AD

ମହୁଲଡିହା ଥାନା ରେ ଭୟାବହ ଅଗ୍ନିକାଣ୍ଡ, ଜବତ ଗାଡ଼ି କ୍ଷତିଗ୍ରସ୍ତ || fire accident ||

ମୟୁରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ପରିସରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡ ର ପ୍ରକୋପ ଏତେ ମାତ୍ରାରେ ଥିଲା ଯେ, ଥାନା ପରିସରରେ ଜବତ ହୋଇ ରହିଥିବା ଅନେକ ଗାଡି ଜଳି ପୋଡ଼ି ପାଉଁଶ ହୋଇଯାଇଛି। ସୂଚନା ଅନୁଯାୟୀ ରବିବାର ସକାଳ ପ୍ରାୟ ୯ଟା ସମୟରେ ମହୁଲଡିହା ଥାନା ପଛପଟେ ଥିବା ପାଚେରୀ ଭିତରେ ପଡ଼ିଥିବା ପତ୍ର ରେ କୈାଣସି କାରଣ ବଶତଃ ନିଆଁ ଲାଗିଯାଇଥିଲା। ଧିରେ ଧିରେ ନିଆଁ ର ପ୍ରକୋପ ଏତେ ମାତ୍ରାରେ ବଢ଼ିଯାଇଥିଲା ଯେ, ପାଚେରୀ ପରିସର ଭିତରେ ଥିବା ଜବତ ଗାଡ଼ି ଗୁଡ଼ିକରେ ନିଆଁ ଲାଗି ଜଳିବାକୁ ଲାଗିଲା। ଖବର ପାଇ ଠାକୁରମୁଣ୍ଡା ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଂଚି ନିଆଁ କୁ ଆୟତ୍ତ କରିଥିଲେ। ନିଆଁ ଆୟତ୍ତ ହେବା ବେଳକୁ ଜବତ ହୋଇ ରହିଥିବା ଗୋଟିଏ କାର,୧୮ ଗୋଟି ମଟରସାଇକେଲ,୨ଟି ଅଟୋ,୪ଟି ସାଇକେଲ ସମ୍ପୂର୍ଣ୍ଣ ଜଳି ଯାଇଥିବା ବେଳେ ଅନେକ ଗାଡି ଆଂଶିକ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି। ଅଗ୍ନିକାଣ୍ଡ ସଂପର୍କ ରେ ଥାନା ଅଧିକାରୀ କୈାଣସି ସୂଚନା ଦେଇନଥିବା ବେଳେ ପାଚେରୀ କଡ଼ରେ ଜଳୁଥିବା ଏକ ଅଳିଆଗଦାରୁ ନିଆଁ ଆସିଥିବାର ଅନୁମାନ କରାଯାଉଛି ବୋଲି ଠାକୁରମୁଣ୍ଡା ଅଗ୍ନିଶମ ବିଭାଗ ଅଧିକାରୀ ଶୁଶାନ୍ତ କୁମାର ସାହୁ କହିଛନ୍ତି।

 

Post a Comment

0 Comments