AD

ଙ୍ଗନୱାଡ଼ି ଶିଶୁଙ୍କ ବଦଳରେ ମାଛ ଖାଉଛି ଙ୍ଗନୱାଡ଼ି ଛତୁଆ || anganbadi hatua ||

 



ସରକାର ଅଙ୍ଗନୱାଡ଼ି କେନ୍ଦ୍ର ମାଧ୍ୟମରେ ମହିଳା ଓ ଶିଶୁଙ୍କ ସ୍ବାସ୍ଥ୍ୟ ର ଉନ୍ନତି ପାଇଁ ପୁଷ୍ଟିକର ଛତୁଆ ଯୋଗାଉ ଥିବା ବେଳେ ଡାବୁଗାଁ ବ୍ଲକ ରେ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି .ଏଠାରେ ଶିଶୁଙ୍କ ବଦଳରେ ମାଛ ଖାଉଛି ଛତୁଆ . ଅଙ୍ଗନୱାଡ଼ି କେନ୍ଦ୍ରରେ ଦିଆଯିବା ଛତୁଆ ଏକ ପୋଖରୀରେ ମାଛ ଙ୍କୁ ଖାଇବାକୁ ଦିଆଯାଇଛି . ସୂଚନା ଅନୁଯାୟୀ ଡାବୁଗାଁ  ବ୍ଲକ ସମନ୍ୱିତ ଶିଶୁ ବିକାଶ ଅଧିକାରୀ ଙ୍କ ଅଧିନରେ ଡାବୁଗାଁ ସଦର ହାଟପଦା ରେ ଥିବା ମା ମୁତ୍ୟାଲୁ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ଵାରା ବ୍ଲକ ର ବିଭିନ୍ନ ଅଙ୍ଗନୱାଡ଼ି କେନ୍ଦ୍ର କୁ ଶିଶୁ ଓ ମହିଳା ଙ୍କ ପାଇଁ ଛତୁଆ ବଣ୍ଟନ କରାଯାଉଛି . ତେବେ ଗତ ନଭେମ୍ବର ମାସ ୨୦୨୨ ମସିହାର ୪୦ ରୁ ଉର୍ଦ୍ଧ  ଛତୁଆ ପେକେଟ ଡାବୁଗାଁ ନିକଟ ମହେନ୍ଦ୍ରି ଗ୍ରାମ ର ଏକ ପୋଖରୀ ରେ ଖୋଲାରେ ପଡିଛି . ପୋଖରୀରେ ମାଛ ଜାଆଁଳା ଛଡା ଯାଇଥିବାରୁ ମାଛ ଙ୍କୁ ଦାନା ଦେବା ପାଇଁ ଏହି ଛତୁଆ ଗୁଣ୍ଡ କୁ ଏଠାରେ ପକା ଯାଇଥିବା ଜଣା ପଡ଼ିଛି . ମକା ଗୁଣ୍ଡ ଛତୁଆ ପେକେଟ୍ ଡାବୁଗାଁ ହାଟପଦା ରେ ଥିବା ମା ମୁତ୍ୟାଲୁ ସ୍ୱୟଂ ସହାୟକ ଦଳ ର ବୋଲି ପକେଟ୍ ର ସ୍ପଷ୍ଟ ଉଲ୍ଲେଖ ଅଛି . ତେବେ ଶିଶୁ ଓ ମହିଳା ଙ୍କ ପାଇଁ ଉଦ୍ଦିଷ୍ଟ ଏହି ପୁଷ୍ଟିକର ଛତୁଆ କୁ କିଏ ଓ କାହିଁକି ଏଠାରେ ପକାଇଛି ତାହା ଜଣା ପଡି ନ ଥିବା ବେଳେ ଡାବୁଗାଁ ବ୍ଲକ ରେ ଛତୁଆ ଯୋଗାଣ ର ସ୍ପଷ୍ଟତା ନେଇ ପ୍ରଶ୍ନ ଉଠିଛି . ପ୍ରକୃତରେ ମହେନ୍ଦ୍ରୀ ଗ୍ରାମ ପୋଖରୀରେ ପଡ଼ିଥିବା ଏହି ଛତୁଆ ଜରି ଶିଶୁ ଓ ଗର୍ଭବତୀ ମହିଳା ମାନେ ଖାଇବା ଉପଯୋଗୀ କି ନାହିଁ ତାହା ସନ୍ଦେହ ଦେଖା ଦେଇଥିବା ବେଳେ ଖାଇବା ଉପଯୋଗୀ ନ ଥିବାରୁ ଏଠାରେ ପକାଇଥିବା   ଗ୍ରାମବାସୀ ସନ୍ଦେହ କରୁଛନ୍ତି .  ଡାବୁଗାଁ ବ୍ଲକ ରୁ ମହେନ୍ଦ୍ରି ଗ୍ରାମ ମାତ୍ର ତିନି କିମି ଦୂର ହୋଇଥିଲେ ସୁଦ୍ଧା ଏହିଁ ଗ୍ରାମ ପାପଡାହାଣ୍ଡି ବ୍ଲକ ର ହୋଇ ଥିବାରୁ ନିର୍ଭୟରେ ଶିଶୁଙ୍କ ଛତୁଆ ପକେଟ୍ ବିକ୍ରି କରିଥିବା ସାଧାରଣରେ ଆଲୋଚନା ହେଉଛି. ବିଭାଗୀୟ ଅଧିକାରୀ ଏହାର ଉପଯୁକ୍ତ ତଦନ୍ତ କରି ଛତୁଆ ର ମାନ ଯାଞ୍ଚ୍ କରିବା ସହ କିଏ ଓ କାହିଁକି ଶିଶୁ ଓ ମହିଳା ଙ୍କ ଖାଦ୍ୟ ମାଛ କୁ ଖାଇବାକୁ ଦେଲେ ତାହାର ତଦନ୍ତ କରିବାକୁ ସାଧାରଣରେ ଦାବୀ ହୋଇଛି . ସୂଚନା ଥାଉ କି ଗତ ୨୦୨୨ ମସିହା ସେପ୍ଟେମ୍ବର ମାସ ରେ ଡାବୁଗାଁ ବ୍ଲକ ନୋଡାଲ ଅଧିକାରି ତଥା ଡେପୁଟି କଲେକ୍ଟର ଅଚାନକ ମା ମୁତ୍ୟାଲୁ ସ୍ୱୟଂ ସହାୟକ ଦଳ ର ଛତୁଆ ପ୍ରସ୍ତୁତି କେନ୍ଦ୍ର ପରିଦର୍ଶନ କରିଥିଲେ . ସେଠାରେ ଛତୁଆ ର ମାନ ନେଇ ଅସନ୍ତୋଷ ବ୍ୟେକ୍ତ କରିବା ସହ ଛତୁଆ ରେ ଓଜନ ପରିମାଣ କମ ଥିବା ଜାଣି ପାରିଥିଲେ. ଏହାପରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଡାବୁଗାଁ ହାଟପଦା ର ମା ମୁତ୍ୟାଲୁ ସ୍ୱୟଂ ସହାୟକ ମହିଳା ଗୋଷ୍ଠୀ ଠାରୁ ବ୍ଲକର ମେଦନା ଓ ଡାବୁଗାଁ ସେକ୍ଟର ର ଛତୁଆ ଯୋଗାଣ ରୁ ବାଦ ଦିଆଯାଇ ନୂତନ ଭାବେ ମା ମାଉସୀ ମହିଳା ସ୍ଵୟଂ ସହାୟକ ଦଳ କୁ ଛତୁଆ ଯୋଗାଣ ଦାୟିତ୍ବ ଦିଆ ଯାଇଥିଲା

Post a Comment

0 Comments