AD

ନଡ଼ିଆ ଖାଇବା ପାଇଁ ମା ମାଉଲି ମନ୍ଦିର କବାଟ ଭାଙ୍ଗିଦେଲା ଜଙ୍ଗଲୀ ଭାଲୁ || bear brake the temple door for coconut ||


ନଡ଼ିଆ ଖାଇବା ପାଇଁ ମା ମାଉଲି ମନ୍ଦିର କବାଟ ଭାଙ୍ଗିଦେଲା ଜଙ୍ଗଲୀ ଭାଲୁ ! ସୂଚନା ମୁତାବକ ବରଗଡ ଜିଲ୍ଲା ସୋହେଲା ବ୍ଲକ ଘେଁସ୍ ଅଞ୍ଚଳ ରେ ଗୋଟିଏ ଜଙ୍ଗଲୀ ଭାଲୁ ଖାଦ୍ୟ  ଅନ୍ୱେଷଣ ପାଇଁ ଛ ମାସ ହେଲା ଖୁଲମଖୁଲା ବୁଲୁଛି ! ଲୋକେ ଭୟଭୀତ ଅବସ୍ଥାରେ ରହୁଛନ୍ତି ! ପ୍ରତିଦିନ ସନ୍ଧ୍ୟା ସମୟରେ ଗାଁ ଗାଁ କୁ ଖାଦ୍ୟ ଅନ୍ୱେଷଣ  ପାଇଁ ଚାଲିଆସୁଛି ଜଙ୍ଗଲୀ ଭାଲୁ ! ଲୋକେ କୋକୁଆ ଭୟରେ ସନ୍ଧ୍ୟା ଟା ପରେ କବାଟ ଦେଇ ଘରେ ରହୁଛନ୍ତି ! ବାବତ କୁ ନେଇ ସ୍ଥାନୀୟ ବାସିନ୍ଧା ବାରମ୍ଭାର ଘେଁସ୍ ବନ ବିଭାଗ କୁ ଅଭିଯୋଗ କରୁଛନ୍ତି ! କିନ୍ତୁ ଘେଁସ ବନ ବିଭାଗ କୌଣସି ପଦକ୍ଷେପ ନେଉନାହାଁନ୍ତି ! ଆଜି ମଧ୍ୟ୍ୟ ମେଲଚ୍ଛାମୁଣ୍ଡା ବନାଞ୍ଚକ କୁ ଯୋଗାଯୋଗ କରାଯାଇଥିଲା ! ମେଲଚ୍ଛାମୁଣ୍ଡା ରେଞ୍ଜର ବାବତ କୁ ଅଭିଯୋଗ  ଗ୍ରହଣ କରି ମେଲଚ୍ଛାମୁଣ୍ଡା ରେଞ୍ଜର ରମେଶ ପଧାନ ଗୋଟିଏ ଟିମ ପ୍ରସ୍ତୁତି କରି ଘଟଣା ସ୍ଥଳ କୁ ଭାଲୁ କୁ ଘୋଡାଇବା ପାଇଁ ପଠାଇ ଛନ୍ତି ! କିଛିଦିନ ଆଗରୁ ବରଗଡ ଜିଲ୍ଲା ଦେବ୍ରିଗଡ଼ ଅଭୟା ରଣ୍ୟ ରେ ଗୋଟିଏ ବ୍ୟକ୍ତି କୁ ଚାରିଗୋଟି ମହାବଲ ବାଘ ଆକ୍ରମଣ କରି ଲହୁଲୁହାଣ କରିଥିଲେ  ବ୍ୟକ୍ତି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି ! ସେଥିପାଇଁ  ଘେଁସ ଅଞ୍ଚଳରେ ଲୋକେ ଭାଲୁ ଭୟରେ ରହୁଛନ୍ତି ! ବନ ବିଭାଗ ଯେତେ ଶୀଘ୍ର ହେଉ ଏହି ଭାଲୁ କୁ କାବୁ କରି ଅଭୟାରଣ୍ୟ ରେ ଛଡା ଯାଉ ବୋଲି ସ୍ଥାନୀୟ ବାସିନ୍ଧା ଅଭିଯୋଗ କରିଛନ୍ତି ! ତାହେଲେ ଦେଖିବାକୁ ରହିଲା ବନ ବିଭାଗ ହେବେ ସଫଳ ହେଉଛି !
 

Post a Comment

0 Comments