AD

ଚାଉଳ କାଟ ବିରୋଧରେ ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ || BJD protests against rice cutting ||


କେନ୍ଦ୍ର ର ଚାଉଳ କାଟ ପ୍ରତିବାଦରେ ଆଜି ଖଲ୍ଲିକୋଟ ବ୍ଲକ ର ୨୯ ଗୋଟି ପଞ୍ଚାୟତ ରେ ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।  । ଆଜି ଖଲ୍ଲିକୋଟ ବ୍ଲକର ୨୯ ଟି ପଂଚାୟତରେ ଏହି ଆନ୍ଦୋଳନ କରିବା ସହ କେନ୍ଦ୍ର ସରକାରଙ୍କ ବିରୋଧରେ ନାରା ଦେଇଛନ୍ତି  ।ପ୍ରଧାନମନ୍ତ୍ରୀ ଖାଦ୍ୟ ଅନ୍ନ ଯୋଜନା , ଦରଦାମ ବୃଦ୍ଧି ଭଳି ବିଭିନ୍ନ ସମସ୍ୟା କୁ ନେଇ ବିଜେଡି ଆନ୍ଦୋଳନ କୁ ଓହ୍ଲାଇଛନ୍ତି  । ପଂଚାୟତ ସ୍ତରରେ ହୋଇଥିବା ଏହି ଆନ୍ଦୋଳନରେ ସରପଞ୍ଚ ମାନଙ୍କ ସହ ବିଜେଡି କର୍ମୀ ମାନେ ଉପସ୍ଥିତ ରହିଥିଲେ  । ମଥୁରା ପଂଚାୟତ କାର୍ଯ୍ୟାଳୟ ଠାରେ ସରପଞ୍ଚ ମେହମନ୍ତ ସେଠୀ ଓ କର୍ମୀ କରିଥିବା ଆନ୍ଦୋଳନରେ ବିଧାୟିକା ସୁର୍ଯ୍ୟମଣୀ ବୈଦ୍ୟ ଓ ଖଲ୍ଲିକୋଟ ବ୍ଲକ ବିଜେଡି ମହିଳା ସଭାନେତ୍ରୀ ମିତାଞ୍ଜାଳୀ ମିଶ୍ର ଉପସ୍ଥିତ ରହିଥିଲେ  । ଚିକିଲି ପଞ୍ଚାୟତ ରେ ଅରୁଣ କୁମାର ଖୁଣ୍ଟିଆ ଙ୍କ ନେତୃତ୍ୱରେ ଆନ୍ଦୋଳନ କରାଯାଇଥିଲା ।ତେବେ ଆଗାମୀ ଦିନରେ କେନ୍ଦ୍ର ସରକାର ଚାଉଳ ନଦେଲେ  ଓ ଦରଦାମ ନିୟନ୍ତ୍ରଣ ନହେଲେ ଏହି ଆନ୍ଦୋଳନ କୁ ତୀବ୍ରତର କରାଯିବ ବୋଲି ଖଲ୍ଲିକୋଟ ବିଧାୟିକା ସୁର୍ଯ୍ୟମଣୀ ବୈଦ୍ୟ କହିଛନ୍ତି  ।

 

Post a Comment

0 Comments