ଆଠଗଡ଼ ରେଞ୍ଜକୁ ପୁଣି ଫେରିଲେ ୧୭ ଟିକିଆ ହାତୀପଲ । ଚନ୍ଦକା ଅଭୟାରଣ୍ୟରୁ ମହାନଦୀ ପାର ହୋଇ ପୁଣି ଆଠଗଡ଼ ବନଖଣ୍ଡରେ ପ୍ରବେଶ କରିଛନ୍ତି।କନ୍ଦରପୁର ଠାରେ ମହାନଦୀ ପାର ହୋଇ ଆଠଗଡ଼ ମୁଣ୍ଡଳୀ ରାସ୍ତା ଦେଇ ଆଠଗଡ଼ ରେଞ୍ଜକୁ ପ୍ରବେଶ କରିଛନ୍ତି।ହାତୀପଲ ରାସ୍ତା ପାର ବେଳେ ଦୀର୍ଘ ସମୟ ଧରି ଧରି ରାସ୍ତାରେ ଯାତାୟାତ ଠପ୍ ହୋଇଯାଇଥିଲା ।ହାତୀପଲ ଫେରିବା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଏବେ ଭୟର ବାତାବରଣ ସୃଷ୍ଟି ହୋଇଛି ।
ହାତୀପଲ ନିକଟସ୍ଥ ଖଳଖଳା ଜଙ୍ଗଲରେ ରହି ଥିବା ବେଳେ ଆଠଗଡ଼ର କନ୍ଦରପୁର, ରାଜନଗର ବେଣ୍ଟପଦା, ମେଘା କଟକିଆସାହି, ଘଣ୍ଟିଖାଲ, ମହାକାଳବସ୍ତ୍ର, ଧୁରୁଷିଆ ଆଦି ପଞ୍ଚାୟତର ଶତାଧିକ ଚାଷୀ ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି।ତେବେ ହାତୀପଲଙ୍କ ଉପରେ ବନବିଭାଗର କର୍ମଚରୀମାନେ ନଜର ରଖିଥିବା ଜଣାପଡିଛି ।
0 Comments
Please do not enter any Spam Link in the comment Box ,