AD

ଅଚ୍ଚର୍ନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି ପୁଣି ଇଡିରେ ହାଜର ହେଲେ || archana nag ||



 ଅର୍ଚ୍ଚନା ନାଗ ମାମଲାରେ ବାରମ୍ବାର ସମନ ପରେ ବି ଇଡିରେ ହାଜର ହେଉନଥିବା ଶ୍ରଦ୍ଧାଞ୍ଜଳି ତୃତୀୟ ଥର ପାଇଁ ଆଜି ଇଡିରେ ହାଜର ହୋଇଛନ୍ତି। ଏହା ପୂର୍ବରୁ ସେ ଦୁଇ ଦୁଇ ଥର ଇଡି ଜେରାର ସାମ୍ନା କରିଛନ୍ତି।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଅର୍ଚ୍ଚନା ନାଗ ଓ ତାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ଇଡି ଦ୍ୱିତୀୟ ଥର ପାଇଁ ରିମାଣ୍ଡରେ ନେଇଥିବାବେଳେ ତାଙ୍କର ସହଯୋଗୀ ଶ୍ରଦ୍ଧାଞ୍ଜଳି ମଧ୍ୟ ଇଡିରେ ପହଞ୍ଚି ସାରିଛନ୍ତି।ଇଡି ଅର୍ଚ୍ଚନା, ଜଗବନ୍ଧୁ ଓ ଶ୍ରଦ୍ଧାଞ୍ଜଳି ୩ ଜଣଙ୍କୁ ଏକା ସାଙ୍ଗରେ ଜେରା କରିବ ବୋଲି ଅନୁମାନ କରାଯାଉଛି।  ୩ ଜଣଙ୍କୁ ମୁହାଁମୁହିଁ ଜେରା କରା ଗଲେ ହୁଏତ ଅନେକ ଗୁଡିଏ ସତ ଏକାଥରେ ସାମ୍ନାକୁ ଆସିପାରେ।

ବାରମ୍ବାର ସମନ କରୁଥିଲେ ମଧ୍ୟ ଅନେକ ଥର ଇଡିରେ ହାଜର ହେଉନଥି‌ଲେ ଶ୍ରଦ୍ଧାଞ୍ଜଳି। ଯଦି ସେ ହାଜର ନ ହୁଅନ୍ତି, ତେବେ ଖୁବ ଶୀଘ୍ର ତାଙ୍କ ନାଁରେ ଆରେଷ୍ଟ ୱାରେଣ୍ଟ ବାହାରିବାର ସମ୍ଭାବନା ରହୁଥିବାରୁ ଶେଷରେ ସେ ଇଡିରେ ପହଞ୍ଚିଛନ୍ତି।

Post a Comment

0 Comments