AD

ପ୍ରସିଦ୍ଧ ପାରମ୍ପରିକ କଣ୍ଢେଇ ଯାତ୍ରା

 



ବ୍ରହ୍ମପୁରର ପ୍ରସିଦ୍ଧ ପାରମ୍ପରିକ କଣ୍ଢେଇ ଯାତ୍ରା ବେଶ ଧୁମଧାମରେ ପାଳିତ ହୋଇଛି ବ୍ରହ୍ମପୁର ସହରର ଖାସ୍ପାସାହି (KHASPA SAHI) ଏଥିପାଇଁ ବେଶ୍ ଗହଳଚହଳ   ହୋଇଉଠିଥିଲା ଏହି କଣ୍ଢେଇ ଯାତ୍ରାରେ ବ୍ରହ୍ମପୁର ସହର ସମେତ ସମଗ୍ର ଗଂଜାମ ଜିଲ୍ଲାର ବିଭିନ୍ନ ସ୍ଥାନରୁ ସୁଅ ଛୁଟିଥିଲା ଶ୍ରଦ୍ଧାଳୁମାନଙ୍କର  

କୁହାଯାଏ ଏହି କଣ୍ଢେଇ ଯାତ୍ରା ତିନି ଶହ ବର୍ଷର ପାରମ୍ପରିକ ଯାତ୍ରା ପବିତ୍ର ଆଷାଢ଼ ପୂର୍ଣ୍ଣିମା ତିଥିରେ ଅନୁଷ୍ଠିତ ହୁଏ ପ୍ରସିଦ୍ଧ କଣ୍ଢେଇ ଯାତ୍ରା ଏହି ଦିନ ଖାସ୍ପାସାହି ଠାରେ ଥିବା ଗଡଜଗନ୍ନାଥ ବଡଜଗନ୍ନାଥଙ୍କୁ ପ୍ରଭୁ ଶ୍ରୀରାମଙ୍କପଟ୍ଟାଭିଷେକ ମାଁ ବୁଢୀ ଠାକୁରାଣୀଙ୍କୁ ମାଁ ଅନ୍ନପୂର୍ଣ୍ଣା ବେଶରେ ଭୁଷିତ କରାଯିବା ପରମ୍ପରା, କାହିଁ କେଉଁ କାଳରୁ ରହି ଆସୁଛି ଶ୍ରଦ୍ଧାଳୁ ମାନେ ଖାସ୍ପା ସାହି ଜଗନ୍ନାଥ ମନ୍ଦିରରେ ଜଗନ୍ନାଥଙ୍କ ଶ୍ରୀରାମଙ୍କ ପଟ୍ଟାଭିଷେକ ମାଁ ବୁଢୀ ଠାକୁରାଣୀଙ୍କୁ ଅନ୍ନପୂର୍ଣ୍ଣା ବେଶ ଦର୍ଶନ କରିଥିଲେ

 

ମହାପ୍ରଭୁଙ୍କ ଦର୍ଶନ ସାରିବା ପରେ ଲୋକେ ଭିଡ ଜମାଇଥିଲେ କଣ୍ଢେଇ ଯାତ୍ରାରେ ବିଭିନ୍ନ କଣ୍ଢେଇ ଷ୍ଟଲ ପସରାକୁ ଯାଇ  ବିଭିନ୍ନ ରକମର କଣ୍ଢେଇ କିଣିଥିଲେ ଲୋକେ। ରଥଯାତ୍ରାରୁ ବାହୁଡ଼ା ଯାତ୍ରା ପର୍ଯ୍ୟନ୍ତ ଏହି ନବଦିନାତ୍ମକ ଯାତ୍ରାକୁ ମନେରଖିବା ପାଇଁ ଜଗନ୍ନାଥଙ୍କୁ ପଟ୍ଟାଭିଷେକ ବେଶରେ ସଜ୍ଜିତ କରାଯାଇଥାଏ  

ପ୍ରଭାବଶାଳୀ ରାଜା ମହୁରୀରାଜଙ୍କ ମହୁରୀଗଡ଼ ଭାଙ୍ଗିବା ପରେ ବ୍ରହ୍ମପୁରରେ ନୂତନ ରାଜବାଟି ନିର୍ମାଣ କରି ପହଞ୍ଚିବା ପରେ ସହରରେ ଆରମ୍ଭ ହୋଇଥିଲା ଏହି କଣ୍ଢେଇ ଯାତ୍ରା  

ମହାରଣା, କାରିଗର, କୁମ୍ଭାର ପରିବାର ମାନେ କଣ୍ଢେଇ ନିର୍ମାଣ କରି ବିକ୍ରି କରିବା ସହିତ ସେମାନଙ୍କର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ହେଉଛି କଣ୍ଢେଇ ଯାତ୍ରାର ମୂଳ ଉଦେଶ୍ୟ ବୋଲି କହିଛନ୍ତି ବିଶେଷଜ୍ଞ ସେପଟେ କଣ୍ଢେଇ ଯାତ୍ରାରେ ପୂର୍ବର ସହରର ବିଭିନ୍ନ ସ୍ଥାନରୁ କଣ୍ଢେଇ ଆଣି ବିକ୍ରି କରୁଥିଲେ କାରିଗର ମାନେ କିନ୍ତୁ ବର୍ତ୍ତମାନ ମାଟି କଣ୍ଢେଇ ଅପେକ୍ଷା ପ୍ଲାଷ୍ଟିକ, ଇଲେଟ୍ରୋନିକ୍ସ, କପଡ଼ା ନିର୍ମିତ କଣ୍ଢେଇର ଚାହିଦା ରହିଛି ତେଣୁ ଅନେକ ବ୍ୟବସାୟୀ ମାନେ କେବଳ ଗଞ୍ଜାମ ନୁହେଁ ବରଂ କଲିକତାରୁ ମଧ୍ୟ ବ୍ୟବସାୟୀ ମାନେ କଣ୍ଢେଇ ଯାତ୍ରାକୁ ଆସି କଣ୍ଢେଇ ବିକ୍ରି କରୁଛନ୍ତି ବିଭିନ୍ନ ଠାକୁର ଠାକୁରାଣୀଙ୍କ କଣ୍ଢେଇ, ଘର ସଜ୍ଜିତ କରିବା ନିମନ୍ତେ ସାମଗ୍ରୀ ସହ ବିଭିନ୍ନ କଳାକୃତି ମଧ୍ୟ ବିକ୍ରି କରାଯାଉଛି ୫୦ ଟଙ୍କାରୁ ଆରମ୍ଭ କରି ଅଧିକ ମୂଲ୍ୟ ପର୍ଯ୍ୟନ୍ତ କଣ୍ଢେଇ ବିକ୍ରି କରୁଛନ୍ତି କଣ୍ଢେଇ ବ୍ୟବସାୟୀ ଦର ଦେଖି ନୁହେଁନିଜ ପସନ୍ଦର କଣ୍ଢେଇ କିଣି ଗ୍ରାହକ ବେଶ୍ଖୁସି ଥିବା ଦେଖିବାକୁ ମିଳିଥିଲା ଯାତ୍ରାରେ

 


Post a Comment

0 Comments