ଆଜି ମଧ୍ୟାହ୍ନରେ ଏକ ବୁଢ଼ା ହନୁ ମାଙ୍କଡ଼ ଏକ ନମ୍ବର ହାଟ ଓ ମାର୍କେଟ୍ ବିଲ୍ଡିଂକୁ ସଂଯୋଗ କରୁଥିବା ଅଣ୍ଡରଗ୍ରାଉଣ୍ଡ ମାର୍କେଟ୍ ଭିତରେ ପଶିଯାଇଥିଲା। ଲୋକଙ୍କୁ କାମୁଡ଼ାକାମୁଡ଼ି ନକରି ସେ ପ୍ରଥମେ କିଛି ଦୋକାନରେ ଜିନିଷପତ୍ର ଖେଳାଇ ଫୋପଡ଼ାଫିଙ୍ଗା କରିଥିଲା।
ଡ୍ରେସ୍ ଦୋକାନରେ ଝୁଲିଥିବା ପୋଷାକପତ୍ର ତଳକୁ ଖସାଇଦେଇଥିଲା। ମନୋହରି ଦୋକାନରୁ ବିଭିନ୍ନ ଜିନିଷ ବାହାର କରି ତଳେ ଫୋପାଡ଼ି ଦେଇଥିଲା। ଦୋକାନୀମାନେ ତାକୁ ଘଉଡ଼ାଇବାକୁ ଚେଷ୍ଟା କଲେ, ସେ ଦାନ୍ତ ଦେଖାଇ କାମୁଡ଼ି ଗୋଡ଼ାଇଥିଲା। କିନ୍ତୁ କୌଣସି ଲୋକଙ୍କୁ ଭୟଭୀତ କରିନଥିଲା। ଏତିକିବେଳେ ତା ନଜର ପଡ଼ିଥିଲା ଏକ ମାଳି ଦୋକାନ ଉପରେ। ହନୁ ମାଳି ଦୋକାନକୁ ଯାଇ କିଛି ମାଳି ଧରି ଖେଳିଥିଲା। ପରେ ହଠାତ୍ ଏକ ଧଳା ମାଳି କାମୁଡ଼ି ଧରି ପଳାଇଥିଲା। ଏହା ଭିତରେ ସିଟି ଫରେଷ୍ଟ ରେଞ୍ଜକୁ ହନୁର ଉତ୍ପାତ ବାବଦରେ ଖବର ମିଳିସାରିଥିଲା। ବନ ବିଭାଗର କର୍ମଚାରୀମାନେ ଏକ ନମ୍ବର ହାଟ ନିକଟରେ ପହଞ୍ଚି ହନୁକୁ କାବୁ କରିବାକୁ ଜାଲ ବସାଇଥିଲେ। ବିଚରା ହନୁ ବି ଜାଲରେ ପଡ଼ିଯାଇଥିଲା। ବନ ବିଭାଗର କର୍ମଚାରୀମାନେ ତାକୁ ନେଇ ଚନ୍ଦକା ଜଙ୍ଗଲରେ ଛାଡ଼ିଦେଇଥିଲେ।
0 Comments
Please do not enter any Spam Link in the comment Box ,