AD

ଗେଟ ପଡି ପଞ୍ଚମ ଶ୍ରେଣୀ ଛାତ୍ର ମୃତ || Substandard Workmanship||

ଖଲ୍ଲିକୋଟ ରେ ଅଘଟଣ ।ଖେଳୁଥିବା ବେଳେ ଗ୍ରୀଲ ପଡି ଜଣେ ପଞ୍ଚମ ଶ୍ରେଣୀ ଛାତ୍ର ଙ୍କ ମୃତ୍ୟୁ ଘଟିଛି ।ଖଲ୍ଲିକୋଟ ଥାନା ଅନ୍ତର୍ଗତ ତୁଳସୀପୁର ଗ୍ରାମରେ ଥିବା ବାତ୍ୟା ଆଶ୍ରୟ ସ୍ଥଳୀ ର ମେଇନ ଗେଟ ରେ  କିଛି ଛାତ୍ର ଖେଳୁଥିବା ବେଳେ ଅର୍ଧ ଭଗ୍ନ ଅବସ୍ଥାରେ ଥିବା ଗେଟ ଟି ହଠାତ ଜଣେ ଛାତ୍ର ଙ୍କ ଉପରେ ପଡି ଯାଇଥିଲା ।ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ।ମୃତ ଛାତ୍ର ଜଣକ ତୁଳସୀପୁର ର କରୁଣା ପାହାନ ଙ୍କ ପୁତ୍ର ପବିତ୍ର ପାହାନ ବୋଲି ଜଣାପଡିଛି ।ତୁଳସୀପୁର ବାତ୍ୟା ଆଶ୍ରୟ ସ୍ଥଳୀ ରେ ନିମ୍ନ ମାନର କାମ ହୋଇଥିବା ପୂର୍ବରୁ ଅଭିଯୋଗ କରି ଆସୁଥିଲେ ଗ୍ରାମବାସୀ ।ତେବେ ବ୍ଲକ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନ ନେବାରୁ ଆଜି ଜଣେ ନିରୀହ ଛାତ୍ର ର ଜୀବନ ଚାଲିଯାଇଛି ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ ।ବର୍ତ୍ତମାନ ମୃତ ଛାତ୍ର ର ମରଶରୀରକୁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ରଖାଯାଇଛି । ଡକ୍ଟର ରିପୋର୍ଟ୍ କୁ ଆଧାର କରି ଖଲ୍ଲିକୋଟ ପୋଲିସ କେସ ନଂ UD କେସ ନଂ 5/2023 ରୁଜୁ କରିଛି  ।


 

Post a Comment

0 Comments