AD

And in between there was a day for the landing of Chandrayaan-3 ଆଉ ମଝିରେ ଦିନେ ରହିଲା ଚନ୍ଦ୍ରଯାନ-୩ର ଲ୍ୟାଣ୍ଡିଂକୁ


 

ଚନ୍ଦ୍ରଯାନ-୩ର ଲ୍ୟାଣ୍ଡିଂକୁ ମଝିରେ ରହିଲା ଆଉ ଦିନେ, ରୁଷର ମୁନ୍ ମିଶନ ଫେଲ୍ ମାରିବା ପରେ ଏବେ ସାରା ବିଶ୍ୱର ନଜର ରହିଛି ଭାରତର ଚନ୍ଦ୍ର ଅଭିଯାନ ଉପରେ  । ୨୩ ତାରିଖକୁ ସାରା ଦେଶ ଉତ୍ସୁକତା ସହ ଅପେକ୍ଷା କରିଛି । ଚନ୍ଦ୍ରଯାନ-୩ର ଲ୍ୟାଣ୍ଡିଂକୁ ମଝିରେ ରହିଲା ଆଉ ଦିନେ । ବର୍ତ୍ତମାନ ଇସ୍ରୋର ଟାର୍ଗେଟ ଅନୁସାରେ ଚନ୍ଦ୍ରଯାନ ଠିକଠାକ୍ କାମ କରୁଛି ।

ଦ୍ଵିତୀୟ ଡି-ବୁଷ୍ଟିଂ ପରେ ଆହୁରି ହ୍ରାସ ପାଇଛି ଚନ୍ଦ୍ରଯାନ-୩ର ବିକ୍ରମ ଲ୍ୟାଣ୍ଡର ଅର୍ବିଟ । ଚନ୍ଦ୍ରଠାରୁ ସର୍ବନିମ୍ନ ଦୂରତା ୨୫ କିଲୋମିଟର ଓ ସର୍ବାଧିକ ଦୂରତା ୧୩୪ କିଲୋମିଟରକୁ ଖସି ଆସିଛି । ଏଥିସହ ଆରମ୍ଭ ହୋଇଛି ଲ୍ୟାଣ୍ଡିଂ ପ୍ରକ୍ରିୟା । ବର୍ତ୍ତମାନ ଚନ୍ଦ୍ରରେ ରାତି ଅଛି । ୨୩ ତାରିଖର ସୂର୍ଯ୍ୟୋଦୟକୁ ଅପେକ୍ଷା ରହିଛି । ୨୩ ତାରିଖ ସଂଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ର ଦକ୍ଷିଣ ମେରୁରେ ଲ୍ୟାଣ୍ଡିଂ କରିବ ଚନ୍ଦ୍ରଯାନ-୩ ।

ଲ୍ୟାଣ୍ଡରର ବେଗ ସେକେଣ୍ଡ ପ୍ରତି ୧ହଜାର ୬୮୦ ମିଟରରୁ ୨ ମିଟରକୁ ଆଣିବାକୁ ପଡ଼ିବ । ଉଭୟ ଲ୍ୟାଣ୍ଡର ଓ ରୋଭର ଶକ୍ତି ହାସଲ ପାଇଁ ସୋଲାର୍ ପ୍ୟାନେଲ ବ୍ୟବହାର କରିବେ । ଲ୍ୟାଣ୍ଡିଂ ପରେ ବିକ୍ରମ ଲ୍ୟାଣ୍ଡରରୁ ୬ ଚକିଆ ରୋଭର ବାହାରି ଚନ୍ଦ୍ରପୃଷ୍ଠରେ ବିଚରଣ କରିବ । ଚନ୍ଦ୍ରଯାନ-୩ର ଲ୍ୟାଣ୍ଡିଂକୁ ସାରା ବିଶ୍ୱ ଅପେକ୍ଷା କରିଛି । ଲ୍ୟାଣ୍ଡିଂ ସଫଳ ହେଲେ ଚନ୍ଦ୍ରପୃଷ୍ଠରେ ଅନ୍ତରୀକ୍ଷ ଯାନ ଅବତରଣ କରାଇବାରେ ଭାରତ ହେବ ବିଶ୍ବର ଚତୁର୍ଥ ରାଷ୍ଟ୍ର।


Post a Comment

0 Comments