AD

ବିଜୁଳି ବିଲ୍ ସମସ୍ୟା କୁ ନେଇ ସୋହେଲା ଜୟକିସାନ କୃଷକ ସଂଗଠନ ର ଆନ୍ଦୋଳନ || jaykishan andolana ||

ବିଦ୍ୟୁତ ବିଲ୍ କୁ ନେଇ  ଓଡ଼ିଶା ସରକାର ତଥା ଟାଟା ପାୱାର କମ୍ପାନୀ ବିରୁଦ୍ଧରେ ଗତକାଲି  ବରଗଡ ଜିଲ୍ଲା ସୋହେଲା ବ୍ଲକ ଜୟକିସାନ ଆନ୍ଦୋଳନ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରିଛନ୍ତି  । କୃଷିକାର୍ଯ୍ୟରେ ବ୍ୟବହୃତ ବିଦ୍ୟୁତ ବିଲ୍ କୁ ନେଇ ଟାଟା ପାୱାର କମ୍ପାନୀର ଚାଷୀମାନଙ୍କ ଉପରେ ଚାଲିଥିବା ଜୁଲୁମ୍ ର ପ୍ରତିବାଦ କରିଛି ଜୟକିସାନ ଆନ୍ଦୋଳନ ।  ବାରମ୍ବାର  ବିଦ୍ୟୁତ ବିଭାଗ ଓ ଓଡ଼ିଶା ସରକାରଙ୍କୁ ଚାଷୀମାନଙ୍କ ବିଦ୍ୟୁତ ବିଲ୍  ଛାଡ଼ କରିବାକୁ ସଙ୍ଗଠନ ପକ୍ଷରୁ  ଦାବୀପତ୍ର ଦିଅ ଯାଇଥିଲେ ସୁଦ୍ଧା ଓଡ଼ିଶା ସରକାରଙ୍କ ଟାଟା ପାୱାର କମ୍ପାନୀ ପ୍ରୀତି ଯୋଗୁଁ ଟାଟା ପାୱାର  ମନୋମୁଖୀ କାର୍ଯ୍ୟ ଚଳାଇଛି । ଗତକାଲି ଜୟକିସାନ ଆନ୍ଦୋଳନର ଶ୍ରୀଯୁକ୍ତ ସୁଶିଲ କୁମାର ସାହୁ , ହର ବଣିଆ ପ୍ରମୁଖଙ୍କ ନେତୃତ୍ବରେ ସୋହେଲା ବ୍ଲକ ଚାଷୀମାନେ ଏକତ୍ରିତ ହୋଇ  କୃଷି କ୍ଷେତ୍ରରେ ବ୍ୟବହୃତ ବିଦ୍ୟୁତବିଲ୍ କୁ ସମ୍ପୂର୍ଣ୍ଣ ଛାଡ଼ କରିବାର  ଦାବୀ ରଖି ସୋହେଲାରେ ଏକ ରେଲି କରି ତହସିଲଦାରଙ୍କ କାର୍ଯ୍ୟାଳୟ କୁ ପହଞ୍ଚିଥିଲେ । ବିଦ୍ୟୁତବିଲ୍ ସମ୍ପୂର୍ଣ୍ଣ ଛାଡ଼ କରିବା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ତହସିଲଦାର ଶ୍ରୀଯୁକ୍ତ ହରିଓମ ଭୋଇଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି  । ଏ ସମସ୍ୟା ର ସମାଧାନ ନ ହେଲେ ଆଗାମୀ ଦିନରେ ଭୟଙ୍କର ଆନ୍ଦୋଳନ କରାଯିବ ବୋଲି ଜୟ କିସାନ କୃଷକ ସଂଗଠନ ଚେତାବନୀ ଦେଇଛି 

 

Post a Comment

0 Comments