AD

ଜୀବନ ଖୋଜୁଛି ସୁନ୍ଦରଗଡ଼ର ଜୀବନରେଖା || water problem ||

ଛତିଶଗଡ଼ କୁନ୍କୁରିରୁ ବାହାରିଥିବା ଇବ୍ ନଦୀ  ସୁନ୍ଦରଗଡ଼ ଝାରସୁଗୁଡ଼ା ସହରର ଜୀବନରେଖା। ସୁନ୍ଦରଗଡ଼ରେ  ବାଲିଶଙ୍କରାରେ ପ୍ରବେଶ କରି  ସବଡେଗା, ସଦର ଟାଙ୍ଗରପାଲି ବ୍ଲକ୍ ଦେଇ ଝାରସୁଗୁଡ଼ା ଯାଇଥିବା ଏହି ନଦୀ ଏସବୁ ଅଞ୍ଚଳ ପାଇଁ ଚାଷ ପାନୀୟ ଜଳର ଏକମାତ୍ର ଉତ୍ସ। ଏବେ ସେହି ଜୀବନଧାରା  ନିଜେ  ଜୀବନ ଖୋଜୁଛି। ଶୀତ ଋୁତରେ ନଦୀ ଶୁଖିଲା ପ୍ରାୟ। ନଦୀ ଆର କୂଳ କଡ଼େ କଡ଼େ କ୍ଷୀଣ ଧାରଟେ ଲମ୍ବିଛି ଯାହା। ନହେଲେ ଯେଉଁଆଡ଼େ ଆଖି ପକାଇଲେ ବି ଖାଲି ବାଲି ଆଉ ବାଲି।  ଉପରମୁଣ୍ଡରେ ଛତିଶଗଡ଼ ରାଜ୍ୟ  ଇବ୍କୁ ବନ୍ଦୀ କରି ରଖିଥିବା ବେଳେ ବର୍ଷା ଋତୁ ବ୍ୟତୀତ ଅନ୍ୟ ଋୁତୁରେ ଦେଖାଯାଏ ଦୁଃସ୍ଥିତି।

ଏବେ ଠାରୁ ସୁନ୍ଦରଗଡ଼ ସହରବାସୀ ପାଣି ପାଇଁ କଲବଲ ହେଉଥିବା ଅଭିଯୋଗ ଆସିଛି। ନଦୀ ଶୁଖିଲା ଥିବାରୁ ଜନସ୍ବାସ୍ଥ୍ୟ ବିଭାଗକୁ (ସହରାଞ୍ଚଳ) ଆବଶ୍ୟକ ଜଳ ଯୋଗାଇବା କଷ୍ଟକର ହୋଇପଡ଼ିଛି। ନଦୀରେ ଛୋଟ ଗାଡ଼ିଆ କରି  ପାଣି ସଂରକ୍ଷିତ ରଖାଯାଇଛି ସତ, କିନ୍ତୁ ତାହା ମଇଳା ପୂତିଗନ୍ଧମୟ ହୋଇପଡ଼ିଛି। ସେଠାରୁ ପାଣି ଉଠାଇ ବିଶୋଧନ କରି ସହରବାସୀଙ୍କୁ ଯୋଗାଇ ଦିଆଯାଉଥିଲେ ମଧ୍ୟ ପାଇପରେ ମଇଳା ଆସୁଥିବା ଅଭିଯୋଗ ହେଉଛି। ସବୁଠାରୁ ବଡ଼ କଥା ସହରର ଲୋକଙ୍କୁ ଗୋଟିଏ ଓଳି ବି ଆବଶ୍ୟକ ପାଣି ଯୋଗାଇବା ସମ୍ଭବ ହେଉ ନାହିଁ। ସୁନ୍ଦରଗଡ଼ ପୌରପାଳିକାରେ ପ୍ରାୟ ୧୬ ହଜାରରୁ ଅଧିକ ପରିବାର ସହ ବ୍ୟବସାୟିକ ସଂସ୍ଥାଗୁଡ଼ିକୁ ପାନୀୟ ଜଳ ଯୋଗାଇବା ପାଇଁ ୨୦୧୬ରୁ ୨୦୧୯ ଭିତରେ ଜନସ୍ବାସ୍ଥ୍ୟ ବିଭାଗ ଜରିଆରେ ପାଣି ପାଇପ, ଓଭରହେଡ୍ ଟ୍ୟାଙ୍କ, ବିଶୋଧନ ପ୍ରକଳ୍ପ ପାଇଁ କୋଟି କୋଟି ଟଙ୍କା  ଟଙ୍କା ଖର୍ଚ୍ଚ କରାଯାଇଛି। 

Post a Comment

0 Comments