AD

ଆଜିଠୁ ଭକ୍ତଙ୍କ ପାଇଁ ଖୋଲିଛି ପ୍ରସିଦ୍ଧ କେଦାରନାଥ ପୀଠ || The famous Kedarnath Peetha is open for devotees from today




ମନ୍ତ୍ର ପାଠ ତଥା ଶ୍ଲୋକ ଉଚ୍ଚାରଣ ମଧ୍ୟରେ ଖୋଲିଛି ବାବା କେଦାରନାଥଙ୍କ ପୀଠ  ହର ହର ମହାଦେବ ଧ୍ୱନୀରେ କମ୍ପି ଉଠିଲା ଚତୁଃର୍ଦିଗ   ଆଜି କେଦାରନାଥ ଧାମରେ ବିଶେଷ ପୂଜାର୍ଚ୍ଚନାର ଆୟୋଜନ କରାଯାଇଥିଲା।  ପ୍ରଥମ ଦିନରେ ଭଗବାନ ଶିବଙ୍କ ଏହି ପୀଠକୁ ୨୦ କୁଇଣ୍ଟାଲ ଫୁଲରେ ସୁସଜ୍ଜିତ କରାଯାଇଛି। କେଦାରନାଥ ପୀଠ ଆଜିଠୁ ଖୋଲିଥିଲେ ବି ଖରାପ ପାଣିପାଗ ହେତୁ ଏବେ ଭକ୍ତଙ୍କ ନିମନ୍ତେ ରେଜିଷ୍ଟ୍ରେଶନକୁ  ବନ୍ଦ ରହିଛି 

 

ଏହି ଧାମର ମୁଖ୍ୟ ପୂଜାରୀ ଜଗଦଗୁରୁ ରାୱଲ ଭୀମ ଶଙ୍କର  କେଦାରନାଥ ଧାମର ଦ୍ୱାର ସର୍ବ ସାଧାରଣଙ୍କ ନିମନ୍ତେ ଉନ୍ମକ୍ତ କରିଥିଲେ। ଉକ୍ତ ସମୟରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଧାମୀ ସେଠାରେ ଉପସ୍ଥିତ ରହି ପ୍ରଭୁଙ୍କଦର୍ଶନ କରିଥିଲେ।  ପ୍ରବଳ ତୁଷାରପାତ ହେଉଥିବାରୁ  କେଦାରନାଥଙ୍କ ଦର୍ଶନ ରେଜିଷ୍ଟ୍ରେଶନକୁ ବନ୍ଦ କରି ଦିଆଯାଇଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ହୋଇଥିବା ପୂର୍ବାନୁମାନ ଅନୁଯାୟୀ, ଆଗାମୀ କିଛି ସପ୍ତାହ ପାଇଁ କେଦାରନାଥର ପାଣିପାଗ ଖରାପ ରହିବ ପାଣିପାଗ ବିଭାଗରୁ ଦିଆଯାଇଥିବା ଆଲର୍ଟ ପରେ କେଦାରନା ଧାମକୁ ଯିବା ନିମନ୍ତେ ରେଜିଷ୍ଟ୍ରେଶନକୁ  ବନ୍ଦ କରି ଦିଆଯାଇଛି  

 

 


Post a Comment

0 Comments