AD

ଭୀମକୁଣ୍ଡ କୁ ଛୁଟୁଛି ପର୍ଯ୍ୟଟକଙ୍କ ସୁଅ, ଜମୁଛି ବଣ ଭୋଜି ଆସର | bhimakunda of kendujha a picnic spot |


    
                ସୁନ୍ଦର
ତୃପ୍ତିର ଅବସାଦ ନାହିଁ ଯେତେ ଦେଖିଥିଲେ ନୂଆ ଦିଶୁଥାଇ। ସେମିତି ଏକ ଐତିହାସିକ ଏବଂ ପୌରାଣିକ ଜାଗା ହେଉଛି। ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ଭୀମକୁଣ୍ଡ ଏବେ ଚଳ ଚଞ୍ଚଳ ଆସନ୍ତୁ ଦେଖିବା ପୁରା ରିପୋର୍ଟ

  ପୁରାଣରେ ବର୍ଣ୍ଣିତ ଭୀମ ଅଜ୍ଞାତ ବାସ ସମୟରେ ପାନୀୟ ଜଳ ଏବଂ ସ୍ନାନ ପାଇଁ କୁଣ୍ଡଟି କରିଥିଲେ ଏବଂ କାଳ କ୍ରମେ ଜାଗା ଏବଂ କୁଣ୍ଡର ନାମ ଭୀମଙ୍କୁଣ୍ଡ ନାମିତ ହୋଇଛି ପୁଣ୍ୟତୟା ବୈତରଣୀ ନଦୀ ପାହାଡ଼ ଜଙ୍ଗଲ ଡେଇଁ ଭୀମକୁଣ୍ଡ ରେ ପହଞ୍ଚିଛି   ଭୀମକୁଣ୍ଡ ରେ ରହିଛି ମନୋରମ ଦୃଶ୍ୟ ସବୁଜ ବନାନୀ ଭିତରେ ପଥରର ଛାତି ଚିରି ଘୋ ଘୋ ନାଦ କରି ଲମ୍ପ ଦେଇ ଭୀମ କୁଣ୍ଡରେ ପଡୁଛି ବୈତରଣୀ ପାଣି ଭୀମକୁଣ୍ଡ ଜଳ ପ୍ରପାତ ଅତି ମନୋରମ ଯାହାକି ପର୍ଯ୍ୟଟମାନଙ୍କୁ ଟାଣି ଆଣିଥାଏ ଭୀମକୁଣ୍ଡ ପ୍ରାକୃତିକ ସୌ୍ନ୍ଦର୍ଯ୍ୟର ମଜା ନେବା ସହିତ ବଣ ଭୋଜି କରି ମଶଗୁଲ୍ ହେଉଛନ୍ତି ପର୍ଯ୍ୟଟକ।

    ଭୀମକୁଣ୍ଡରେ ବଣ ଭୋଜି ପାଇଁ ଉପଯୁକ୍ତ ଏବଂ ଜାଗା ରହିଛି ଯେଉଁଥି ପାଇଁ ଛଟ ରୁ ବଡ ସ୍କୁଲ ଛାତ୍ର ଛାତ୍ରୀ ଠୁ ଆରମ୍ଭ କରି କଲେଜ ପଢୁଆ ଯୁବକ ଯୁବତୀ ଏବଂ ସାଧାରଣ ଲୋକଙ୍କ ପ୍ରଥମ ପସନ୍ଦ ପାଲଟିଛି ଠାକୁରମୁଣ୍ଡାର ଭୀମକୁଣ୍ଡ ବ୍ୟସ୍ତ ବହୁଳ ଜୀବନରୁ ବିରତି ନେଇ ଖୁସି ମନେଇ ବାକୁ ଚାଲି ଆସୁଛନ୍ତି। କ୍ଷଣିକ ସମୟ ପାଇଁ ହେଉ ପଛକେ ଆନନ୍ଦ ଉଲ୍ଲାସରେ ମସଗୁଲ ହେଉଛନ୍ତି

     ପୂର୍ବରୁ ପର୍ଯ୍ୟଟକ ମାନଙ୍କ ପାଇଁ ପିଇବା ପାଣି ଏବଂ ଶୌଚାଳୟର ଅସୁବିଧା ଥିଲା କିନ୍ତୁ ଏବେ ସେ ସବୁର ସମାଧାନ ହୋଇଛି ଏବେ କୌଣସି ପ୍ରକାର ଅସୁବିଧା ନାହିଁ


 

Post a Comment

0 Comments