AD

ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ୪ ଲାଇନ ବିଶିଷ୍ଟ ବିଜୁ ଏକ୍ସପ୍ରେସ ୱେ ରାସ୍ରା ଉଦଘାଟିତ || Biju Expressway Will Serve As A Lifeline For Odisha ||


ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ଜନ୍ମ ଜୟନ୍ତୀ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର କଳାହାଣ୍ଡି ଗସ୍ତ ରେ ଆସି ଆମପାଣି ଠାରେ ବିଜୁ ଏକ୍ସପ୍ରେସ ୱେ କୁ ଲୋକାର୍ପଣ କରିଛନ୍ତି l ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ହେଲିକେପ୍ଟର  ରେ ଆସି ଉଦଘାଟନ ସ୍ଥଳୀ କୁ ପହଞ୍ଚିଥିଲେ l ୫୯୦.କୋଟି ୮୪ ଲକ୍ଷ୍ୟ ର ଫୋର ଲାଇନ ବିଶିଷ୍ଟ ୧୭୪.୫୦୪ କିମି ରାସ୍ତା କୁ ଉଦଘାଟନ କରିଛନ୍ତି l ପରେ ମଞ୍ଚରେ ଅଞ୍ଚଳ ବାସୀ କୁ ଅଭିବାଦନ ଜଣେଇ ଆରାଧ୍ୟ ଦେବତା ପ୍ରଭୁ ବୁଢାରାଜା ଙ୍କୁ ଜୟ ବୁଢ଼ା ରାଜା କହି ବକ୍ତବ୍ୟ ସାରିଥିଲେ lବିଜୁ ଏକ୍ସପ୍ରେସ ଓ୍ଵେ କେବଳ ଏକ ରାସ୍ତା ନୁହେଁ ଏହା ହେଉଛି ଏ ଅଞ୍ଚଳର ଜୀବନ ରେଖା ଏହି ଏକ୍ସପ୍ରେସ ଓ୍ଵେ କେବଳ ଏ ଅଞ୍ଚଳ ନୂହେଁ ସାରା ଓଡ଼ିଶା ପାଇଁ ବିକାଶ ର ନୂଆ ଇତିହାସ ଲେଖିବ। ବିଜୁ ଏକ୍ସପ୍ରେସ ଓ୍ଵେ ଏ ଅଞ୍ଚଳ ପାଇଁ ଅନେକ ସୁଯୋଗ ଆଣିବ ଏଣୁ ଏହାକୁ ନେଇ ଅଞ୍ଚଳ ବାସୀ ଆନନ୍ଦିତ ଅଛନ୍ତି l ବିଜୁ ଏକ୍ସପ୍ରେସ ୱେ ରେ ଗମନା ଗମନ ସୁଗମ ହେବା ସହିତ ସୁନ୍ଦରଗଡ, ସମ୍ବଲପୁର, ଝାରସୁଗୁଡା, ନୁଆପଡା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଆଦି ଜିଲ୍ଲାବାସୀ ବିଶେଷ ଭାବରେ ଉପକୃତ ହେବେ କାର୍ଯ୍ୟକ୍ରମ ରେ ସାଂସଦ ସୁଜିତ କୁମାର ସେଠ, ଧର୍ମଗଡ଼ ବିଧାୟକ ମୌଷଧି ବାଗ, ଜୁନାଗଡ଼ ବିଧାୟକ ଦିବ୍ୟ ଶଙ୍କର ମିଶ୍ର, ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀ, ନର୍ଲା ବିଧାୟକ ଭୂପିନ୍ଦର ସିଂ, ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ମନ୍ତୀ ପୁଷ୍ପେନ୍ଦ୍ର ସିଂଦେଓ, କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ଧର୍ମଗଡ଼ ବିଧାୟକ ମୌଷଧି ବାଗ ଓ କୋକସରା ପ୍ରତିନିଧି ମାନସ ବାଗ, ଆମପାଣି ଜିଲ୍ଲାପରିଷଦ ସଭ୍ୟ ହେମନ୍ତ ମାଝୀ ସମେତ ଉପଜିଲ୍ଲାପାଳ ବେଦଭୂଷଣ, କୋକସରା ତହସିଲଦାର ତଥା ଭାରପ୍ରାପ୍ତ ବିଡ଼ିଓ ଦେବବ୍ରତ କରାଟି ଏବଂ ପୂର୍ତ୍ତ ବିଭାଗ ର ଅଧିକାରୀ ମାନେ ଉପସ୍ଥିତ ଥିଲେ lମୁଖ୍ୟମନ୍ତ୍ରୀ  ଙ୍କ ଗସ୍ତକୁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ମୁତୟନ ହୋଇଥିବା ବେଲେ ସୁରକ୍ଷା ଦୃଷ୍ଟି କୁ କଡାକଡି କରାଯାଇଥିଲା l ସମାବେଶ ରେ ହଜାର ହଜାର ମହିଳା ସାମିଲ ହୋଇଥିବା ବେଳେ ମହିଳା ଙ୍କ ହୁଳହୁଳି ରେ ସମାବେଶ ପ୍ରଙ୍କମ୍ପି ଉଠିଥିଲା l କାର୍ଯ୍ୟକ୍ରମ କୁ ଦଳୀୟ କର୍ମକର୍ତା ଓ ସରକାରୀ କର୍ମଚାରୀ ମାନେ ପରିଚାଳନା ରେ ସହଯୋଗ କରିଥିଲେ 
 

Post a Comment

0 Comments