AD

ସ୍ୱସ୍ତିକ ଟିଭି ଏବଂ ସପ୍ତାହିକ ପ୍ରତ୍ରିକା ର ଷଷ୍ଠତମ ବାର୍ଷିକ ଉତ୍ସବ ଅନୁଷ୍ଠିତ || annual day celebration of swastik tv

 


          ବ୍ରହ୍ମପୁର ସହିଦ ଲକ୍ଷଣ ନାୟକ କମୁନିଟି ହଲ ରେ ସ୍ୱସ୍ତିକ ଟିଭି ଏବଂ ସପ୍ତାହିକ ପ୍ରତ୍ରିକା ଷଷ୍ଠତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେଇଯାଇଛି ! ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ଶ୍ରୀ ବିକ୍ରମ କୁମାର ପଣ୍ଡା ଯୋଗଦେଇ ଶ୍ରୀ ଜଗନ୍ନାଥ ଙ୍କ ପ୍ରତିମୂର୍ତ୍ତି ରେ ପ୍ରଦୀପପ୍ରଜ୍ୱଳନ କରି ଶୁଭାରମ୍ଭକରିଥିଲେ !  ସମ୍ମନିତ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ଶ୍ରୀ ବିଭୁତି ଭୂଷଣ ଜେନା, DRDA  ଉପାଧକ୍ଷା S. ରାଜେଶ୍ୱରୀ ଦୋରା, ଓକିଲ ସଙ୍ଘ ଡାକ୍ତର ପଞ୍ଚାନନ ସାବତ, ସ୍ଵାତିକ ଟିଭି ପ୍ରତିଷ୍ଠାତା ସେବକ ଗରଡା, ସ୍ୱସ୍ତିକ ଟିଭି   ଆଡମିନିଷ୍ଟ୍ରେଟିଭ ହେଡ଼ ଶ୍ରୀ ରବୀନ୍ଦ୍ର ପଟ୍ଟନାଏ, ଗଞ୍ଜାମ ଜିଲ୍ଲା ପ୍ରତିନିଧି ଧର୍ମେନ୍ଦ୍ର ରାଉଳ, ଏଡିଟର ନୃସିହ ରାଉଳ, ବ୍ରହ୍ମପୁର ରିପୋର୍ଟର ବୀରେନ୍ଦ୍ର ମୋଲାନା ପ୍ରମୁଖ ଉପସ୍ଥିତ ରହି ସ୍ୱସ୍ତିକ ଟିଭି ଦୀର୍ଘାୟୁ କାମନା କରିବା ସହ ସାମ୍ବାଦିକ ସଙ୍ଘର୍ଷ ସମ୍ପର୍କରେ କହିଥିଲେ ! ଏବଂ ସାମ୍ବାଦିକ ମାନଙ୍କର ବିଭିନ୍ନ ସମସ୍ୟା ରାଜ୍ୟ ସରକାର କେନ୍ଦ୍ର ସରକାର ଙ୍କ ନିକଟରେ ପହଞ୍ଚିବ ଏବଂ ସାମ୍ବାଦିକ ମାନଙ୍କୁ ନିଜର ହକ ମିଳିବ ସେ ସମ୍ପର୍କ କହିଥିଲେ !  ରଶ୍ମିତା ସାମଲ ଅତିଥି ମାନଙ୍କୁ ସ୍ବାଗତଂ ଭାଷଣ ଦେଇଥିବା ବେଳେ ଏହି କାର୍ଯ୍ୟକ୍ରମ କୁ ସ୍ୱସ୍ତିକ ଟିଭି MD ଅନୁଜା ନନ୍ଦ ପରିଚାଳନା କରିଥିଲେ ! ପରେ ଓଡିଶା ବିଶିଷ୍ଟ ସମାଜସେବୀ, ସାମ୍ବାଦିକ, ଆଇନଜୀବୀ, ଶିକ୍ଷୟତି, କଳାକାର, ସାହିତ୍ୟିକ ମାନଙ୍କୁ ମାନପତ୍ର, ଉପଡଙ୍କନ ଦେଇ ସମ୍ମାନିତ କରାଯାଇଥିଲା  !  ପରେ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା ! ଏହି କାର୍ଯ୍ୟକ୍ରମ ରେ ଓଡିଶା ବିଭିନ୍ନ ଜିଲ୍ଲା ଏବଂ ବ୍ଲକ ସାମ୍ବାଦିକ ମାନେ ଉପସ୍ଥିତ ରହିଥିଲେ  !

Post a Comment

0 Comments