହାତକୁ ଯାଉଛି। ଗୁରୁତ୍ଵପୁର୍ଣ୍ଣ ଵ୍ୟାଙ୍କ ତଥ୍ୟ, ଗୋପନୀୟ ଫାଇଲ, ବ୍ୟକ୍ତିଗତ ଫଟୋ, ଭିଡିଓ ସହ ଫୋନରେ ଥିଵା ସବୁ ତଥ୍ୟ ସାଇବର ଲୁଟେରା ନେଇ ଯାଉଛନ୍ତି। ଫଳରେ ବ୍ଲାକମେଲିଂ କରି ପଇସା ହାତଉଛନ୍ତି। ସାଇବର ଠକ ମାନେ ପିଙ୍କ ହ୍ଵାଟ୍ସ ଆପ ବ୍ୟବହାରକୁ ବଢ଼ାଇବା ପାଇଁ ମେସେଜ ମାଧ୍ୟମରେ ଆପର ସମ୍ପ୍ରସାରଣ କରୁଛନ୍ତି। ବନ୍ଧୁ ତଥା ପରିବାରବର୍ଗଙ୍କୁ ଏହି ଠକ ଆପକୁ ଶେୟାର କରିବାକୁ ସାଇବର ଲୁଟେରା ପ୍ରବର୍ତ୍ତାଉଛନ୍ତି।  ତେବେ କେବଳ ଆଣ୍ଡ୍ରଏଡ ୟୁଜର୍ସ ଏହି ଠକାମିର ଶୀକାର ହେଉଛନ୍ତି। 

ସାଇବର ଠକଙ୍କ ଲୁଟର ନୂଆ ଯୋଜନା ଉପରେ ସାଇବର ପୋଲିସର ନଜର ରହିଛି। ସାଧାରଣ ଲୋକଙ୍କୁ ସତର୍କ କରାଇଵା ପାଇଁ ସର୍ତକତା ଜାରି ହୋଇଛି। ମୁମ୍ଵାଇ, କେରଳ, କର୍ଣ୍ଣାଟକ ଆଦି ରାଜ୍ୟରୁ ଠକାମି ଘଟଣା ଗୁଡିକ ସାମ୍ନାକୁ ଆସିଛି। ତେବେ କୌଣସି ଆପ ଡାଉନଲୋଡ କରନ୍ତୁନି। ସବୁବେଳେ ସତର୍କ ରହିଥାନ୍ତୁ। 

Post a Comment

0 Comments