AD

ସଅଳ ହେବ ସ୍ନାନପୂର୍ଣ୍ଣିମା ନୀତିକାନ୍ତି

 



ସଅଳ ହେବ ସ୍ନାନପୂର୍ଣ୍ଣିମା ନୀତିକାନ୍ତି ଲକ୍ଷାଧିକ ଭକ୍ତ ଯେପରି ବିନା ବାଧାରେ ଦର୍ଶନ ପାଇବେ, ସେନେଇ ବନ୍ଦୋବସ୍ତ କରାଯିବ। ଭକ୍ତ ଏବଂ ଭଗବାନଙ୍କ ମଧ୍ୟରେ ଯେପରି ବାଧା ସୃଷ୍ଟି ନକରିବେ ତାଉପରେ ଗୁରୁତ୍ବ ଦିଆଯିବ। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଅନୁଷ୍ଠିତ ସ୍ନାନପୂର୍ଣ୍ଣିମା ନୀତି ସମନ୍ବୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଶ୍ରୀମନ୍ଦିରରେ ଦଇତାପତିଙ୍କ ପ୍ରବେଶ ହେବ। ରାତ୍ର ୧୨ଟାରେ ପହୁଡ ଆଳତି ସରିବାପରେ ୧୨ଟା ୧୫ରେ ଶ୍ରୀମୁଖ ଖଣ୍ଡୁଆ, ୧୨ଟା୨୫ରେ ବାହୁଟି କଣ୍ଟକ ୧୨ଟା ୪୦ରେ କୋଠ ସୁଆଁସିଆ ଚାରବନ୍ଧାକୁ ପ୍ରବେଶ କରିବାର କାର୍ଯ୍ୟକ୍ରମ ରହିଛି। ଏଣେ ସେନାପଟା ଲାଗି ବାହୁଟ କଣ୍ଟ ପାଇଁ ଗତକାଲି ରାତିରେ ସାକ୍ଷୀଗୋପାଳରୁ ଆଠଫୁଟ ଲମ୍ବ ୩ଫୁଟ ଓସାରର ବଉଳ କାଠ ଶ୍ରୀକ୍ଷେତ୍ରରେ ଆସି ପହଞ୍ଚିସାରିଛି। ଦେବସ୍ନାନ ପୂର୍ଣ୍ଣିମାଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଦଇତାପତି ନିଯୋଗର ପ୍ରମୁଖ ଦାୟିତ୍ୱ ରହିଥିବାରୁ ସେମାନଙ୍କ ସହ ସମନ୍ୱୟ ବୈଠକ କରାଯାଇଛି। ଦେବସ୍ନାନ ପୂର୍ଣ୍ଣିମା ଦିନ ଭୋର୍ରୁ ସେନାପଟା ଲାଗି ନୀତି ପରେ ସକାଳ ୬ଟା ପୂର୍ବରୁ ପହଣ୍ଡି ନୀତି ଶେଷ ହେବ। ସକାଳ ୯ଟା ସୁଦ୍ଧା ଦିବ୍ୟ ସ୍ନାନ ୧୨ଟାରେ ଗଜାନନ ବେଶ ବା ହାତୀ ବେଶ ହେବା ନେଇ ନିଷ୍ପତ୍ତି ହୋଇଛି।


ବୈଠକରେ ଭିତର ସେବାୟତ ନିଯୋଗ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ଦଇତାପତି ନିଯୋଗ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ। ବୈଠକରେ ସଅଳ ନୀତିକାନ୍ତି ଉପରେ ନିଷ୍ପତ୍ତି ନିଆଯାଇଥିଲା। ସମ୍ପର୍କରେ ଦଇତାପତି ନିଯୋଗର ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ର କହିଛନ୍ତି, ମନ୍ଦିରର ନୀତିକାନ୍ତି ଉପରେ ସ୍ନାନପୂର୍ଣ୍ଣିମା ନୀତିକାନ୍ତି ନିର୍ଭର କରୁଥିବାରୁ ଏଥିପ୍ରତି ଦୃଷ୍ଟି ଦିଆଯିବ। କୌଣସି ସେବାୟତ ଯେପରି ଶ୍ରୀବିଗ୍ରହଙ୍କ ସମ୍ମୁଖରେ ଛିଡ଼ାହୋଇ ଦର୍ଶନରେ ବ୍ୟାଘାତ ସୃଷ୍ଟି ନକରନ୍ତି, ସେଥିପ୍ରତି ଗୁରୁତ୍ବ ଦିଆଯିବ ବୋଲି ସେ କହିଛନ୍ତି। ଏଥିସହିତ, ସ୍ନାନଯାତ୍ରା ଗଜବେଶ ଦର୍ଶନ ପାଇଁ ଭକ୍ତମାନେ ମାର୍କେଟ୍ଛକରୁ ଧାଡ଼ିରେ ଯିବାକୁ ଥାକିଆ ବ୍ୟାରିକେଡ୍ବ୍ୟବସ୍ଥା କରାଯାଇଥିବା ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି।ସେ କହିଛନ୍ତି, ବ୍ୟାରିକେଡ୍ଉପରେ କପଡ଼ାର ସିଲିଂ କରାଯାଉଛି।

 


Post a Comment

0 Comments