AD

ପୂର୍ବତନ ସରପଞ୍ଚ ତଥା ଗାଁ ମୂରବୀ ଗୌରାଙ୍ଗ ଚରଣ ବରାଳଙ୍କ ଆତ୍ମାର ସଦଗତୀ ପାଇଁ କ୍ଯାଣ୍ତେଲ ଶୋଭାଯାତ୍ରା ।


 



ସମାଜସେବାରେ ନିଜ ଜୀବନ କୁ ଉତ୍ସର୍ଗ କରିଥିବା କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ତ  ଅଳତି ଗ୍ରାମର ଗୌରାଙ୍ଗ ଚରଣ ବରାଳ(୯୩)ଙ୍କ ସ୍ମୃତିରେ ଆଜି ସଂଧ୍ଯାରେ ଅଳତି ଯୁବକ ସେବା ସଂଘ ତରଫରୁ ଏକ କ୍ଯାଣ୍ତେଲ ଶୋଭାଯାତ୍ରାର  ଆୟୋଜନ କରାଯାଇଥିଲା।ଅଳତି ମହାବିରଙ୍କ ପିଠ ନିକଟରୁ  ଶୋଭାଯାତ୍ରା ଆରମ୍ଭ ହୋଇ ଗ୍ରାମ ପରିକ୍ରମା ପରେ ଚୈତନ ମଣ୍ତପ ନିକଟରେ ଏକତ୍ରୀତ ହୋଇ ଦୁଇ ମିନିଟ୍  ନିରବ ପ୍ରାର୍ଥନା ସହ ଦିବଂଗତ ଆତ୍ମା ଙ୍କ ଉଦ୍ଯେଶ୍ଯରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା ।ଏହି ମହବତୀ ଶୋଭାଯାତ୍ରାରେ ଅଳତି ସମେତ ପାଖ ପଡୋଶି ଗ୍ରାମରୁ ଶହଶହ ଶୁଭେଛୁ ଯୋଗଦେଇ ତାଙ୍କର ସ୍ମୃତି ଚାରଣ କରିଥିଲେ। 


ଶିକ୍ଷକ ବିଷ୍ଣୁନାରାୟଣ ସାମଲଙ୍କ ସଂଯୋଜନାରେ ସ୍ଥାନିୟ ସରପଞ୍ଚ ପ୍ରିୟବ୍ରତ ବରାଳ, ଶିକ୍ଷାବିତ୍ ପ୍ରଶନ୍ନକୁମାର ନାୟକ,ଜିତେନ୍ଦ୍ର ଓଝା,ସୁମନ୍ତ ତ୍ରୀପାଠୀ,ପ୍ରମୋଦ କୁମାର ତ୍ରୀପାଠୀ ପ୍ରମୂଖ ଶ୍ରୀ ବରାଳ ଙ୍କ ସ୍ମୃତି ଚାରଣ କରିବା ତାଙ୍କ ରାଜକୀୟ ଠାଣି ଏବଂ ଲୋକ ମାନଙ୍କ ପ୍ରତି ଅକୁଣ୍ଠ ଭଲ ପାଇବା ଏବଂ ସମାଜ ପ୍ରତି  ତାଙ୍କର ଅବଦାନ ଅଞ୍ଚଳ ସବୁଦିନେ ମନେରଖିଥିବ ବୋଲି କହିଥିଲେ।ଇତି ଅବସରର  ତାଙ୍କର ଦ୍ବାଦଶ କ୍ରିୟା ଅବସରରେ ଏକ ସ୍ମୃତି ଗ୍ଯାଲେରୀ ଏବଂ ସ୍ମରଣୀକା ପ୍ରକାଶ ପାଇବା ସହ  ସାମୂହିକ ବୃକ୍ଷ ରୋପଣ କାର୍ଯ୍ଯକ୍ରମ ହାତକୁ ନିଆ ଯାଇଥିବା  ପରିବାର ପକ୍ଷରୁ ସୂଚନା ଦିଆଯାଇଛି ।ଶ୍ରୀ ବରାଳଙ୍କ ସ୍ମୃତି ସମ୍ବଳିତ କବିତା ଏବଂ କ୍ଷୁଦ୍ର ଲେଖା ଦୁଇ ଦିନ ମଧ୍ଯରେ  ଅଳତି ଠିକଣାରେ ପଠାଇ ଦେବାକୁ ଅନୁରୋଧ କରାଯାଇଛି। ଆଜିର କ୍ଯାଣ୍ତେଲ ଶୋଭାଯାତ୍ରାରେ ଗ୍ରାମର ସବୁ ବର୍ଗର ଲୋକ ସ୍ବତଃପୃତ ଭାବେ ସାମିଲ ହୋଇଥିଲେ।ଯୁବକ ସେବା ସଂଘ ତରଫରୁ ଦିପକକୁମାର ଭୂୟାଁ,ଦେବାନନ୍ଦ ମହାରଣା,ପ୍ରକାଶ ମଲ୍ଲିକ, ଗୋବିନ୍ଦ ମଲ୍ଲିକ,ସିପକ ଦାସ,ରାଜେଶ ମଲ୍ଲିକ, ରବିନ୍ଦ୍ର କୁମାର ନାୟକ,ଦିପକ ଦାସ,କାର୍ତ୍ତିକ ସ୍ବାଇଁ,ପ୍ରଦିପ ରାଉତ, ହରି ପ୍ରଧାନ ,କାହ୍ନୁଚରଣ ସା, ଗୋଲଖ ରାଉତ ସମେତ ଶତାଧିକ ଯୁବକ ଏବଂ ଗ୍ରାମବାସୀ ସାମିଲ ହୋଇଥିଲେ।

Post a Comment

0 Comments