AD

ଡାବୁଗାଁ ର ଉମରାହାଣ୍ଡି ଗ୍ରାମରେ ଚାଲିଛି କୁକୁଡା ଲଢେଇ ଓ ଦେଶୀମଦ ବେପାର || illegal game ||


ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଉମରାହାଣ୍ଡି ଗ୍ରାମରେ ଚାଲିଛି କୁକୁଡା ଗାଲି ଓ ଦେଶୀମଦ ବେପାର।ଏଭଳି  ଗାଁ ଗାଁ ରେ ଚାଲି ଆସିଛି ଅନ୍ଧବିଶ୍ୱାସ ଏବଂ କୁସଂସ୍କାର । ଏହି ଅନ୍ଧବିଶ୍ୱାସ ନଗ୍ନ ଉଦାହରଣ ହେଉଛି କୁକୁଡ଼ା ଲଢେ଼ଇ । ଏହି କୁକୁଡ଼ା ଲଢେ଼ଇରେ ନବରଙ୍ଗପୁର ଜିଲ୍ଲାର ଭିନ୍ନ ଭିନ୍ନ  ଅଞ୍ଚଳରୁ ବହୁ ଲୋକ କୁକୁଡ଼ା ଲଢେ଼ଇ ଖେଳ ଖେଳିବାକୁ ଆସିଥାନ୍ତି।କୁକୁଡ଼ା ଲଢେ଼ଇ ମାଧ୍ୟମରେ ବଡ଼ ଧରଣର ଜୁଆଖେଳ ଚଲାଇଥାନ୍ତି ମାଫିଆମାନେ। ଏହି କୁକୁଡ଼ା ଲଢେ଼ଇ ଉମରାହାଣ୍ଡି ଗ୍ରାମରେ ପ୍ରାୟ ପ୍ରତିଦିନ ଅପରାହ୍ନ ୩ ଘଣ୍ଟ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ  ଚାଲେ  । ସବୁଠୁ ଆଶ୍ଚର୍ଯ୍ୟର କଥା ଡାବୁଗାଁରୁ ମାତ୍ର ୩ କିଲମିଟ ଦୂରରେ ଏହି ଗ୍ରାମ କିନ୍ତୁ ପୋଲିସ ସୂଚନାପାଇ କୁକୁଡ଼ା ଲଢେ଼ଇ ଚାଲିଥିବା ସ୍ଥାନରେ ପହଂଚିବା  ପୂର୍ବରୁ   ସମସ୍ତେ ସେହି ସ୍ଥାନରୁ ପଳାଉଛନ୍ତି । ମାଫିଆ ମାନେ ଖସି ପଳାଇବାର କାରଣ ହେଉଛି ଉମରାହାଣ୍ଡି ଗ୍ରାମ ଭିତରେ ଥିବା ଗୋଟିଏ ଚାଷ ଜମି ମଧ୍ୟରେ ଖେଳ ଚାଲେ,  ସେହି ସ୍ଥାନକୁ ଯିବା ପାଇଁ କେବଳ ଗୋଟିଏ ହି ରାସ୍ତା ଅଛି ଯାହା କି ଚାଲି ଚାଲି  ଯିବାକୁ ପଡେ । କୁକୁଡ଼ା ଲଢେ଼ଇ ସ୍ଥାନକୁ ବାଇକ୍ ବା କୈାଣସି ଗାଡ଼ି ଯାଇ ପରେ  ନାହିଁ।  ତାହାଛଡ଼ା କୁକୁଡ଼ା ଲଢେ଼ଇ ମାଫିଆ ମାନେ ଉମରାହାଣ୍ଡି ଗ୍ରାମର ଦୁଇ ଛକ ନିକଟରେ ନିଜ ଲୋକଙ୍କୁ ରଖିଥାନ୍ତି। ପୋଲିସ ଗାଡି ଗ୍ରାମ ଭିତରେ ପ୍ରବେଶ କରିବା ମାତ୍ରେ ଲୋକମାନେ ଫୋନ ମାଧ୍ୟମରେ ଖବର ଦେଇଥାନ୍ତି। ଖବର ପାଇବା ମାତ୍ରେ ସେହି ସ୍ଥାନରୁ ସମସ୍ତେ ଲୁଚି  ପଳାଇ ଯାନ୍ତି ତେଣୁ ପୋଲିସ ସେମାଙ୍କୁ ଧରିବାରେ ବିଫଳ ହୁଏ କୁକୁଡ଼ା ଲଢେ଼ଇ ଖେଳ ସହ ଜୁଆ ଓ ମଦ କାରବାର ଭଳି ନିନ୍ଦନୀୟ ପ୍ରଥାକୁ ପରୋକ୍ଷରେ ଅବକାରୀ ବିଭାଗ ଏବଂ ପ୍ରତ୍ୟେକ୍ଷ ଭାବରେ ଅସାମାଜିକ ଲୋକଙ୍କର ଯଗୁଁ  ଥମିବା ବଦଳରେ ବଢ଼ିବାରେ ଲାଗିଛି। ଏହି ଅଞ୍ଚଳରେ  ଏଭଳି ନିନ୍ଦନୀୟ କାର୍ଯ୍ୟରେ ଲିପ୍ତ ରହି ଆଦିବାସୀ ଭାଇମାନେ ନିଜର ସଞ୍ଚିତ ଅର୍ଥ ବ୍ୟୟ କରି ଦେଉଛନ୍ତି ।ଫଳରେ ଆର୍ଥିକ ଏବଂ ସାମାଜିକ ଅବସ୍ଥା ବିଗଡିବା ରେ ଲାଗିଛି , ସାଧାରଣତ ଗାଁ ଗହଳିର ଛୋଟଛୋଟ ଛୁଆମାନେ ମଧ୍ୟ ଆକର୍ଷିତ ହୋଇ ଏଠାକୁ ଚାଲି ଆସନ୍ତି  ଏବଂ ଜୁଆରେ ହାରିବା ପରେ ଦେଶୀମଦ ପିଇ ନିଶାସକ୍ତ ଅବସ୍ଥା ରେ ଘରକୁ ଫେରୁଥିବା ଦେଖିବାକୁ ମିଳୁଛି । ଯାହା ଫୋଳରେ ଏହି ଅଞ୍ଚଳରେ  ବିକାସ ପାଇଁ ଯେଉଁ ସବୁ ଯୋଜନା କରୁଛନ୍ତି ସରକାର ତାହା ସଫଳ ରୂପାୟନ ହେଇପାରୁନି । ବହୁ ଅସାମାଜିକ କାର୍ଯ୍ୟ ବୃଦ୍ଧିପାଉଛି ଏବଂ ପାରିବାରିକ ହିଂସା ମଧ୍ୟ ବଡୁଛ।ଏଭଳି କାମକୁ ଜିଲ୍ଲା ପ୍ରଶାସନ ବିଶେଷ ଦୁଷ୍ଟି ଦେଇ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ସାଧାରଣରେ ଦାବି ହେଉଛି । କାରଣ ନିରୀହ ଆଦିବାସୀ ମାନଙ୍କ  ବିକାଶରେ ବାଧକ ସାଜିଛି ଏହି କୁକୁଡ଼ା ଲଢେ଼ଇ ଓ ଦେଶୀ ମଦ।

Post a Comment

0 Comments