AD

ବିଭିନ୍ନ ଜାତି ଓ ଧର୍ମକୁ ନେଇ ଦିଆଯାଉଥିବା ଘୃଣା ସୃଷ୍ଟିକାରୀ ବୟାନ ଉପରେ ସୁପ୍ରିମକୋର୍ଟ ବଡ଼ ନିର୍ଦ୍ଦେଶ ଦେଲେ




 

ଭାରତ ଭଳି ଧର୍ମନିରପେକ୍ଷ ରାଷ୍ଟ୍ରରେ ଧର୍ମ ଆଧାରରେ ଘୃଣା ସୃଷ୍ଟିକାରୀ ଭାଷଣ ବା ବୟାନ କୌଣସି ଅପରାଧ ଠାରୁ କମ୍ ନୁହେଁ  ବିଭିନ୍ନ ଜାତି ଧର୍ମକୁ ନେଇ ଦେଶରେ ଦିଆଯାଉଥିବା ଘୃଣା ସୃଷ୍ଟିକାରୀ ବୟାନ ଉପରେ  ସୁପ୍ରିମକୋର୍ଟ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ୨୦୨୨ରେ ସୁପ୍ରିମକୋର୍ଟ ଦିଲ୍ଲୀ, ଉତ୍ତର ପ୍ରଦେଶ ଉତ୍ତରାଖଣ୍ଡ ପୁଲିସ୍କୁ ଦେଇଥିବା ନିର୍ଦ୍ଦେଶର ପରିସରକୁ ଆଜି ବୃଦ୍ଧି କରିଛନ୍ତି।

 ଧର୍ମ ନିରପେକ୍ଷତାକୁ ବଜାୟ ରଖିବା ପାଇଁ ଧର୍ମ ବାବଦରେ ଚିନ୍ତା ନକରି ଭୁଲ କରୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ନିତ୍ୟାନ୍ତ ଆବଶ୍ୟକ  ୨୦୨୨ରେ ସର୍ବୋଚ୍ଚ ଅଦାଲତ ଏହି ରାଜ୍ୟର ପୋଲିସ୍କୁ ଘୃଣା ସୃଷ୍ଟିକାରୀ ବୟାନ ଉପରେ ନିଜ ଆଡ଼କୁ ପଦକ୍ଷେପ ନେବାକୁ କହିଥିଲେ। ଏବେ ଦେଶର ସବୁ ରାଜ୍ୟ କେନ୍ଦ୍ର ଶାସିତ ରାଜ୍ୟଗୁଡ଼ିକୁ ସମାନ ନିର୍ଦ୍ଦେଶ ଦେଇଛନ୍ତି। ଘୃଣା ସୃଷ୍ଟିକାରୀ ବୟାନ ଉପରେ ଯଦି ବି କେହି ଅଭିଯୋଗ କରୁଛନ୍ତି, ତାହେଲେ ପୋଲିସ୍ ନିଜ ଆଡ଼ୁ ମାମଲା ରୁଜୁ କରିପାରିବ। ମାମଲା ରୁଜୁରେ ବିଳମ୍ବ ହେଲେ, ଏହାକୁ ଅଦଲାତ ଅବମାନନା ଭାବେ ବିବେଚନା କରାଯିବ

ଘୃଣା ସୃଷ୍ଟିକାରୀ ବୟାନକୁ ଅତ୍ୟନ୍ତ ସାଂଘାତିକ ଅପରାଧ ଭାବେ ବିବେଚନା କରି ସର୍ବୋଚ୍ଚ କୋର୍ଟ କହିଛନ୍ତି, “ଘୃଣା ସୃଷ୍ଟିକାରୀ ବୟାନ ଦେଶର ଧର୍ମନିରପେକ୍ଷ ଆତ୍ମାକୁ ପ୍ରଭାବିତ କରିବାକୁ ସକ୍ଷମ।


Post a Comment

0 Comments