AD

ଭୋକର ଛାତି ଧରା ଦୃଶ୍ୟ।


 

 ଭୋକର ଛାତି ଧରା ଦୃଶ୍ୟ। ଏଭଳି ଅଭାବନୀୟ ଘଟଣା ଯାଜପୁର ଜିଲ୍ଲା ସୁକିନ୍ଦାରେ  ଦେଖିବାକୁ ମିଳିଛି । ଶିଶୁମାନେ ଖାଉଛନ୍ତି  ଭାତ ସାଙ୍ଗେ ଲୁଣ। ଅତି ବେଶିରେ ଭାତ ସାଙ୍ଗରେ ରସୁଣ କୋଲାଏ ମିଳିଗଲେ ଅଧିକ। ଛିଣ୍ଡା ପଲିଥିନ ତଳେ ବିତୁଛି ଶିଶୁମାନଙ୍କ ଜୀବନ। ପାଠ ପଢ଼ିବା ନିମନ୍ତେ ଆବଶ୍ୟକ ସାଧନ ସେମାନଙ୍କ ନିମନ୍ତେ ସାତ ସପନ। କେଉଁ ଦିନ ଅଧାପେଟ ଖାଇବାକୁ ମିଳୁଛି ତ କେଉଁଦିନ ପାଣିପିଇ ଶୋଇବାକୁ ପଡ଼ୁଛି। ରାତିରାତି ଅନିଦ୍ରା ରହିବାକୁ ବି ପଡ଼ୁଛି। କାରଣ ବର୍ଷା ହେଲେ ମୁଣ୍ଡ ଗୁଞ୍ଜିବାକୁ ଦଦରା ଝୁପୁଡ଼ି ଛଡ଼ା ସେମାନଙ୍କ ନିମନ୍ତେ ଅନ୍ୟ ବିକଳ୍ପ ନାହିଁ। ଝଡ଼ାବତାସ ଲାଗି ରହିଲେ ଏମାନଙ୍କ ଅବସ୍ଥା ହୋଇଯାଏ ଦୁର୍ବିସହ। ରାତି ହେଲେ ବିଷଧର ସାପ, ବାଘ, ଭାଲୁ, ହାତୀଙ୍କ ସହ କରିବାକୁ ପଡ଼ୁଛି ସଂଘର୍ଷ। 

 ଏଠାରେ ବସବାସ କରୁଥିବା ବୃଦ୍ଧବୃଦ୍ଧା, ମହିଳା ଓ ପୁରୁଷଙ୍କ ଅବସ୍ଥା ମଧ୍ୟ ସମାନ। ବିକାଶ ଡିଣ୍ଡିମ ପିଟୁଥିବା ସରକାର କିପରି ଲୋକଙ୍କ ପାଖରେ ପହଞ୍ଚିବାରେ ବିଫଳ ହୋଇଛି ଏହା ତାହାର ନଗ୍ନଚିତ୍ର।

Post a Comment

0 Comments