AD

ଏମ୍ ଭି ୮୮ ଗ୍ରାମରେ ବି ଏସ ଏଫ ର ୫୮ ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ସ୍ୱଚ୍ଛତା ଅଭିଯାନ ଶପଥ ପାଠ || Swachhata Abhiyan Pledge on the occasion of 58th Foundation Day of BSF at MV 88 village

Swachhata Abhiyan Pledge on the occasion of 58th Foundation Day of BSF at MV 88 village

ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମ୍ ଭି ୮୮ ଗ୍ରାମରେ ବିଏସଏଫ ୧୪୨ ବାଟାଲିଆନ ତରଫରୁ ସକାଳ 9 ଘଣ୍ଟିକା ରେ ବିଏସଏଫ ୫୭ ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ସ୍ୱଚ୍ଛତା ଅଭିଯାନ ସପଥ ପାଠ ପରେ ଗ୍ରାମ ସ୍ୱଚ୍ଛତା କାର୍ଯ୍ୟକ୍ରମ ହୋଇଥିଲା ଏହାପରେ ଆଞ୍ଚଳିକ ଯୁବକ ଏବଂ  ବି ଏସ ଏଫ ଯବାନ ଙ୍କ ମଧ୍ୟରେ  ଦୁଇଟି ବନ୍ଧୁତାମୂଳକ ଭଲିବଲ ମ୍ୟାଚ ଖେଳା ଯିବା ସହ ଏମ୍ ଭି ୮୮ ଗ୍ରାମରେ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା  ଆଜିର ବନ୍ଧୁତାମୂଳକ ପ୍ରଥମ ମ୍ୟାଚ ବିଏସ ଏଫ ଯବାନ ଏବଂ ଏମ୍ ଭି ୮୮ ମଧ୍ୟରେ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚ ବିଏସଏଫ ଯବାନ ଏବଂ ଏମ୍ ଭି ୧୨୮ ଗ୍ରାମ ଯୁବକଙ୍କ ମଧ୍ୟରେ ହୋଇଥିଲା ଏହି ଦୁଇ ମ୍ୟାଚ ରେ ପ୍ରଥମ ମ୍ୟାଚରେ ଏମ୍ ଭି ୧୨୮ ଗ୍ରାମ ଯୁବକ ବିଜୟ ହୋଇଥିବା ବେଳେ ଦ୍ୱିତୀୟ ଟିରେ ବିଏସ ଏଫ ଯବାନ ବିଜୟ ହୋଇଥିଲେ ୧୪୨ ବାଟାଲିଆନ କମାଣ୍ଡର ଇନ୍ସପେକ୍ଟୋର ଅମିତ ପାଲ  ନିଜ ବକ୍ତବ୍ୟରେ ଆଜିକାର ଦିନ ଡିସେମ୍ବର ତାରିଖ ୧୯୬୫ ମସିହାରେ କିପରି ବିଏସଏଫ   ପ୍ରତିଷ୍ଠା ହୋଇ ଥିଲା ତାହା ବିଷୟରେ ଆଲୋଚନା କରିବା ସହ ଭାରତ ସରକାରଙ୍କ ଦ୍ୱାରା ଦୀର୍ଘ ୫୮ ବର୍ଷ  ଧରି ସେବା ଯୋଗାଇ ଦେଉଥିବା ବିଷୟରେ କହିଥିଲେ ଏହି ବନ୍ଧୁତାମୂଳକ ଭଲିବଲ ମ୍ୟାଚ ଏବଂ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମରେ ଡ଼ଃ ଏମ୍ ଟୁଡୁ, ମାଲାଭରମ ସରପଞ୍ଚ ଦୁର୍ଗା ଚରଣ ମାଡି,ଏମ୍ ଭି ୭୯ ସମାଜ ପ୍ରତିନିଧି ରାଜେଶ କୁମାର ଓଝା,ରାମା ରାବା,ପ୍ରଣବ ମଣ୍ଡଲ ପ୍ରମୁଖ ଙ୍କ ସହ ଗ୍ରାମର ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ

 

Post a Comment

0 Comments