AD

ଗ୍ରାମାଞ୍ଚଳ ରେ ଫୁଟବଲ ଖେଳକୁ ପ୍ରୋତ୍ସାହନ || state level football tournament ||


ଗ୍ରାମାଞ୍ଚଳ ରେ ଫୁଟବଲ ଖେଳକୁ ପ୍ରୋତ୍ସାହନ ଦେବା ଲକ୍ଷରେ ଆନନ୍ଦପୁର ବ୍ଲକ ତରତରା ଠାରେ ଆରମ୍ଭ ହେଲା ରାଜ୍ୟ ସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ । ଏହି ଟୁର୍ଣ୍ଣାମେଣ୍ଟରେ କଲିକତା, ଝାଡ଼ଖଣ୍ଡ ଓ ନେପାଳ ଭଳି ବାହାର ରାଜ୍ୟର ଖେଳାଳି ସାମିଲ୍ ହୋଇଥିବା ବେଳେ ଆମ ରାଜ୍ୟର ସୋନପୁର, ଢେଙ୍କାନାଳ, ଭୁବନେଶ୍ୱର ଓ ଜଟଣୀ ଆଦି ସ୍ଥାନର ବଡ ବଡ଼ ଦଳ ସାମିଲ୍ ହୋଇଛନ୍ତି। କାର୍ଯ୍ୟକ୍ରମ କୁ ଆନନ୍ଦପୁର ବିଧାୟକ ଭାଗୀରଥି ସେଠୀ, ଜିଲ୍ଲା ସମବାୟ ସମିତି ର ନିର୍ଦ୍ଦେଶକ ଦେବପ୍ରିୟ ପାତ୍ର ଓ ଆନନ୍ଦପୁର ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ଟୁର୍ଣାମେଣ୍ଟ ରେ ୮ ଟି ଦଳ ସାମିଲ୍ ହୋଇଥିବା ବେଳେ ପ୍ରଥମ ଲିଗ୍ ମ୍ୟାଚ୍ ରେ ଜଗା ୟୁନାଇଟେଡ ଭୁବନେଶ୍ୱର କୁ ୪-୦ ଗୋଲ୍ ରେ ହରାଇ ସୋଦପୂର୍ କଲିକତା ଟିମ୍ ସେମିଫାଇନାଲ ରେ ପ୍ରବେଶ କରିଛି।

 

Post a Comment

0 Comments