ଛେଳିକୁ ଗିଳିଥିଲା ଅଜଗର ସାପ । ଅଜଗର ପେଟରୁ ବାହାରିଲା ଛେଳି । ଏଭଳି ଘଟଣା ସୁବର୍ଣ୍ଣପୁର ଜିଲ୍ଲା କୁଡାପଡାରେ ଘଟିଛି । ଗତକାଲି ସ୍ଥାନୀୟ କଳାପଥର ଗାଁର ଛେଳି ଚରାଳି ସଦାନନ କର୍ଣ୍ଣ ଛେଳି ଚରାଇବାକୁ ବନକୁ ଯାଇଥିଲେ ।ଛେଳିଟି ବୁଦା ନିକଟରେ ଚରୁଥିବା ବେଳେ ଅଜଗର ତାକୁ ଭିଡି ନେଇଥିଲା ।
ପରେ ଲୋକେ ପହଞ୍ଚି ବନ ବିଭାଗକୁ ସୂଚନା ଦେଇଥିଲେ । ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ସାପକୁ ଧରିଥିଲେ । ପରେ ସାପ ଗିଳିଥିବା ଛେଳିକୁ ବାହାର କରାଯାଇଥିଲା । ବନ ବିଭାଗ କର୍ମଚାରୀ ଅଜଗରକୁ ନିକଟସ୍ଥ ସୁନାପାଲି ଜଙ୍ଗଲରେ ଛାଡିଦେଇଛନ୍ତି ।
0 Comments
Please do not enter any Spam Link in the comment Box ,