AD

ଆତଙ୍କ ଖେଳାଉଛି କଲରାପତରିଆ ବାଘ


 

ନୂଆପଡା ରେ ଆତଙ୍କ ଖେଳାଉଛି କଲରାପତରିଆ ବାଘ ଦିନେ ନୁହେଁ କି ମାସେ ନୂହେଁ ବର୍ଷ ବର୍ଷ ଧରି ଜିଲ୍ଲା ବିଭିର୍ନ୍ନ ଗାଁ ଅଞ୍ଚଳରେ ବାଘ ଦେଖା ଦେବା ସହ ଅନେକ ସମୟରେ ଧନ ଜୀବନ ନଷ୍ଟ କରୁଛି

କେତେବେଳେ ମଣିଷ ଶିକାର କରୁଛି କେତେବେଳେ ଗୃହ ପାଳିତ ପଶୁ ମାରି ଖାଉଛି ଦୁଇମାସ ହେବ ନୂଆପଡା ରେଞ୍ଜ ଆମାନାରା ବିଟ୍ ଅଞ୍ଚଳରେ ବାଘ ବୁଲୁଥିବା ବେଳେ ଗତକାଲି ସନ୍ଧ୍ୟାରେ କୁକୁଡାତାଲ ମୁଶରଙ୍ଗି ଜଙ୍ଗଲ ଉପରେ ଥିବା ଚଟାଣ ଉପରେ ବାଘ ବସିଥିବା ଲୋକେ ଦେଖିଥିଲେ ବାଘ କେତେବେଳେ ଶୋଇବା ଅବସ୍ଥାରେ ରହିଥିଲା କେତେବେଳେ ବସୁଥିଲା ଯାହାର ଚିତ୍ର ମୋବାଇଲ ରେ ସ୍ଥାନୀୟ ଲୋକେ ଉଠାଇଛନ୍ତି

ଖବର ପାଇ ବନ ବିଭାଗ କର୍ମଚାରୀ ଗାଁ ରେ ପହଞ୍ଚି ଲୋକଙ୍କୁ କେବଳ ସଚେତନ କରିଥିବା ବେଳେ ଠୋସ ପଦକ୍ଷେପ କିଛି ନେଇ ନାହିଁ ତେବେ ଗାଁ ମୁଣ୍ଡରେ ଲାଇଟର ବ୍ୟବସ୍ଥା କରିବା ସହ ତାରବାଡ କରିବା ପାଇଁ ଲୋକେ ଦାବି କରିଛନ୍ତି

Post a Comment

0 Comments