AD

ରାମଚନ୍ଦ୍ରପୁର ଗାଁରେ ଭୂମି ଝାଙ୍କିର ପୂଜା || tribal festival ||

 

ବନ୍ଧୁଗାଁ ବ୍ଲକର ଆଲୋମଣ୍ଡା ପଞ୍ଚାୟତର ରାମଚନ୍ଦ୍ରପୁର ଗାଁ ଠାରେ ତା,୯ ତାରିଖ ଠାରୁ ୧୧ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଭୂଇଁ ଝାଙ୍କିର ମାଙ୍କ ଭୂମି ପୂଜା ଅନୁଷ୍ଠିତ ହେଉଛି  I ଏହି ପୂଜାରେ ଗାଁର ଦିଶାରି ହୁଇକା ଲାଛମା, ଜାନି କେ. ଜାମ୍ବରୀ, ସାଉନ୍ତା ଯିବାରାଓ, ପୂଜକ ଭାବରେ ଦାୟୀତ୍ୱ ତୁଳାଇଥାନ୍ତି I ଏହି ଭୂଇଁ ଝାଙ୍କିର ପୂଜା ବର୍ଷ ବର୍ଷ ଧରି ପାରମ୍ଫାରିକ ଭାବରେ ପାଞ୍ଚ ବର୍ଷକୁ ଗୋଟିଏ ଥର କରାଯାଇଥାଏ I ଗାଁର ସମସ୍ତ ଲୋକେ ମାଙ୍କ ପାଇଁ କୁକୁଡ଼ା ବଳି ଦେଇଥାନ୍ତି I  ଗାଁରେ ଏହି ପୂଜା କରିବାର ମୂଳ ଲକ୍ଷ ହେଲା ଆଦିବାସି ମାନେ ଯେ କୌଣସି ଅଞ୍ଚଳରେ ଥିଲେ ମଧ୍ୟ ସେମାନେ ଡଙ୍ଗର, ବିଲ, ଓ ପଦା ଜମିରେ କିଛିନା କିଛି ଚାଷ କରି ଜୀବିକା ନିର୍ବାହ କରନ୍ତି I ଓ ତାଙ୍କର ଗୃହ ପାଳିତ ପଶୁ ଗାଈ, ଛେଳି, ମେଣ୍ଡା, ମଇଁଷି ଇତ୍ୟାଦି ଜମିରେ ହୋଇଥିବା ଘାସ ଗଛ ଲତାର ଡ଼ାଲ ଖାଇ ବଞ୍ଚିଥାନ୍ତି I ଏହିପରି ଆଦିବାସୀ ମାନେ ଭୂମିରେ ଚାଷ କରି ଖାଇଥିବା ହେତୁ ଓ ଭୂମି ଉପରେ ନିର୍ଭର କରିଥିବା ଯୋଗୁଁ ଭୂମିରେ କରିଥିବା ଚାଷ ଭଲ ହବା ସହ ଘରର ପଶୁମାନେ ମଧ୍ୟ ଭଲରେ ରହିବା ପାଇ  ଭୂମି ଝାଙ୍କିର ପୂଜା କରିଥାନ୍ତି I ଏହି ଝାଙ୍କିର ପୂଜା ପାଇଁ ଗାଁର ମୁଣ୍ଡରେ ରହିଥିବା ମନ୍ଦିର ଠାରେ  ତିନିଦିନ ମା ପୂଜା  ପାଇଥାନ୍ତି I ଗତକାଲି ମାଙ୍କ ପୂଜା ଶେଷ ଦିନ ଅବସରରେ ଗାଁରେ ଏକ ମନ ରଞ୍ଜନ କାର୍ଯ୍ୟକ୍ରମ ଆୟୋଜନ କୋରାଯାଇ ଥିଲା I ବୁଗିବୁଗିରେ ଅଂଶ ଗ୍ରହଣ କରି ପ୍ରଥମ ସ୍ଥାନ ପାଇଥିବା ବ୍ୟକ୍ତିଙ୍କୁ ୩ ହଜାର,ଦ୍ୱିତୀୟ ସ୍ଥାନ ପାଇଥିବା ବ୍ୟକ୍ତିଙ୍କୁ ୨ ହଜାର ଓ ତୃତୀୟ ସ୍ଥାନ ପାଇଥିବା ବ୍ୟକ୍ତିଙ୍କୁ ଏକ ହଜାର ଟଙ୍କା ପ୍ରଦାନ କରାଯାଇ ଥିବାର ସୂଚନା ମିଳିଛି Iଏହି ଭୂମି ଝାଙ୍କିର ପୂଜାରେ ସହଯୋଗୀ ଭାବେ କଣ୍ଡାତାମରା ଜାମା, କେ. ସୁନ୍ଦୁରୁ, କେ. ସୁବାରାଓ, କେ. ମୋହନ ଓ କେଣ୍ଡରୁକା କାଣ୍ଟୁ ଓ ଗ୍ରାମର ଭଦ୍ର ବ୍ୟକ୍ତିମାନେ ପୂଜାରେ ଉପସ୍ଥିତ ରହି ପୂଜାକୁ ସୁରୁଖୁରୁରେ ଶେଷ କରିଥିଲେ I

Post a Comment

0 Comments