AD

ଦିନ ଦି ପହରେ ଗାଁ ଭିତରେ ବୁଲୁଛି ଦନ୍ତା ।

 



ଦିନ ଦି ପହରେ ଗାଁ ଭିତରେ ବୁଲୁଛି ଦନ୍ତା, ଲୋକଙ୍କ ତାଟି କବାଟ ପଡି ଯାଇଛି। ଦିନେ କି ଦୁଇଦିନ ନୁହଁ, ନିୟମିତ ଏପରି ଘଟୁଛି। ଯାହାକୁ ନେଇ ଲୋକମାନେ ଆତଙ୍କିତ ଅବସ୍ଥାରେ ଦିନ ବିତାଉଛନ୍ତି। ଏଭଳି ଦୃଶ୍ଯ ଦଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ସୋସୋ, ବାଲିବରେଇ ପଞ୍ଚାୟତ ରେ। ଦଗଡ଼ ହସ୍ତୀ ଅଭୟାରଣ୍ୟରୁ ଏକ ଦନ୍ତା ହାତୀ ଏବେ ସୋସ କାନପୁର ଗ୍ରାମ ନିକଟରେ ବୁଲୁଛି। ଆମ୍ବ ପଣସ ଖାଇବାକୁ ଦୁଇଟି ହାତୀ ପ୍ରତିବର୍ଷ ଏହି ସମୟରେ ଜଙ୍ଗଲ ରୁ ପଳାଇ ଆସି ଏହି ଅଞ୍ଚଳରେ ଅନେକ ଧନ ଜୀବନ ହାନି ଘଟାଇଥାନ୍ତି।


ଗତ କିଛିଦିନ ହେଲା ଗୋଟିଏ ଦନ୍ତାହାତୀ ନିକଟସ୍ଥ ସୋସୋ, କାନପୁର, ବାଘୁଆ, ନୂଆଗାଁ, ଦନେଇପୁର ଆଦି ଗ୍ରାମରେ ପସି ବ୍ୟାପକ କ୍ଷୟକ୍ଷତି ଘଟାଉଛି। ଦିନବେଳା ବିଭିନ୍ନ ଆମ୍ବ ତୋଟା, ପଣସ ଗଛ ଘେରାରେ ରହୁଥିବା ବେଳେ କାଲି ଦିନ ଦୁଇଟା ବେଳେ ହାତୀଟି  ବାଘୁଆ ଗାଁ ଭିତରେ ପସି ନିର୍ବିଘ୍ନ ରେ  ବୁଲୁଥିଲା ଏହାକୁ ନେଇ ଗ୍ରାମବାସୀ ଆତଙ୍କିତ ହୋଇ ପଡ଼ିଥିବା ବେଳେ ବନ ବିଭାଗର କର୍ମଚାରୀ ମାନେ ପହଂଚି  ତୁରନ୍ତ ହାତୀଟିକୁ ଘଉଡାଇବାକୁ ଚେଷ୍ଟା ଚଳାଇଛନ୍ତି।


Post a Comment

0 Comments