AD

ନିଳାମ୍ବୁ ମହୋତ୍ସବ ୨୦୨୩ ଦ୍ୱିତୀୟ ସଂନ୍ଧ୍ୟାରେ ମନ ମୋହିଲା ଢୋଲ ନିଶାନ ନୃତ୍ୟ || Nilambu mohastva ||



 

ଖୋର୍ଦ୍ଧା ଜିଳ୍ଲା ଟାଗିଂ ବ୍ଲକ ସାମ୍ବାଦିକ ସଂଘ ଆନୁକୂଲ୍ୟରେ ଟାଗିଂ ବଳରାମ ଦେବ ବିଦ୍ୟାପିଠ ଖେଳପଡିଆରେ ନିଳାମ୍ବୁ ମହୋତ୍ସବର ଦ୍ୱିତୀୟ ସଂନ୍ଧ୍ୟା । ଦ୍ୱିତୀୟ ସଂନ୍ଧ୍ୟାରେ ଟାଗିଂ ବ୍ଲକ ସାମ୍ବାଦିକ ସଂଘ ସଭାପତି ପଦ୍ମନାଭ ବିଶ୍ୱାଳଙ୍କ ସଭାପତିତ୍ୱରେ ମଞ୍ଚରେ ମୂଖ୍ୟ ଅତିଥି ଭାବରେ ଉପସ୍ଥିତ ଥିଲେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଦେବରାଜ ସେନାପତି ସମ୍ମାନିତ ଅତିଥି ଭାବରେ ଟାଗିଂ ବ୍ଲକ ଅଧ୍ୟକ୍ଷା ରିସ୍ମା ମାନଧାତା,ରାମଚନ୍ଦ୍ର କଳ୍ପନା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ସୁଧାଂଶୁ ଶେଖର ମହାନ୍ତି, ଡିଡିସି ଡିଗ୍ରୀ କଲେଜ ଅଧ୍ୟକ୍ଷ ସୁଶାନ୍ତ କୁମାର ଶତପଥି,ବଳରାମ ଦେବ ବିଦ୍ୟାପିଠ ପ୍ରଧାନ ଶିକ୍ଷକ ବିଶ୍ୱଜିତ ପଲାଇ ପ୍ରମୁଖ ଦେଇଥିବା ବେଳେ ମହୋତ୍ସବ ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ରାମଚନ୍ଦ୍ର ମହାପାତ୍ର , ସାମ୍ବାଦିକ ସଂଘର ସଂମ୍ପାଦକ ମନୋଜ ପଟ୍ଟନାୟକ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ । ଟାଗିଂ ବ୍ଲକର ସମସ୍ତ ଜିଲ୍ଲା ପରିଷଦ ନିର୍ବାଚିତ ପ୍ରତିନିଧି ଓ ଟାଗିଂ ବ୍ଲକର ୨୬ଗୋଟି ଗ୍ରାମପଞ୍ଚାୟତ ସମିତିସଭ୍ୟ ମାନଙ୍କୁ ମଂଚ ଉପରକୁ ନିମନ୍ତ୍ରଣ କରି ମାନପତ୍ର ଓ ଉତ୍ତରିୟ ଦେଇ ସମ୍ମାନିତ କରିଥିଲେ ଅତିଥିମାନେ । ଦ୍ୱିତୀୟ ଦିବସରେ ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ସଂଘର ଆଇନ ପରାମର୍ଶ ଦାତା ସନ୍ଦିପନି ମିଶ୍ର,ସଂଘର ପ୍ରବକ୍ତା ସରୋଜ କୁମାର ପାଇକରାୟ,ସଂଘର ଉପ ସଭାପତି ମନୋଜ ନାଇଡୁ,ସହ ସମ୍ପାଦକ ବିକ୍ରମ କେଶରୀ ସାହୁ,ସଂଘର ଉପଦେଷ୍ଟା ପ୍ରଦୋଷ ଦାସ , ଶ୍ୟାମସୁନ୍ଦର ପଟ୍ଟନାୟକ, ସାମ୍ବାଦିକ ସୂର୍ଯ୍ୟକାନ୍ତ ସାହୁ , କମଳ ଲୋଚନ ପାଇକରାୟ , ରାକେଶ ଜଗଦେବ , ରଜନୀକାନ୍ତ ମିଶ୍ର,ରାକେଶ ମହାନ୍ତି, ପ୍ରଶାନ୍ତ ବେହେରା, ଦୁର୍ଗା ପ୍ରସାଦ ଦାଶ,ଅନନ୍ତ କୁମାର ପ୍ରଧାନ,ଜୟନ୍ତ ସୁବୁଦ୍ଧି, ହିମାଂଶୁ ଭୂଷଣ ଚମ୍ପତିରାୟ , ରାମଚନ୍ଦ୍ର ପରିଡା,ବାଲୁଙ୍କେଶ୍ୱର ବେହେରା,ଅଜୟ ସେଠୀ,ପ୍ରମୁଖ ଯୋଗଦେଇ ସହଯୋଗ କରିଥିଲେ । ମଞ୍ଚ ପରିଚାଳନା କରିଥିଲେ ସତ୍ୟନାରାୟଣ ପ୍ରଧାନ । ମହୋତ୍ସବ ପଡିଆରେ ଆକର୍ଷଣୀୟ ଦୋଳି, ବିଭିନ୍ନ ସରକାରୀ ଓ ବେସରକାରୀ ଷ୍ଟଲ ପଡିଥିବା ବେଳେ ସ୍ୱୟଂ ସହାୟିକା ଗୋଷ୍ଠୀ ର ମହିଳାମାନେ କେତେକ ଷ୍ଟଲ ପକାଇଛନ୍ତି । ଦିତୀୟ ସଂନ୍ଧ୍ୟାରେ ଉତ୍କଳିକା ସଂଗିତ ଏକାଡେମୀ ନାଚୁଣୀ କଳାକାର ମାନଙ୍କ ଦ୍ୱାରା ଓଡିଶୀ ନୃତ୍ୟ , ମା ରାମଚଣ୍ଡୀ ପଶୁ ନୃତ୍ୟ ଚାନ୍ଦପୁର,ବଲାଙ୍ଗୀର କଳାକାର ମାନଙ୍କ ଦ୍ୱାରା ପଶ୍ଚିମ ଓଡିଶାର କୃଷିଭିତ୍ତିକ ନୃତ୍ୟ ଓ ଢୋଲ ନିଶାନ ନୃତ୍ୟ ପରିବେଷଣ ବେଶ ମନୋ ମୁଗ୍ଧକର ଥିଲା । ଦର୍ଶକ ମାନେ ମନୋରଞ୍ଜନ କାର୍ଯ୍ୟକ୍ରମ କୁ ମନଭରି ଉପଭୋଗ କରିଥିଲେ ।

Post a Comment

0 Comments