AD

ମୋହନା ପ୍ରେସ କ୍ଲବ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ | national press day |

ଗଜପତି ଜିଲ୍ଲା ମୋହନା ପ୍ରେସ କ୍ଲବ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି l ସ୍ଥାନୀୟ ପ୍ରେସ କ୍ଲବ କାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ପାଦକ ପ୍ରେମାନନ୍ଦ ପୂଜାରୀ ସଂଯୋଜନା କରିଥିବା ବେଳେ ସଂଗଠନ ସମ୍ପାଦକ ବାବୁଲା ସେଠୀ ଅତିଥି ପରିଚୟ ପ୍ରଦାନ ସହ ସ୍ଵାଗତ ଭାଷଣ ଦେଇଥିଲେ l କାର୍ଯ୍ୟକ୍ରମରେ ସଭାପତି ଲକ୍ଷ୍ମଣ ଚୌଧୁରୀ ଅଧ୍ୟକ୍ଷତା କରିଥିବା ବେଳେ ମୂଖ୍ୟ ଅତିଥି ଭାବେ ଆର. ଉଦୟଗିରି ଏସଡିପିଓ ଦିଲ୍ଲୀପ କୁମାର ନାୟକ ଯୋଗଦେଇ ସାମ୍ବାଦିକ ମାନଙ୍କର ଦାୟିତ୍ଵ କର୍ତ୍ତବ୍ୟ ଉପରେ କହିଥିଲେ l ଗ୍ରାମାଞ୍ଚଳରରେ ଲୋକଙ୍କ ଅର୍ଥନୈତିକ ବିକାଶ ରେ ସାମ୍ବାଦିକ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି କହିବା ସହ ସଂଘର୍ଷ ହିଁ ସାମ୍ବାଦିକତାର ସାର୍ଥକତା ବୋଲି ମୂଖ୍ୟ ଅତିଥି କହିଛନ୍ତି l ମୁଖ୍ୟବକ୍ତା ଭାବେ ଭାରପ୍ରlପ୍ତ ତହସିଲଦାର ହିମାଂଶୁ ଭୂଷଣ ପଲେଇ ଯୋଗଦେଇ ସାମ୍ୱାଦିକ ମାନେ ସକାରାତ୍ମକ ଦୃଷ୍ଟିକୋଣ ରଖି ଖବର ପରିବେଷଣ କଲେ ସମାଜର ବିକାଶ ହେବ ବୋଲି କହିଥିଲେ l ସେହିପରି ସମ୍ମାନୀତ ଅତିଥି ଭାବେ ମୋହନା ଥାନା ଅଧିକାରୀ ପ୍ରଶାନ୍ତ କୁମାର ନିଶିକl ଯୋଗଦେଇ ପୋଲିସ ସାମ୍ବାଦିକଙ୍କ ମଧ୍ୟରେ ସୁସଂପର୍କ ରହିଲେ ବହୁ ସମସ୍ୟାର ସମାଧାନ ହୋଇପାରିବ ବୋଲି ସେ କହିଛନ୍ତି l କାର୍ଯ୍ୟକ୍ରମରେ ପ୍ରେସ କ୍ଲବ ଉପଦେଷ୍ଟା ତଥା ଆଇନ ପରାମର୍ଶଦାତା ଦୁର୍ଯ୍ୟୋଧନ କରଡl, ଉପ ସଭାପତି ବାଦଲ କୁମାର ବେହେରା, ସହ ସଂପାଦକ ଶ୍ରିହରି ପ୍ରଧାନ, କୋଷାଧ୍ୟକ୍ଷ ସୁମନ ପଟ୍ଟନାୟକ, ଉପଦେଷ୍ଟା ଗଣେଶ ବିଷୋୟୀ, ଅଶ୍ଵିନୀ ପାତ୍ର,କାର୍ଯ୍ୟକାରୀ ସଦସ୍ୟ ପିଣ୍ଟୁ ପ୍ରଧାନ, ତପନ କୁମାର ପତି ମୁକ୍ତିମଣ୍ଡପ ଦଣ୍ଡସେନା ଯୋଗଦେଇ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ଉପରେ କହିଥିଲେ l

 

Post a Comment

0 Comments