AD

ହାଟରେ ଚାଲିଛି ଖୁଲମ ଖୁଲା ଜୁଆଖେଳ || gambling ||



 ନବରଙ୍ଗପୁର ଜିଲ୍ଲାରେ ଅଧିକାଂଶ ସ୍ଥାନରେ ପ୍ରସାନକୁ ଖାତିର ନକରି ଖୁଲମଖୁଲା ଚାଲିଛି ଖୁଡ଼ଖୁଡି ଖେଳ।ଏହାର ଏକ ଜୁଳନ୍ତ ଉଦାହରଣ ହେଲା ରାଇଘର ବ୍ଲକ ର ମୁଣ୍ଡିବେଡା ପଂଚାୟତ ର ଖାଡ଼ିପାଣି ବଜାର ରେ ଚାଲିଥିବା ଖୁଲମଖୁଲା  ଖୁଡ଼ଖୁଡି ଖେଳ  ସୂଚନା ଅନୁଯାଇ ମୁଣ୍ଡିବେଡା ପଂଚାୟତ ର ଖାଡ଼ିପାଣି ଯାହାକି ମୁଣ୍ଡିବେଡା ଠାରୁ ୧୫ କିଲୋମିଟର ଦୂର,  ଗମନାଗମନ ର ଅସୁବିଧା କାରଣରୁ ପ୍ରଶାସନର କୌଣସି ଅଧିକାରୀ  ସେଠାକୁ  ଯାଉ ନାହାନ୍ତି ଫଳରେ ଖୁଡ଼ଖୁଡି ଵାଲା ଏହାର ସୁଯୋଗ ନେଇ ପ୍ରତି ଶନିବାର ଦିନ ଖାଡ଼ିପାଣି ସାପ୍ତାହିକ ହାଟ ରେ ଲଗାଉଛନ୍ତି  ଖୁଡଖୁଡି ଖେଳ, ଏହି ଖେଳରେ ହାରିବା ପରେ ତାର ପ୍ରଭାବ ପଡିଥାଏ ପରିବାର ଉପରେ, କିଛିଦିନ ପୂର୍ବେ ଜିଲ୍ଲା ପ୍ରଶାସନ ଏହି ଖୁଡଖୁଡି ଉପରେ ଗୁରୁତ୍ୱ ଦେଇଥିଲେ ଏବଂ  ରାଇଘର ଥାନା ଅଂଚଳ ରେ ସମ୍ପୂର୍ଣ ବନ୍ଦ କରାଯାଇଥିଲା  ଏହି ଖେଳ, ବର୍ତମାନ ପୁଣି ଆରମ୍ଭ ହୋଇଛି,ଏହି ଖେଳ ଉପରେ ବିଭିନ୍ନ ଖବର କାଗଜ ରେ ଖବର ପ୍ରସାରଣ ହେବା ପରେ ସୁଦ୍ଧା ପୋଲିସ ପ୍ରଶାସନ ତରଫରୁ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉନ ଥିବାରୁ ବୁଦ୍ଧିଯିବି ମହଳରେ ଅସନ୍ତୋଷ ଦେଖିବାକୁ  ମିଳିଛି,ଏବେ ଦେଖିବାକୁ ବାକି ରହିଲା ରାଇଘର ପୋଲିସ ର କେବେ  ନଜର ପଡୁଛି ଏହି ଖାଡ଼ିପାଣି ବଜାର ରେ ଚାଲିଥିବା ଖୁଡ଼ଖୁଡି ଉପରେ  ।

Post a Comment

0 Comments