AD

କିଛି ଦିନର ବ୍ୟବଧାନ ପରେ ପୁଣି ଦେଖିବାକୁ ମିଳିଛି ମାଓ ଲିଫଲେଟ || Maoist warning posters appear ||

 


କିଛି ଦିନ ର ବ୍ୟବଧାନ ପରେ ପୁଣି ଦେଖିବାକୁ ମିଳିଛି ମାଓ ଲିଫଲେଟ ।ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର ଦୁଇ ତିନୋଠି ଭିନ୍ନ ଭିନ୍ନ ସ୍ଥାନରେ  ମାଓ ଲିଫଲେଟ, ଫପାଡ଼ି ଯାଇଥିବା ଦେଖିବାକୁ ମିଳିଛି ।ରାଇଘର ବ୍ଲକ ଏକ ସୀମାନ୍ତ ତଥା ମାଓ ପ୍ରବଣ ଅଞ୍ଚଳ ହୋଇଥିବା ଯୋଗୁଁ ମାଓବାଦୀ ପକ୍ଷରୁ ବିଭିନ୍ନ ସମୟରେ  ପୋଷ୍ଟର ଓ ବ୍ୟାନର ମାରି ନିଜର ଉପସ୍ଥିତି ଜାହିର କରି ଆସୁଥିବା ବେଳେ, ବର୍ତ୍ତମାନ ଏବେ ଦେଖିବାକୁ ମିଳିଛି ବେଙ୍ଗଲୀ ସମ୍ପରଦାୟ ର ଲୋକଙ୍କ ବିରୋଧ ରେ ଟାର୍ଗେଟ କରି  ଲିଫଲେଟ ଛାଡିଛନ୍ତି, ଲିଫଲେଟ ରେ ଉଲ୍ଲେଖ କରାଯାଇଛି, ସରକାର ବେଙ୍ଗଲୀ ଲୋକଙ୍କୁ ଜମି ପୋଟା ଦେଇଛନ୍ତି କିନ୍ତୁ ଆଦିବାସୀ ଲୋକଙ୍କୁ ଏଯାଏଁ ପଟା ମିଳିନାହିଁ ଆଦିବାସୀ ମାନଙ୍କ ଜମି କୁ ବେଙ୍ଗଲୀ ଲୋକମାନେ ଚାଷ କରୁଛନ୍ତି ସେହି ଜମି ସବୁ ଫେରସ୍ତ କରାଯାଉ ନଚେତ ତାହାର ପରିଣାମ ନିଜେ ଦାଈ ରହିବେ , ହୋଲଦି, ମୁଣ୍ଡିବେଡା, ଟିମନପୁର, ଗୋନା, ନାକଟିସିମୋଡା, କୁରାବେଡା, କୁନ୍ଦେଇ ହାତୀଗଁl,ଏହି ସବୁ ପଞ୍ଚାୟତ ର ନାମ ଉଲ୍ଲେଖ କରି ଲିଫଲେଟ ଛାଡିଛନ୍ତି l ଲିଫଲେଟ ରେ ଭା. କ. ପା(ମାଓବାଦୀ)ଉଦନ୍ତୀ ଏରିୟା କମିଟି, ପକ୍ଷରୁ ଲିଫଲେଟ ରେ ଉଲ୍ଲେଖ କରାଯାଇଛି।

Post a Comment

0 Comments