AD

ମୋହନା ପଞ୍ଚାୟତ ନିର୍ବାହୀ ଅଧିକାରୀ ଙ୍କୁ ବଦଳି ଦାବି || moona panchayata ||


ଗଜପତି ଜ଼ିଲ୍ଲା ମୋହନା ଗ୍ରାମ ପଞ୍ଚାୟତ ର ନିର୍ବାହୀ ଅଧିକାରୀ ଖଗେଶ୍ୱର ଭୂୟାଁ ଙ୍କ ତୁରନ୍ତ ବଦଳି ଦାବି କରି ଶୁକ୍ରବାର ମୋହନା ବିଡ଼ିଓ ଙ୍କ ଉଦ୍ଦେଶ୍ୟ ରେ ଏକ ଦାବିପତ୍ର ମୋହନା ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର ଙ୍କୁ ପ୍ରଦାନ କରିଛନ୍ତି ମୋହନା ପଞ୍ଚାୟତ ୱାର୍ଡ ସଭ୍ୟ / ସଭ୍ୟା ବୃନ୍ଦ l ଅଭିଯୋଗ ରହିଛି ଯେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଙ୍କୁ ଅତିରିକ୍ତ ଭାବେ ମୋହନା ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଦାୟିତ୍ୱ ଦିଆଯାଇଛି ଯାହା ସେ ଠିକ୍ ଭାବେ ତୁଲାଉ ନାହାନ୍ତି l ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଙ୍କ ଅତିରିକ୍ତ ଦାୟିତ୍ୱ ରେ ରହିଥିବା ଯୋଗୁଁ ସେ ଠିକ୍ ଭାବେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଙ୍କ ଦାୟିତ୍ୱ ନତୁଲାଇ ଉଚ୍ଚ ପଦବୀ ର ଦୁରୁପଯୋଗ କରୁଛନ୍ତି l ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ମୋହନା ପଞ୍ଚାୟତ ରେ ନୂତନ ଭାବେ ନିର୍ବାଚିତ ସରପଞ୍ଚ ଏବଂ ୱାର୍ଡ ସଭ୍ୟା / ସଭ୍ୟ ମାନେ ଅନଭିଜ୍ଞ   ଏହାର ଫାଇଦା ନେଇ ପଞ୍ଚାୟତ ନିର୍ବାହୀ ଅଧିକାରୀ ଖଗେଶ୍ୱର ଭୂୟାଁ ପଞ୍ଚାୟତ ରେଜୁଲେସନ୍ ଖାତାରେ ପୂର୍ବ ରୁ ସଭ୍ୟ / ସଭ୍ୟା ଙ୍କ ସ୍ଵାକ୍ଷର ନେଇ ପରେ ନିଜ ଇଛା ଅନୁଯାୟୀ ରେଜୁଲେସନ୍ ଲେଖନ୍ତି l ପଞ୍ଚାୟତ ର ବିଭିନ୍ନ ଟିକସ ଆଦାୟ ଏବଂ ଖର୍ଚ୍ଚ ର ହିସାବ ଏଯାଏଁ ଦେଇନାହାନ୍ତି l ପଞ୍ଚାୟତ ରେ କେତୋଟି ପାସ୍ ବୁକ୍ ଅଛି, କେଉଁ ଜାଗାରେ ଉନ୍ନୟନ ମୂଳକ କାର୍ଯ୍ୟ ଚାଲିଛି ତାର ମଧ୍ୟ ସୂଚନା ଦେଉନାହାନ୍ତି l ପଞ୍ଚାୟତ ର ନିର୍ବାଚିତ ପ୍ରତିନିଧି ଙ୍କୁ ନଜଣାଇ 15th ସି. ଏଫ. ସି ଟଙ୍କା କୁ ବିଭିନ୍ନ ସ୍ଥାନରେ ନିଜେ ଖର୍ଚ୍ଚ କରୁଛନ୍ତି l ସରକାର ଙ୍କ ଯେ କୌଣସି ଜନ ହିତକର ଯୋଜନା ପ୍ରତିନିଧି ଙ୍କୁ ନଜଣାଇ ନିଜ ମନ ମୁତାବକ କାର୍ଯ୍ୟକ୍ରମ କୁ ପରିଚାଳନା କରନ୍ତି l ଏଭଳି ବିଭିନ୍ନ ସଙ୍ଗୀନ ଅଭିଯୋଗ  ପଞ୍ଚାୟତ ନିର୍ବାହୀ ଅଧିକାରୀ ଙ୍କ ବିରୋଧ ରେ ଆଣିଛନ୍ତି ମୋହନା ଗ୍ରାମ ପଞ୍ଚାୟତ ର ୱାର୍ଡ ସଭ୍ୟ / ସଭ୍ୟା ମାନେ l 39 ଟି ପଞ୍ଚାୟତ ବିଶିଷ୍ଟ ମୋହନା ବ୍ଲକ ନିମନ୍ତେ ଜଣେ ସ୍ଥାୟୀ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ନିଯୁକ୍ତ ହୋଇନଥିବା ଯୋଗୁଁ ମୋହନା ପଞ୍ଚାୟତ ନିର୍ବାହୀ ଅଧିକାରୀ ଙ୍କୁ ଅତିରିକ୍ତ ଭାବେ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଦାୟିତ୍ୱ ଦିଆଯାଇଛି l ତେଣୁ ଅତିଶୀଘ୍ର ଜଣେ ସ୍ଥାୟୀ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ମୋହନା ବ୍ଲକ ନିମନ୍ତେ ନିଯୁକ୍ତ କରିବା ସହ ତୁରନ୍ତ ଖଗେଶ୍ୱର ଙ୍କୁ ଅନ୍ୟତ୍ର ବଦଳି କରିବା ପାଇଁ ଦାବି କରିଛନ୍ତି ମୋହନା ପଞ୍ଚାୟତ ୱାର୍ଡ ସଭ୍ୟ / ସଭ୍ୟା ବୃନ୍ଦ l ଅତିଶୀଘ୍ର ବ୍ଲକ କିମ୍ୱା ଜ଼ିଲ୍ଲାପ୍ରଶାସନ ଏହି ଦାବି ଉପରେ ଦୃଷ୍ଟିପାତ ନକଲେ ଆନ୍ଦୋଳନ ର ପନ୍ଥା ଅବଲମ୍ବନ କରିବେ ବୋଲି ଚେତାବନୀ ଦେଇଛନ୍ତି ମୋହନା ଗ୍ରାମ ପଞ୍ଚାୟତ ପ୍ରତିନିଧି ସମୂହ l

 

Post a Comment

0 Comments