AD

ଡ଼୍ରାଇଭର ମହାସଂଘର ଷ୍ଟେରିଂ ଛାଡ ଆନ୍ଦୋଳନ || Odisha drivers to go on indefinite strike from Tuesday

 


ଡ଼୍ରାଇଭର ମହାସଂଘ ଦ୍ଵାରା ସମଗ୍ର ରାଜ୍ୟରେ ଷ୍ଟେରିଂ ଛାଡ ଆନ୍ଦୋଳନ ସହିତ ଗମନାଗମନ ବନ୍ଦ କରାଯାଇଛି। ଆନନ୍ଦପୁର ଉପଖଣ୍ଡ ଆନନ୍ଦପୁର ବ୍ଳକ ପକ୍ଷରୁ ୨୦ନମ୍ବର ଜାତୀୟ ରାଜପଥ ବେଲବାହାଳି ଓ କୋଳିମାଟି ନିକଟରେ ଓ ଘସିପୁରା ବ୍ଲକ ପକ୍ଷରୁ ହସନପୁର ଟୋଲ ଗେଟ ନିକଟରେ ରାଜ୍ୟ ରାଜପଥ ୫୩ର କୋଡ଼ପଡ଼ା ଓତରତରା ଛକ ନିକଟରେ ସ୍ଥାନୀୟ ଡ଼୍ରାଇଭର ମାନେ ଏକତ୍ରିତ ହୋଇ ୧୦ ଦଫା ଦାବି ନେଇ ଗାଡ଼ି ଅଟକ ରଖିବା ସହିତ  ରାସ୍ତା ଉପରେ ବସି ରହିଛନ୍ତି। ସେହିପରି ଘସିପୁରା ବ୍ଳକ ହସନପୁର ନିକଟରେ ଆନ୍ଦୋଳନରେ ବସି ରହିଛନ୍ତି ଶହଶହ ସଂଖ୍ୟାରେ ଡ୍ରାଇଭର ମାନେ ତେବେ ତୁରନ୍ତ ରାଜ୍ୟ ସରକାର ସେମାନଙ୍କ ଦାବି ମାନି ନେବା ସହିତ ସମସ୍ତ ଡ଼୍ରାଇଭର ମାନେ କହିଛନ୍ତି। ତେବେ ଯେ ପର୍ଯ୍ୟନ୍ତ ଦାବି ମାନି ନାହାନ୍ତି ଆନ୍ଦାଳନ ଯାରୀ ରହିବ ବୋଲି ପ୍ରକାଶ କରିଛନ୍ତି।  ଏହି ବନ୍ଦ ରେ ଜରୁରୀକାଳୀନ ସେବା ଯୋଗାଉଥିବା ଗାଡ଼ି ସହିତ ସ୍କୁଲ କଲେଜ ଓ ପରୀକ୍ଷା ଦେବାକୁ ଯାଉଥିବା ଗାଡ଼ି ଗୁଡ଼ିକୁ ଅଟକ ନରଖି ଯିବାକୁ ଦିଆ ଯାଉଥିବା ଦେଖିବାକୁ ମିଳିଛି। ପୋଲିସ ପକ୍ଷରୁ ଆଇନ ଶୃଙ୍ଖଳା ପାଇଁ ବ୍ୟାପକ ପଦକ୍ଷେପ ନିଆଯାଇଛି

Post a Comment

0 Comments