AD

ଚମ୍ପାଝର ବଙ୍ଗଳା ପଡିଆ ପାର୍ଶ ରେ ଏକ ନୂତନ ଶିବ ମନ୍ଦିର ପ୍ରତିଷ୍ଠା || temple inauguration ||

 



ଠାକୁରମୁଣ୍ଡା ବ୍ଲକ ଚମ୍ପାଝର ଗ୍ରାମପଞ୍ଚାୟତର ଚମ୍ପାଝର ବଙ୍ଗଳା ପଡିଆ ପାର୍ଶ  ରେ ଏକ ନୂତନ ଶିବ ମନ୍ଦିର ପ୍ରତିଷ୍ଠା ଉତ୍ସବ ୩ ଦିନ ଧରି ଅନୁଷ୍ଠିତ ହୋଇ ଯାଇଛିl ଚମ୍ପାଝର ଗ୍ରାମପଞ୍ଚାୟତ ର  ଜନସାଧାରଣଙ୍କ ଦାନରେ ଗଢି ଉଠିଥିବା ଏହି ମନ୍ଦିର ପ୍ରତିଷ୍ଠା ପାଇଁ ଲୋକମାନେ ସ୍ୱ ଇଛାରେ ଦାନ କରୁଛନ୍ତି l ୮ ତାରିଖରେ ଘଟ ଆଣି ଆରମ୍ଭ ହୋଇ ୧୦ ତାରିଖରେ ୫ ,୫୦ ମିନିଟ ର     ପୂର୍ଣ୍ଣାହୁତି ହୋଇ ନୂତନ ଓଁ ଶ୍ରୀ ନାଗେଶ୍ଵରାୟଃ ଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଉଦଯାପିତ ହୋଇଯାଇଛି l ପୁରୀରୁ ବ୍ରାହ୍ମଣ ଅଣାଯାଇ ଶିବ ମନ୍ଦିରର ପ୍ରତିଷ୍ଠା କରାଯାଉଛି l ୮ ତାରିଖରେ ଶହ ଶହ ମହିଳା ସାମିଲ ହୋଇ ୩୫୧ ଟି ଘଟ ଆଣିବା ପରେ ପୂଜା କାର୍ଯ୍ୟ ଆରମ୍ଭ ହୋଇଥିଲା l କେବଳ ଲୋକଙ୍କ ଦାନରେ ମନ୍ଦିର ଗଢି ଉଠିବା ସହ ପ୍ରତିଷ୍ଠା ଓ ପରିଚାଳନା ହେଉଥିବା ଜଣାଯାଇଛି l ଏଥିରେ ମୂଳାପାଳ ,କିରିକିଚିପାଳ, ଗିରିବେଡା ଗ୍ରାମର ସଂକୀର୍ତ୍ତନ ଦଳ ଯୋଗଦେଇ ସଂକୀର୍ତ୍ତନ କରିଥିଲେ ।  ନୂତନ ମନ୍ଦିର ପ୍ରତିଷ୍ଠା ଟ୍ରଷ୍ଟ  ର ଦିବ୍ଯ ରଂଜନ ଦାସ, ଚନ୍ନମୟୀ ମହାନ୍ତ (ଦୀପୁ),ହିମାଂଶୁ ମହାନ୍ତ ଙ୍କ ନେତୃତ୍ବ ରେ ମନ୍ଦିର ନିର୍ମାଣ ର ମୂକ୍ଷ୍ଯ ରତ୍ନାକର ସାହୁ ,ରବୀନ୍ଦ୍ର ନାଥ ମହାନ୍ତ ଏବଂ ସମସ୍ତ  ଟ୍ରଷ୍ଟ ର ସଭ୍ଯ/ସଭ୍ଯା ,ଗ୍ରାମବାସୀ   ସେଛାସେବୀ ମାନେ ଆୟୋଜନରେ ସାମିଲ ଥିବା ଦେଖିବାକୁ ମିଳିଛି l ସର୍ବସାଧାରଣ ଙ୍କ ପାଇଁ ଅନନ୍ଦ କରି ୩ ଦିନ ଧରି  ପ୍ରସାଦ ବଣ୍ଟନ କରାଯାଇଥିଲା ।

Post a Comment

0 Comments