AD

କଲରାପତରିଆ ବାଘ ଛାଲ ସହ ବିଭିନ୍ନ ବନ୍ୟଜନ୍ତୁଙ୍କ ଦେହାବଶେଷ ଜବତ, ତିନି ଗିରଫ


ଓଡ଼ିଶାର ସୀମାନ୍ତ ଏବଂ ଛତିଶଗଡ଼ ଅନ୍ତର୍ଗତ ଇନ୍ଦଗାଓଁ ବନ ବିଭାଗ ପକ୍ଷରୁ ଆଜି ମିଳିତ ଚଢାଉ କରି ଏକ କଲରା ପତରିଆ ବାଘ ଛାଲ , ହରିଣ ସିଙ୍ଘ ଓ କିଛି ବନ୍ୟଜନ୍ତୁ ଦେହାଅବଶେଷ ସହିତ ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିବା ଜଣାପଡିଛି  ।  ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ମୁଣ୍ଡିବେଡ଼ା ପଞ୍ଚାୟତର ଛତିଶଗଡ଼ ସୀମାନ୍ତ କଲମଡଙ୍ଗରି ଗ୍ରାମର କିଛି ଲୋକ ବନ୍ୟଜନ୍ତୁ ଶିକାର କରୁଥିବା ଖବର ମିଳିଥିଲା । ସେମାନେ ବନ୍ୟଜନ୍ତୁ ଶିକାର କରି ସେମାନଙ୍କ ଛାଲ ଓ ଦେହାବଶେଷ ବାହାରକୁ ଚାଲାଣ କରୁଥିଲେ । ବିଶେଷ ସୂତ୍ରରୁ ଖବର ପାଇ ଛତିଶଗଡ଼ର ଇନ୍ଦଗାଓଁ ବନ ବିଭାଗ ଓ ରାଇଘର ବନ ବିଭାଗ ପକ୍ଷରୁ ମିଳିତ ଚଢାଉ ହୋଇଥିଲା । ଗୁରୁବାର ଉଭୟ ରାଜ୍ୟର ବନ ବିଭାଗ ପକ୍ଷରୁ କଲମ ଡଙ୍ଗରି ଗ୍ରାମର ପ୍ରାୟ ୧୦ ରୁ ୧୫ ଗୋଟି ଘରେ ଅଚାନକ ଚଢାଉ ହୋଇଥିଲା । ସେମାନଙ୍କ ମଧ୍ୟରୁ କୁଶ ଭତରା , ଡମାର ମାଝୀ ଓ ମହନ ସିଂ ରାଉତଙ୍କ ଘରୁ ଏକ କଲରା ପତରିଆ ବାଘ ଛାଲ , ହରିଣ ଶିଙ୍ଗ , କୁଟୁରା ଓ ମୟୂର ଆଦି ବନ୍ୟଜନ୍ତୁଙ୍କ ଅବଶେଷ ଜବତ କରିଥିଲା ବନବିଭାଗ ।  ସେମାନଙ୍କ ନିକଟରୁ ଶିକାରରେ ବ୍ୟବହୃତ ତୀର ଓ ବର୍ଚ୍ଛା ଭଳି କିଛି ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ ହୋଇଛି |ବନ ବିଭାଗ ଏ ନେଇ ପୃଥକ ପୃଥକ ଭାବେ କେଶ୍ ନମ୍ବର ୧୧/୨୦୨୩ , ୧୨/୨୦୨୩ ଓ ୧୩/୨୦୨୩ ରେ ମାମଲା ଋଜ୍ଜୁ କରାଯାଇଥିବା ବେଳେ ଆସନ୍ତାକାଲି ତିନି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ନବରଂଗପୁର ଉପ ବନ ସଂରକ୍ଷକ ଧନୁର୍ଜୟ ମହାପାତ୍ର ଓ ଉପ ବନ ସଂରକ୍ଷୀକା ମନ୍‌ସୁନ୍ ଖେମୁଡୁ ପ୍ରକାଶ କରିଛନ୍ତି |

 

Post a Comment

0 Comments