AD

ଗାତ ଖୋଳି ନିଜ ପାଇଁ ପାହାଡି ଜଳ ସଞ୍ଚୟ କଲେ ଗ୍ରାମବାସୀ ||water harvesting in hilly areas ||

ଗାଁ କୁ ଗାଁ ପାନୀୟ ଜଳ ଯୋଗାଣ ସହ ପାହାଡି ଇଲାକା ରେ ଜଳକଷ୍ଟ ଦୂର କରିବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି l କିନ୍ତୁ ବିଭାଗୀୟ ଅବହେଳା ଯୋଗୁଁ ସରକାର ଙ୍କ ଯୋଜନା ଠିକ ଭାବେ ଗାଁ ଗୁଡିକ ରେ ପହଞ୍ଚି ପାରୁନି, ପ୍ରଶାସନିକ ଅଧିକାରୀ ଏବଂ ନିର୍ବାଚିତ ପ୍ରତିନିଧି ଙ୍କ ଠାରେ ଅଭିଯୋଗ କରି ନିରାଶ ହେବା ପରେ ନିଜ ଆବଶ୍ୟକତା ପାଇଁ ନିଜେ ଶ୍ରମଦାନ କରି ଜଳ ସଞ୍ଚୟ କରିଛନ୍ତି ଗ୍ରାମବାସୀ, ଏଭଳି ଘଟଣା ଦେଖିବା ପାଇଁ ମିଳିଛି

ଗଜପତି ଜ଼ିଲ୍ଲା ଆଦିବାସୀ ଅଧ୍ୟୁଷିତ ମୋହନା ବ୍ଲକ ର ଲୁବୁରୁ ଗ୍ରାମ ରେ l ଗ୍ରାମରେ ଆଦିବାସୀ କୁଇ କନ୍ଧ ସମ୍ପ୍ରଦାୟ ର 29 ପରିବାର ର ପ୍ରାୟ 100 ରୁ ଉର୍ଦ୍ଧ ଜନସାଧାରଣ ବସବାସ କରନ୍ତି l ମୁଖ୍ୟତଃ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରିବା ସହ ଚାଷବାସ କରି ଏହି ଗ୍ରାମର ଲୋକେ ନିଜ ଦୈନନ୍ଦିନ ଗୁଜୁରାଣ ମେଣ୍ଟାଈ ଥାଆନ୍ତି l ତେଵେ ଗ୍ରୀଷ୍ମ ଆରମ୍ଭ ରୁ ଗ୍ରାମରେ ଜଳ ସଙ୍କଟ ଦେଖାଗଲାଣି l ପାନୀୟ ଜଳ ସହ ଗାଧୋଇବା, ଖରାଟିଆ ଫସଲ ରେ ଜଳ ସେଚନ କରିବା ଗାଈ ଗୋରୁ, ଛେଳି ଆଦି ଗୃହପାଳିତ ପଶୁ ଙ୍କ ପିଇବା ପାଇଁ ପାଣି ନଥିବା ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l ଗ୍ରାମରେ ଦୁଇଟି ନଳକୂପ ରହିଥିବା ବେଳେ ଗୋଟିଏ ନଳକୁପ ରୁ ଲୌହଯୁକ୍ତ ପାଣି ବାହାରୁଛି ଯାହା ପିଇବା ଉପଯୋଗୀ ନୁହଁ ଅନ୍ୟ ଏକ ନଳକୂପ ର ପାଣି ସମଗ୍ର ଗ୍ରାମବାସୀ ଙ୍କ ପାଇଁ ପର୍ଯ୍ୟାପ୍ତ ଜଳ ଯୋଗାଇପାରୁନାହିଁ l 2010-11 ଆର୍ଥିକ ବର୍ଷ ରେ ଗ୍ରାମରେ ପାହାଡି ଝରଣା ଜଳ କୁ ବାନ୍ଧି ଆବଶ୍ୟକୀୟ କାର୍ଯ୍ୟ ରେ ଲଗାଯିବା ପାଇଁ ଏକ ଛୋଟିଆ ଚେକ୍ ଡ୍ୟାମ୍ ନିର୍ମାଣ କରାଯାଇଥିଲା କିନ୍ତୁ ତାହା ବର୍ତ୍ତମାନ ଜରାଜୀର୍ଣ୍ଣ ଅବସ୍ଥା ରେ ଉକ୍ତ ଚେକ୍ ଡ୍ୟାମ୍ ରେ ମଧ୍ୟ ପାଣି ନାହିଁ l ଗ୍ରାମର ଜଳ ସମସ୍ୟା ନେଇ ଗ୍ରାମବାସୀ ବାରମ୍ବାର ଜ଼ିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି ଠାରୁ ଆରମ୍ଭ କରି ବ୍ଲକ ଅଧ୍ୟକ୍ଷ ଏବଂ ସରପଞ୍ଚ ଙ୍କ ଭଲି ନିର୍ବାଚିତ ପ୍ରତିନିଧି ଙ୍କ ଠାରେ ଗୁହାରି କରିଛନ୍ତି କିନ୍ତୁ ଫଳ ଶୂନ l ଶେଷରେ "ନିଜେ ନ ମଲେ ସ୍ୱର୍ଗ ନ ଦେଖିବା " ନ୍ୟାୟ ରେ ନିଜେ ହାତରେ କୋଡ଼ି, କୋଦାଳ, ସାବଳ ଧରି ପାହାଡ଼ ଉପରୁ ସଂକୀର୍ଣ୍ଣ ଧାରାରେ ବହି ଆସୁଥିବା ଜଳ କୁ ଗାତ ଖୋଳି ସଞ୍ଚୟ କରିବା ପାଇଁ ଆଗେଇ ଆସିଛନ୍ତି l ଯାହା ଦ୍ୱାରା ଗାଈଗୋରୁ ଙ୍କ ପିଇବା ସହ ଖରାଟିଆ ଆଳୁ, ପିଆଜ, ରସୁଣ, ଟମାଟ,ଗାଜର, ଧନିଆପତ୍ର ଆଦି ଚାଷ ହେବା ସଙ୍ଗେ ସଙ୍ଗେ ଗାଧୁଆ ପାଇଁ ଏହି ଜଳ ବ୍ୟବହାର ହୋଇପାରିବ ବୋଲି ଗ୍ରାମବାସୀ କହିଛନ୍ତି l ଗ୍ରାମବାସୀ ଙ୍କ ସ୍ୱାର୍ଥ ଏବଂ ଆବଶ୍ୟକତା କୁ ଦୃଷ୍ଟି ରେ ରଖି ସରକାର ତଥା ସ୍ଥାନୀୟ ପ୍ରଶାସନ ଅତିଶୀଘ୍ର ଗ୍ରାମର ଭଗ୍ନ ଚେକ୍ ଡ୍ୟାମ୍ ର ନିର୍ମାଣ କରିବା ସହ ଗ୍ରାମରେ ପାନୀୟ ଜଳ ର ବ୍ୟବସ୍ଥା କଲେ ଲୋକେ ଉପକୃତ ହୋଇପାରିବେ l ସମସ୍ୟା ନେଇ ଆମେ ମୋହନା ବିଡ଼ିଓ ତପସ୍ୱିନୀ ହାଂସଦ ଙ୍କ ସହ ଯୋଗାଯୋଗ କରିଥିଲୁ କିନ୍ତୁ ସେ ଘଟଣା ସମ୍ପର୍କ ରେ କୌଣସି ପ୍ରତିକ୍ରିୟା ଦେବାପାଇଁ ମନା କରିଥିଲେ l


 

Post a Comment

0 Comments