AD

ନିଜର ହକ ପାଇଁ ଆଦିବାସୀ ଓବିସି ଦଳିତ ମଞ୍ଚ ପକ୍ଷରୁ ଆମରଣ ଅନଶନ || hunger stick || gitanjali news ||


ଜନସାଧାରଣଙ୍କ ଅଧିକାର ହାସଳ ପାଇଁ ଆଦିବାସୀ ଓଵିସି ଓ ଦଳିତ ସେନା ପକ୍ଷରୁ ଗାଇସିଲେଟ ତହସିଲ ଅଫିସ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆମରଣ ଅନଶନ ଧାରଣା ଦିଆଯାଇଛି ।  ଗୃହହୀନ  ପରିବାର କୁ ଚାରି ଡିସିମିଲ ଘରଡିହ ଯୋଗାଇଦେବା , ଥାନାରେ ହେଉଥିଵା ଅନିୟମିତତା ବନ୍ଦ କରି ବହୁଦିନରୁ ପଡିରହିଥିବା ମକଦ୍ଦମା ଗୁଡ଼ିକର ତୁରନ୍ତ ସମାଧାନ ଫଇସଲା କରିବା ,ବାର୍ଦ୍ଧକ୍ୟ ଭତ୍ତା,ବିଧବା ଭତ୍ତା , ବିକଳାଙ୍ଗ ଭତ୍ତା ପ୍ରଭୃତି ହାତକୁ ହାତ ଦିଆଯିବା , ସ୍କୁଲ ଗୁଡିକୁ ବନ୍ଦକରି ଅନ୍ୟତ୍ର ମିଶାଇ ଦେବା କୁ ବିରୋଧ କରିବା ସହିତ ପୁନର୍ବାର ସ୍କୁଲ ଗୁଡିକୁ ଖୋଲାଯିବା ଏଭଳି ବିଭିନ୍ନ 13 ଦଫା ଦାବି ରଖି ଆଜି  ଆଦିବାସୀ ଓଵିସି ଓ ଦଳିତ ସେନା ରାଜ୍ୟ ସଭାପତି ଶ୍ରୀଯୁକ୍ତ ଗୋବର୍ଦ୍ଧନ ଭୋଇ ଙ୍କ ନେତୃତ୍ୱରେ ଜିଲ୍ଲା ର  ବିଭିନ୍ନ ସଂଗଠନ ପକ୍ଷରୁ ଗାଇସିଲେଟ କଲେଜ ଛକରୁ ତହସିଲ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ବିରାଟ ରେଳି କରାଯାଇଥିଲା । ଗତ ଏକ ତାରିଖ ରୁ ଆମରଣ ଅନସନରେ ବସିଥିବା ତିନ ଜଣ ଅନସନ କାରି ନରେନ ବରିହା ,ରଙ୍କମଣି ପଧାନ, ଯଶୋବନ୍ତି ଛିଚୁଆଁ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ତହସିଲଦାର ସୁନିଳ ମେହେର ଥାନାଧିକାରୀ  ବୀରଵର ଭଗତ ବିଡ଼ିଓ ମନୋଜ କୁମାର ଦେବତା ପ୍ରମୁଖ ଙ୍କୁ ମଞ୍ଚ ପକ୍ଷରୁ ଦାବିପତ୍ର ଦିଆଯାଇଥିଲା । ଯେପର୍ଯ୍ୟନ୍ତ ଦାବିଗୁଡିକ ପୂରଣ ନ ହେଇଛି ଅନଶନ ଯାରି ରହିବ ବୋଳି ଆଦିବାସୀ ଓବିସି ଦଳିତ ସେନା ପକ୍ଷରୁ ଚେତାବନୀ ଦିଆଯାଇଛି  ।
 

Post a Comment

0 Comments