AD

ଶ୍ୟାମେଶ୍ୱରଙ୍କ ପୀଠରେ ବାର୍ଷିକ ଉତ୍ସବ ଅବସରରେ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ।

 



ଯାଜପୁର ଅରିଲୋ ସ୍ଥିତ ଶ୍ୟାମେଶ୍ୱରଙ୍କ ପୀଠରେ ବାର୍ଷିକ ଉତ୍ସବ ଅବସରରେ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଶ୍ୟାମେଶ୍ୱର ଆଞ୍ଚଳିକ ଉନ୍ନୟନ ପରିଷଦ ପକ୍ଷରୁ ଆୟୋଜିତ ସଭାରେ  ମୁଖ୍ୟ ଅତିଥି ଭାବେ ରାଜସ୍ବ ବିପର୍ଯୟ ପରିଚାଳନା ମନ୍ତ୍ରୀ ଶ୍ରୀମତୀ ମଲ୍ଲିକ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।  ଆନନ୍ଦ ସାମଲଙ୍କ ସଭାପତିତ୍ଵରେ ବରୀ ବିଧାୟିକା ସୁନନ୍ଦା ଦାସ, ଯାଜପୁର ସାଂସଦ ଶର୍ମୀଷ୍ଠା ସେଠୀ, ଅଟଳ ନାୟକ ପ୍ରମୁଖ ଯୋଗ ଦେଇ ଶ୍ୟାମେଶ୍ୱରଙ୍କ ପୀଠର ଉନ୍ନତିକରଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହି ଅବଶରରେ ଅତିଥି ମାନଙ୍କ ଦ୍ଵାରା ଶୈବକଳ୍ପ ନାମକ ପୁସ୍ତକର ଶୁଭଉନ୍ମଚନ କରାଯାଇଥିଲା


ଏହି କାର୍ଯ୍ୟକ୍ରମରେ ଅଂଚଳର ବହୁ ବଦାନ୍ୟ ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସ୍ଥାନୀୟ ଅଞ୍ଚଳର  ବହୁ ବୁଦ୍ଧିଜୀବୀ,ବରିଷ୍ଠ ନାଗରିକ ଗ୍ରାମବାସୀ ମାନେ ଏହି ସଭାରେ ଉପସ୍ଥିତ ଥିଲେ।  ସାରା ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ଅନୁଷ୍ଠିତ ବିଶ୍ୱଶାନ୍ତି ମହାଯଜ୍ଞ   ଆଜି ପୂର୍ଣାହୁତି ଅନୁଷ୍ଠିତ ହୋଇଛି। 


Post a Comment

0 Comments