AD

And the deer died ପୁଣି ହରିଣ ମୃତ୍ୟୁ

 


ପୁଣି ହରିଣ ମୃତ୍ୟୁ । ଏଭଳି ଘଟଣା ଘଟିଛି ଢ଼ିଙ୍କିଆ ଗୋବିନ୍ଦପୁର ଗ୍ରାମରେ । ସ୍ଥାନୀୟ ଲୋକଙ୍କ କହିବା କଥା ଏହି ସ୍ଥାନରେ ବାରମ୍ବାର ଶିକାରୀ ମାନେ ଜାଲ ବିଛାଇ ଥାଆନ୍ତି। ତେବେ ହରିଣ ମୃତ୍ୟୁ ର ମୁଖ୍ୟ କାରଣ ହେଲା ଶିକାରୀଙ୍କ ଦ୍ଵାରା ହରିଣର ମୃତ୍ୟୁ ଘଟିଛି  । JSW କମ୍ପାନୀ ଦ୍ଵାରା ମୃତ ହରିଣକୁ ଉଦ୍ଧାର କରାଯାଇଛି। ହରିଣ ର ମୃତ୍ୟୁ କେମିତି ହେଲା ତାହା ସନ୍ଦେହ ଘେରରେ। ସ୍ଥାନୀୟ ଲୋକଙ୍କ କହିବା କଥା ଏହି ସ୍ଥାନରେ ବାରମ୍ବାର ହରିଣ ଶିକାର ହେଉଥିବା ହେତୁ ଏମିତି ଘଟଣା ଘଟିଛି।

 

 ବାରମ୍ବାର ହରିଣ ମୃତ୍ୟୁ ବର୍ତ୍ତମାନ ସନ୍ଦେହ ବଢାଇ ଦେଇଛି।  ଏହି ବାବଦରେ କୁଜଙ୍ଗ ଜଙ୍ଗଲ ବିଭାଗ ଅଧିକାରୀ ଙ୍କୁ ପଚାରିବାରୁ ଘଟଣାର ତଦନ୍ତ ଚାଲିଛି। ଅଧିକାରୀ ଘଟଣା ସ୍ଥଳକୁ ଯାଇଛନ୍ତି ପରବର୍ତ୍ତୀ ସମୟରେ ଜଣା ପଡ଼ିବ ବୋଲି କହିଛନ୍ତି। ତେବେ ବାରମ୍ବାର ହରିଣ ମୃତ୍ୟୁ ନେଇ ପଚାରିବାରୁ କୌଣସି ପ୍ରକାର ପ୍ରତିକ୍ରିୟା ରଖି ନାହାଁନ୍ତି। ତେବେ ଛ ମାସ ମଧ୍ୟରେ ଏକାଧିକ ହରିଣ ମୃତ୍ୟୁ ହୋଇଥିବା ନଜର ଆସିଛି।

Post a Comment

0 Comments