AD

ଟିଟିଲାଗଡ ସ୍ଥିତ ନାରେନ ହାଇ ସ୍କୁଲ ଠାରେ ଓଷ୍ଟା ପକ୍ଷରୁ ଶିଶୁ ମହୋତ୍ସବ || children festival at naren high school ||


ଟିଟିଲାଗଡ଼ ବ୍ଲକ ନାରେନ ହାଇସ୍କୁଲରେ ଟିଟିଲାଗଡ଼ ବ୍ଲକ ଓଷ୍ଟା ପକ୍ଷରୁ ଶିଶୁ ମହୋତ୍ସବ ଅନୁଷ୍ଠିତ ହୋଇଥିଲା I ବ୍ଲକ ସଭାପତି ପିତାମ୍ବର ଛତରଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଉଦ୍ଘାଟନୀ ଉତ୍ସବରେ ଶ୍ରୀମତୀ ଯମୁନା ମହାନନ୍ଦ ସରପଞ୍ଚ ନାରେନ ଗ୍ରାମପଞ୍ଚାୟତ, ମୁଖ୍ୟ ଅତିଥି, ଶ୍ରୀଯୁକ୍ତ ଦିଲୀପ ନାୟକ, ସହସମ୍ପାଦକ ଓଷ୍ଟା ବଲାଙ୍ଗୀର, ପୂର୍ବତନ ସମ୍ପାଦକ, ଦୁର୍ଗାମାଧବ ସାହୁ, ଅଗସ୍ତି ଜ୍ୟୋତିଷ ମଞ୍ଚରେ ଉପସ୍ଥିତ ଥିବା ବେଳେ ବ୍ଲକ ସମ୍ପାଦକ ଶ୍ରୀ ଗୋବର୍ଦ୍ଧନ ସାହୁ, ବିବରଣୀ ପାଠ କରିଥିଲେ ଏବଂ ବରିଷ୍ଠ ଶିକ୍ଷକ ଶ୍ରୀ ଧରଣୀଧର ବେହେରା ମଞ୍ଚ ପରିଚାଳନା କରିଥିଲେ।ଉତ୍ସବରେ ବ୍ଲକର ୧୫ ଗୋଟି ସ୍କୁଲରୁ ୧୭୨ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରି ୧୦ ଗୋଟି ପ୍ରତିଯୋଗିତା ରେ ଭାଗ ନେଇଥିଲେ ଓ ଆସନ୍ତା ୨୪.୧୨.୨୦୨୨ ରିଖ ଦିନ ବଲାଙ୍ଗୀର ରେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିବା ପାଇଁ ୨୦ ଜଣ ଛାତ୍ରଛାତ୍ରୀମାନଙ୍କୁ ମନୋନୀତ କରାଯାଇଥିଲା। ଉଦଯାପନୀ ଉତ୍ସବରେ ଟିଟିଲାଗଡ଼ ମାର୍ଚେଣ୍ଟ ଏସୋସିଏସନର ସଭାପତି ସମ୍ଭୁ ପ୍ରସାଦ ଗୋୟଲ ,ମୁଖ୍ୟ ଅତିଥି, ଆର୍ତ୍ତତ୍ରାଣ ରଥ,ଗୋଷ୍ଟୀ ଶିକ୍ଷା ଅଧିକାରୀ ଟିଟିଲାଗଡ଼ ବ୍ଲକ, ସମ୍ମାନୀତ ଅତିଥି, ପ୍ରବୀର ପଣ୍ଡା, ଗୋଷ୍ଟୀ ଶିକ୍ଷା ଅଧିକାରୀ, ମୁରିବାହାଲ ବ୍ଲକ, ମୁଖ୍ୟ ବକ୍ତା, ଓ ସୁଧୀର କୁମାର ନାୟକ, ଉପସଭାପତି ଜିଲ୍ଲା ଓଷ୍ଟା ସଂଗଠନ, ଶଙ୍କର ମିଶ୍ର, ପୁରୁଷୋତ୍ତମ ବାଗ, ପୂର୍ଣ୍ଣଚନ୍ଦ୍ର ମେହେର ମଞ୍ଚାସୀନ ଥିଲେ। ବଳରାମ ସାହୁ, ଧନ୍ୟବାଦ ଅର୍ପଣ କରିଥିଲେ ଓ ଫକିର ମୋହନ ସାହୁ, ପୁରସ୍କାର ବିତରଣ କାର୍ଯ୍ୟ ତୁଲାଇଥିବା ବେଳେ ରମେଶ ପୁଟେଲ, ପ୍ରେମରାଜ ନାୟକ, ମଣିକାନ୍ତ ଭୋଇ,ବନମାଳି ସ୍ଵାଇଁ, ସୁଗ୍ରୀ ରଣା, ରାଜକୁମାର ବଗର୍ତ୍ତୀ, ଓ ଭାରତୀ ଭୋଇ ସହଯୋଗ କରିଥିଲେ।ସ୍କୁଲ ର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ଓ ଶେଷରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା।

 

Post a Comment

0 Comments