AD

ନିଳାମ୍ବୁ ମହୋତ୍ସବ ୨୦୨୩ ୬ଷ୍ଠ ସଂନ୍ଧ୍ୟାରେ ଗୋଟିପୁଅ ଡ୍ୟାନ୍ସ ରେ ମତୁଆଲା ହେଲେ ଦର୍ଶକ

 



ଖୋର୍ଦ୍ଧା ଜିଲ୍ଲା ଟାଗିଂ ବ୍ଲକ ସାମ୍ବାଦିକ ସଂଘ ଆନୁକୂଲ୍ୟରେ ସ୍ଥାନୀୟ ବଳରାମ ଦେବ ବିଦ୍ୟାପିଠ ଖେଳପଡିଆରେ ନିଳାମ୍ବୁ ମହୋତ୍ସବର ୬ଷ୍ଠ ସଂନ୍ଧ୍ୟା । ୬ଷ୍ଠ ସଂନ୍ଧ୍ୟାରେ ଟାଗିଂ ବ୍ଲକ ସାମ୍ବାଦିକ ସଂଘ ସଭାପତି ପଦ୍ମନାଭ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ମହୋତ୍ସବରେ ଅତିଥି ଭାବରେ ମଂଚରେ ଉପସ୍ଥିତ ଥିଲେ ଓଡ଼ିଶାର ପୂର୍ବତନ ମୂଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗ,ବରିଷ୍ଠ କବି ତଥା ଭୂବନେଶ୍ୱର ର ପୂର୍ବତନ ସାସଂଦ ଡଃ ପ୍ରସନ୍ନ ପାଟ୍ଟଶାଣୀ,ଚିଲିକା ର ପୂର୍ବତନ ବିଧାୟକ ରଘୁନାଥ ସାହୁ,ବିଶିଷ୍ଟ ସାହିତ୍ୟିକ ଶଶାଙ୍କ ଶେଖର ଚୁଡାମଣୀ,ଟାଗିଂ ବ୍ଲକ ପଞ୍ଚାୟତ ସମିତି ଅଧ୍ୟକ୍ଷା ରିସ୍ମା ମାନଧାତା,ଟାଗିଂ ବିଡ଼ିଓ ଐଶ୍ୱର୍ଯ୍ୟା ସାମନ୍ତରାୟ,ସମାଜସେବୀ ପ୍ରକାଶ ଶ୍ରୀଚନ୍ଦନ, ପୂର୍ବତନ ବିଧାୟକ ରାଘବ ସେଠୀ,ଚାଷୀ ନେତା ଅକ୍ଷୟ କୁମାର,ଆନ୍ଧ୍ର ପ୍ରଦେଶର ପୂର୍ବତନ ମନ୍ତ୍ରୀ କିଶୋର ବାବୁ,ପ୍ରମୁଖ ଯୋଗ ଦେଇଥିବା ବେଳେ ଓଡ଼ିଶାର ପୂର୍ବତନ ମୂଖ୍ୟମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କହିଥିଲେ ସାମ୍ବାଦିକ ସଂଘ ଟାଗିଂରେ ନିଳାମ୍ବୁ ମହୋତ୍ସବ ଭଳି ଏକ ଅସମ୍ଭବ କାର୍ଯ୍ୟ କୁ ସମ୍ଭବ କରି ସମସ୍ତଙ୍କ ଶ୍ରଦ୍ଧା ଭାଜନ ହୋଇପାରିଛନ୍ତି  ବୋଲି ମତବ୍ୟକ୍ତ କରିଛନ୍ତି । ମହୋତ୍ସବ ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ରାମଚନ୍ଦ୍ର ମହାପାତ୍ର ,ସାମ୍ବାଦିକ ସଂଘର ସଂମ୍ପାଦକ ମନୋଜ ପଟ୍ଟନାୟକ,ସଂଘର ପ୍ରବକ୍ତା ସରୋଜ ପାଇକରାୟ,ସଂଘର ଉପଦେଷ୍ଟା  ପ୍ରଦୋଷ କୁମାର ଦାସ,ସଂଘର ସହ ସଂମ୍ପାଦକ ବିକ୍ରମ କେଶରୀ ସାହୁ ମଂଚରେ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ମଂଚରେ ଉପସ୍ଥିତ ଥିବା ସମସ୍ତ ନିମନ୍ତ୍ରିତ ଅତିଥି ମାନଙ୍କୁ ଉତ୍ତୋରିୟ ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ଟାଗିଂ ବ୍ଲକ ଅଂଚଳର ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ମଂଚ  ଉପରେ ଅତିଥି ମାନେ ମାନପତ୍ର ଓ ଉତ୍ତୋରିୟ ଦେଇ ସମ୍ମାନିତ କରିଥିଲେ । ୬ଷ୍ଠ ସଂନ୍ଧ୍ୟାରେ ରଗାଂରଗଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅର୍କେଷ୍ଟ୍ରା ସଗିଂତ ସା ରେ ଗା ମା ପା ପକ୍ଷରୁ ମନୋରଞ୍ଜନ କାର୍ଯ୍ୟକ୍ରମ ସହିତ ଚାନ୍ଦପୁର କଳିଙ୍ଗ ଡ୍ୟାନ୍ସ ଗ୍ରୃପ ପକ୍ଷରୁ ନୃତ୍ୟ ପରିବେଷଣ,ଚାନ୍ଦପୁର ଏଜି ମିଶନ ଶିକ୍ଷାନୁଷ୍ଠାନ ପକ୍ଷରୁ ନୃତ୍ୟ,ମାଉଣ୍ଟ ଲିଟ୍ରା ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ନୃତ୍ୟ, ଚାନ୍ଦପୁର ବିଣାପାଣୀ ଶିଶୁ ମନ୍ଦିର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ନୃତ୍ୟ ଓ ଭୂବନେଶ୍ୱର ଆରଧନା ଡ୍ୟାନ୍ସ ଏକାଡେମୀ କଳାକାର ମାନଙ୍କ ଦ୍ୱାରା ଗୋଟିପୁଅ ନୃତ୍ୟ ବେଶ ଚିତାକର୍ଷକ ଥିଲା । ଶିତୁଆ ସଂନ୍ଧ୍ୟାରେ ଦର୍ଶକ ମାନେ ମନୋରଞ୍ଜନ କାର୍ଯ୍ୟକ୍ରମକୁ ମନୋଭରି ଉପଭୋଗ କରି ବେଶ ମତୁଆଲା ହୋଇଥିଲେ । ୬ଷ୍ଠ ସଂନ୍ଧ୍ୟାରେ ସାମ୍ବାଦିକ ସଂଘର ଆଇନ ପରାମର୍ଶ ଦାତା ସନ୍ଦିପନି ମିଶ୍ର,ଉପ ସଭାପତି ମନୋଜ କୁମାର ନାଇଡୁ,କୋଷାଧ୍ୟକ୍ଷ ଲଛମନ ନାୟକ,ସାମ୍ବାଦିକ ସୂର୍ଯ୍ୟକାନ୍ତ  ସାହୁ ,  କମଳ ଲୋଚନ ପାଇକରାୟ, ରାକେଶ କୁମାର ଜଗଦେବ, ରଜନୀକାନ୍ତ ମିଶ୍ର,ରାକେଶ ଚନ୍ଦ୍ର ମହାନ୍ତି, ପ୍ରଶାନ୍ତ ବେହେରା, ଦୁର୍ଗା ପ୍ରସାଦ ଦାଶ,ଅନନ୍ତ କୁମାର ପ୍ରଧାନ,ଜୟନ୍ତ ସୁବୁଦ୍ଧି, ହିମାଂଶୁ ଭୂଷଣ ଚମ୍ପତିରାୟ,ବିଭୁତି ଭୁଷଣ ଦାଶ,ରାମଚନ୍ଦ୍ର ପରିଡା,ବାଲୁଙ୍କେଶ୍ୱର ବେହେରା,ଅଜୟ ସେଠୀ,ପ୍ରଶାନ୍ତ କୁମାର ବେହେରା,ଚନ୍ଦ୍ରଶେଖର ଦାଶ ପ୍ରମୁଖ ଯୋଗଦେଇ ସହଯୋଗ କରିଥିଲେ । ଟାଗିଂ ମଦରଟେରେସା ଯୁବକ ସଂଘର ଯୁବକ ମାନେ ସହଯୋଗ କରିଥିବା ବେଳେ ମଂଚ ପରିଚାଳନା କରିଥିଲେ ସତ୍ୟନାରାୟଣ ପ୍ରଧାନ । ଶେଷରେ ସଂଘର ଉପଦେଷ୍ଟା ଶ୍ୟାମସୁନ୍ଦର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ମହୋତ୍ସବ ପଡିଆରେ ଆକର୍ଷଣୀୟ ଦୋଳି, ମହୋତ୍ସବ ପଡିଆରେ ବିଭିନ୍ନ ସରକାରୀ ଓ ବେସରକାରୀ ଷ୍ଟଲ ପଡିଥିବା ବେଳେ ଭଳିକି ଭଳି ସୁସ୍ୱାଦୁ ଖାଦ୍ୟର ପସରା ମେଲିଥିଲା । ଦର୍ଶକ ମାନେ ମହୋତ୍ସବରେ ବୁଲାବୁଲି କରି ସାସ୍କୃତିକ କାର୍ଯ୍ୟକ୍ରମ କୁ ବେଶ ଉପଭୋଗ କରି ମତୁଆଲା ଥିଲେ । ସୁରକ୍ଷା ନିମନ୍ତେ ଟାଗିଂ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।

Post a Comment

0 Comments