AD

ବିସ୍ଥାପିତ ଏବଂ ଆଂଶିକ ବୁଡି ଅଞ୍ଚଳର 23ଦଫା ଦାବି ପୁରଣ ନ ହେଲେ,ଭୋଟ ବର୍ଜନ ସହ,ନବୀନ ନିବାସ ହେବ ଘେରାଉ

ଗଜପତି ଜିଲ୍ଲା ରା ଉଦୟଗିରି ତହସିଲ୍ ଅନ୍ତର୍ଗତ ଛେଳିଗଡ଼ ଜଳ ପ୍ରକଳ୍ପ ଅଧୀନ ରେ ଚାଲିଛି  ଡେମ୍ କାମ ।ଲୋକଙ୍କ ଅଭିଯୋଗ ସରକାର କହୁଛନ୍ତି ୫ ଖଣ୍ଡ ଗ୍ରାମ ବୁଡିବ ଆଉ କିଛି ଗ୍ରାମ ଆଂଶିକ ବୁଡିଅଞଳ ହେବ ।କିନ୍ତୁ ଲୋକଙ୍କ ଅଭିଯୋଗ ପ୍ରାୟ ୨୪ ଖଣ୍ଡ ଗ୍ରାମବାସୀ କ୍ଷତିଗ୍ରସ୍ତ ହେବେ । ତେଣୁ ଅଞ୍ଚଳ ବାସୀ ଦାବୀ ପୂରଣ ପାଇଁ 5ଟି ସଚିବ ଙ୍କୁ ଭେଟିବାକୁ ଚାଇଁଥିଲେ, କିନ୍ତୁ 5T ସଚିବ ଭି କେ ପାଣ୍ଡିଆନ୍ ଙ୍କୁ ମିଶିବା ପାଇଁ ଆମକୁ ସୁଯୋଗ ଦିଆ ଗଲାନି ବୋଲି ଲୋକେ ଅଭିଯୋଗ କରିଛନ୍ତି । ତେଣୁ ଅଞ୍ଚଳ ବାସୀ ମଧ୍ୟ କିଛି ଦିନ ତଳେ ଚାଲିଥିବା ଟନେଲ କାମ ବନ୍ଦ କରାଇଥିଲେ । ଯାହାକୁ ନେଇ ଥାନାର ଦ୍ବାରସ୍ଥ ହୋଇ ପ୍ରକଳ୍ପ ଅଧିକାରୀ ଗ୍ରାମ ବାସୀ ଙ୍କ ବିରୋଧ ରେ ଅଭିଯୋଗ କରିଥିଲେ ।ପରେ ଏହି 13ଖଣ୍ଡ ଗ୍ରାମର ଶତାଧିକ ଲୋକ ବ୍ରହ୍ମପୁର ଯାଇ ଆର୍ ଡି ସି ଙ୍କୁ ନିଜ ଅସୁବିଧା ବିଷୟରେ ଜଣାଇବା ପାଇଁ ଯାଇଥିଲେ ମଧ୍ୟ ଆର୍ ଡି ସି ଙ୍କୁ ମିଶି ପାରିନଥିଲେ ଲୋକେ ।ସେ ନେଇ ଧୀରେ ଧୀରେ  ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ।

 ଶୁକ୍ରବାର ଦିନ ଛେଳିଗଡ଼ ଅଞ୍ଚଳର  ଶତାଧିକ ଲୋକେ ଏକତ୍ରିତ ହୋଇ ପଦକ୍ଷେପ ନେଇଛନ୍ତି ଯେ  23ଦଫା ଦାବି ଯଦି ସରକାର ପୂରଣ ନ କରନ୍ତି ତେବେ କିଛି ଦିନ ମଧ୍ୟରେ ରାଜରାସ୍ତା କୁ ଓହ୍ଲାଇ ରାସ୍ତା ରୋକ କରିବା ସହ ନବୀନ ନିବାସ ଘେରିବୁ ଏବଂ ଆଗମୀ ନିର୍ବାଚନ ରେ ଭୋଟ ବର୍ଜନ କରିବା ପାଇଁ  ବୈଠକ ରେ ନିଷ୍ପତି ନିଆଯାଇଛି ବୋଲି ବିସ୍ଥାପିତ ବୁଡି ଅଞ୍ଚଳ ସଂଘ ର ସଭାପତି ଓ କାର୍ମି ଅଞ୍ଚଳ ବାସୀ ଚେତାବନୀ ଦେଇଛନ୍ତିଅନ୍ୟ ପକ୍ଷେ ଲୋକ ଙ୍କୁ ପୋଲିସ୍ ଦ୍ବାରା ଭୟବିତ ମଧ୍ୟ କରଯାଇଥିଲା ପୂର୍ବରୁ ବର୍ତ୍ତମାନ୍ ସେଇ ଭଳି ହେବାକୁ ଦିଆଯିବନାହିଁ ବୋଲି କୁହାଯାଇଛି ଏପରିକି ଅନେକ ପରିବର ଯେଉଁ ମନକୁ ସରକାର ଚୟନ କରିଛନ୍ତି ସେମାନଙ୍କ ମଧ୍ୟ ଟଙ୍କା ଦିଆଯାଇନହିଁ ବିଭାଗୀୟ ଅଧିକାରୀ ଲୁଟି ନେଇଛନ୍ତି ବୋଲି ଅଞ୍ଚଳ ବାସୀ ଦାବୀ କରିଛନ୍ତି


 

Post a Comment

0 Comments