AD

ପଥର ଷଣ୍ଢ ପାଣି ଓ କ୍ଷୀର ପିଉଛି





 

ଗଛମୂଳରେ ପୂଜା ପାଉଥିଲେ ଶିବ ବୃଷଭ ପୂଜା ବେଳେ ପୂଜା କରୁଥିବା ମହିଳା ଦେଖିଲେ ଯେ ପଥର ଷଣ୍ଢ ପାଣି ପିଉଛି ପରେ ଖବର ଶୁଣି ଲୋକେ କ୍ଷୀର ମଧ୍ୟ ପିଆଇଲେ ଆଉ ଏହି ଖବର ପ୍ରଚାରିତ ହେବା ପରେ ଭଦ୍ରକ ଜିଲ୍ଲା ତିହିଡି ଗୁଡପାଳ ଗାଁରେ ଲୋକଙ୍କ ସୁଅ ଛୁଟୁଛି  

ଗାଁର ଏକ ଗଛମୂଳରେ ପୂଜା ପାଉଥିବା ଶିବଙ୍କ ପାଖରେ ରହିଛି ପଥର ନିର୍ମିତ ବୃଷଭ ସନ୍ଧ୍ୟା ସମୟ ରେ ପୂଜା କରୁଥିବା ଜଣେ ମହିଳା ପଥର ବୃଷଭ ନିକଟରେ ହାତ ଆଞ୍ଜୁଳିରେ ପାଣି ଦେଇଥିଲେ କିଛି ସମୟ ମଧ୍ୟରେ ଆଞ୍ଜୁଳାଏ ପାଣି ସାରିଯାଇଥିଲା ।ଏହା ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ   ଏହି ଖବର ଗାଁ ଲୋକେ ଜାଣିବା ପରେ ଗାଁ ଲୋକଙ୍କ ଭିଡ ଜମି ଯାଇଥିଲା ସେହି ସ୍ଥାନରେ  

ଅନେକ ଲୋକେ ଏହି ଘଟଣାକୁ ଅଲୌକିକ ଐଶ୍ବରିକ ଶକ୍ତି ବୋଲି ଭାବିଲେଣି ଦୂର ଦୁରାନ୍ତରୁ ଲୋକେ ଗୁଡ଼ପାଳକୁ ଯାଇ ପଥର ବୃଷଭକୁ ନିଜ ହାତରେ ପାଣି ପିଆଉଛନ୍ତି  ଲୋକେ କ୍ଷୀର ପାଣି ନେଇ ପଥର ଶିବ ଙ୍କ ମୁହଁ ନିକଟ ରେ ରଖୁଛନ୍ତି ତେବେ କିଛି ସମୟ ମଧ୍ୟ ରେ କ୍ଷୀର ସବୁ ଚାମଚ ରୁ ସରିଯାଉଥିବା ଦେଖିବା ପାଇଁ ମିଳୁଛି ତେବେ ଏହିଠାରେ ଏକ ମନ୍ଦିର ପ୍ରତିଷ୍ଠା ପାଇଁ ଗ୍ରାମବାସୀ ଅଣ୍ଟା ଭିଡ଼ିଲେଣି

ଏହି ଘଟଣା ପଛ କାରଣ ଅଲୌକିକ ହେଉ କି କୌଣସି ବୈଜ୍ଞାନିକ କାରଣ , କିନ୍ତୁ ଲୋକେ ଏବେ ମନ ରେ ଆଶା ବାନ୍ଧିଛନ୍ତି ଯେ ଏଠାରେ ଠାକୁର ବିଦ୍ୟମାନ ଅଛନ୍ତି ମହାଦେବଙ୍କ ଆବିର୍ଭାବ ହୋଇଛନ୍ତି ବୋଲି ଗାଁରେ ଶୁଣିବାକୁ ମିଳୁଛି ଗତ କିଛିଦିନ ତଳେ ଗଜପତି ଜିଲ୍ଲାର ମୋହନା ଅଞ୍ଚଳର ଏକ ଦୁର୍ଗମ ପାହାଡ ଅଞ୍ଚଳରେ ସ୍ବପ୍ନାଦେଶ ଦେଇ ଫୁଟି ଶିବଲିଙ୍ଗ ମିଳିଥିଲା ବିଶେଷ କରି ଶ୍ରାବଣ ମାସରେ ଏହି ଅଲୌକିକ ଘଟଣାକୁ ନେଇ ସବୁଠି ଚର୍ଚ୍ଚା

 


Post a Comment

0 Comments