AD

ବିଧାନସଭା ସ୍ତରୀୟ ବୁଥ ସଶକ୍ତିକରଣ ଅଭିଯାନ || booth improvement ||


ଭାରତୀୟ ଜନତା ପାର୍ଟି ପକ୍ଷରୁ କରଞ୍ଜିଆ ବିଧାନସଭା କ୍ଷେତ୍ରରେ ବିଧାନସଭା ସ୍ତରୀୟ ବୁଥ ସଶକ୍ତିକରଣ ଅଭିଯାନ ରବିବାର ଦିନ ଠାକୁରମୁଣ୍ଡା ଠାରେ ଅନୁଷ୍ଠିତ ହୋଈ ଯାଇଛି।ହୋଟେଲ ପ୍ରମିଳା ସଭା କକ୍ଷରେ ଅନୁଷ୍ଠିତ ବୈଠକରେ ପଶ୍ଚିମ ମୟୁରଭଞ୍ଜ ରାଇରଙ୍ଗପୁର ଜିଲ୍ଲା ସଭାପତି ତଥା ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ, କେନ୍ଦୁଝର ଲୋକସଭା ପ୍ରଭାରୀ ସଞ୍ଜୀବ ମହାନ୍ତି, କେନ୍ଦୁଝର ଲୋକ ସଭା ସଂଯୋଜକ ସୁକଦେଵ ମହାନ୍ତ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପଦ୍ମଚରଣ ହାଇବରୁ,ବରିଷ୍ଠ କାର୍ଯ୍ୟକାର୍ତ୍ତା କୃପାସିନ୍ଧୁ ମହାନ୍ତ,ନବକିଶୋର ପଣ୍ଡା,ବୁଲୁ ପୃଷ୍ଟି,କରଞ୍ଜିଆ ବିଧାନସଭା ପ୍ରଭାରୀ ଶିବାଜୀ ଗୌତମ ବର୍ମା ମହାନ୍ତ,ବିଧାନସଭା ସଂଯୋଜକ ଆଶିଷ ମହାନ୍ତ ଯୋଗ ଦେଇ ବୁଥ ସ୍ତର ରେ ବୁଥ ଟିମ ଗଠନ ସହ ବୁଥ ମଜଭୁତ କରିବାକୁ ଉପସ୍ଥିତ ଦଳୀୟ କର୍ମୀ ମାନଙ୍କୁ ପରାମର୍ଶ ଦେଇଥିଲେ।ବୈଠକରେ କରଞ୍ଜିଆ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମସ୍ତ ଗ୍ରାମପଞ୍ଚାୟତ ରୁ ପ୍ରମୁଖ କାର୍ଯ୍ୟକାର୍ତ୍ତ ମାନେ ବୈଠକରେ ଉପସ୍ଥିତ ଥିଲେ।କରଞ୍ଜିଆ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଠାକୁରମୁଣ୍ଡା ମଣ୍ଡଳ ସଭାପତି ରଣଜିତ ବେହେରା,ମହୁଲଡ଼ିହା ମଣ୍ଡଳ ସଭାପତି ଜଗଦୀଶ ମହାନ୍ତ,କରଞ୍ଜିଆ ଏନଏସି ସଭାପତି ମହେଶ୍ୱର ସାହା, ତାଟୋ  ମଣ୍ଡଳ ସଭାପତି ସଞ୍ଜୀବ କୁମାର ପାଣିଗ୍ରାହୀ, କରଞ୍ଜିଆ ଗ୍ରାମୀଣ ମଣ୍ଡଳ ସଭାପତି ଦେବେନ୍ଦ୍ର ମହାନ୍ତ ସମେତ ଜିଲ୍ଲା କମିଟି ର ସଦସ୍ୟ ,ମଣ୍ଡଳ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ 

 

Post a Comment

0 Comments