AD

ମଥୁରା ଗ୍ରାମରେ ମାନଵ ସେବାରେ ପରମାଣୁ ଶକ୍ତି ଉପରେ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ || atomic energy for mankind ||


 ଭୁବନେଶ୍ୱର ସ୍ଥିତ ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନ ଓ ଖୋର୍ଦ୍ଧା ଭୈରବୀ କ୍ଲବ ର ମିଳିତ ସହଯୋଗରେ ଆଜି ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ମଥୁରା ଗ୍ରାମରେ ଏକ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ମଥୁରା ଗ୍ରାମର ବାବା କେଦାରେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ମାନବ ସେବାରେ ପରମାଣୁ ଶକ୍ତି ଆଧାରିତ କାର୍ଯ୍ୟକ୍ରମ ରେ ଭୁବନେଶ୍ୱର ସ୍ଥିତ ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନ ର ନିର୍ଦ୍ଦେଶକ ପ୍ରଫେସର କରୁଣାକର ନନ୍ଦ, ରେଜିଷ୍ଟ୍ରାର ପ୍ରଫେସର ପ୍ରଦୀପ କୁମାର ସାହୁ, ବୈଜ୍ଞାନିକ ଡକ୍ଟର ସଚିନ୍ଦ୍ର ନାଥ ଷଡଙ୍ଗୀ, ଖୋର୍ଦ୍ଧା ଭୈରବୀ କ୍ଲବ ର ପ୍ରତାପ ଚନ୍ଦ୍ର ପାଲ ପ୍ରମୁଖ ଯୋଗ ଦେଇ ପରମାଣୁ ଶକ୍ତି କିପରି ମାନଵ ସେବା ରେ ବ୍ୟବହାର ହୋଇ ପାରିବ ସେ ନେଇ ବିସ୍ତ୍ରୁତ ଭାବେ ବୁଝାଇ ଥିଲେ ।ପରମାଣୁ ଶକ୍ତି କେବଳ ବୋମା ରେ ବ୍ୟବହାର ହୁଏ ନାହିଁ ।ଏହାକୁ ବ୍ୟବହାର କରି ଖାଦ୍ୟ ପଦାର୍ଥ କିପରି ଅଧିକ ଆଦାୟ ହେବ ଓ ଅଧିକ ଦିନ ସାଇତି ରଖି ପାରିବେ, ସ୍ୱାସ୍ଥ୍ୟ କ୍ଷେତ୍ରରେ ଏହାର ଉପଯୋଗୀତା,ପାନୀୟ ଜଳ ରେ ଏହାର ବ୍ୟବହାରିତା, ପରମାଣୁ ଶକ୍ତି ବ୍ୟବହାର କରି ଉନ୍ନତ ଧରଣ ଚାଷ, ବିଦ୍ୟୁତ ଶକ୍ତି ଅଧିକ ଆଦାୟ କରି ପାରିବା ବୋଲି କହିଥିଲେ ।ଏହି କାର୍ଯ୍ୟକ୍ରମ ରେ ମଥୁରା ସରପଞ୍ଚ ମେହମନ୍ତ ସେଠୀ ଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ ।

Post a Comment

0 Comments