AD

ଠାକୁରମୁଣ୍ଡା ବ୍ଲକ ମଧ୍ୟାହ୍ନ ଭୋଜନ ପାଚିକା ସହାୟକ ସଂଘ ର ଦାବି ପତ୍ର ପ୍ରଦାନ || midday meal cooks demand draft ||


ଭିନ୍ନ ଦାବି ପୂରଣ ଦାବିରେ ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ରାମଚନ୍ଦ୍ର ନାଏକଙ୍କୁ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚିକା ସହାୟକ ସଂଘ,ଠାକୁରମୁଣ୍ଡା ଶାଖା ପକ୍ଷରୁ ଶୁକ୍ରବାର ଅପରାହ୍ନ ପ୍ରାୟ ୨ଟା ସମୟରେ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ୟଶରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି।ଦାବି ଗୁଡ଼ିକ ମଧ୍ୟରେ ପାଚିକା ସହାୟିକାଙ୍କୁ ସରକାରୀ କର୍ମଚାରୀର ମାନ୍ୟତା,ସର୍ବନିମ୍ନ ୨୪,୦୦୦ ଟଙ୍କା ମାସିକ ବେତନ,ବର୍ଷ କୁ ଖଣ୍ଡ ଶାଢ଼ୀ ପ୍ରଦାନ କରିବା,ବିଗତ ୨୮ ମାସର ବକେୟା ଦରମା ତୁରନ୍ତ ପ୍ରଦାନ କରିବା, ମଧ୍ୟାହ୍ନ ଭୋଜନ କୁ ଘରୋଇକରଣ ବନ୍ଦ୍ କରିବା, ଅବସରକାଳୀନ ସମୟ ସୀମା ୬୫ ବର୍ଷ କୁ ବୃଦ୍ଧି କରିବା,ଅବସର ପରେ ଏକ କାଳୀନ ଲକ୍ଷ ପ୍ରଦାନ କରିବା ଆଦି ଦାବି ଅନ୍ତର୍ଭୁକ୍ତ l ତେବେ ଏହି ଦାବି ଗୁଡ଼ିକ ପୂରଣ ଦାବିରେ ଡିସେମ୍ବର ୨୬ ତାରିଖ ରୁ ଦାବି ପୂରଣ ହେବା ପର୍ଯ୍ୟନ୍ତ ବ୍ଲକ ସମସ୍ତ ପାଚିକା ସହାୟିକା କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବେ ବୋଲି ସଂଘ ସଂପାଦିକା କ୍ଷୀରମଣୀ ମହାନ୍ତ ପ୍ରକାଶ କରିଛନ୍ତି। ସଂଘ ସଭାନେତ୍ରୀ ରୁନୁ ମହାନ୍ତ,ସମ୍ପାଦିକା କ୍ଷୀରମଣୀ ମହାନ୍ତ, ପାଚିକା ସାବିତ୍ରୀ ମଢେଇ, ସୁମିତ୍ରା ବେହେରା ଙ୍କ ସମେତ ବ୍ଲକ ସମସ୍ତ ପାଚିକା ସହାୟିକା ଉପସ୍ଥିତ ଥିଲେ।

 

Post a Comment

0 Comments