AD

ଲଡୁଗାଁ ଭୀର୍କା ପଡ଼ା ଠାରେ ରେ ଝାଡ଼ାବାନ୍ତି ରେ ୩ ଆକ୍ରାନ୍ତ ll


 କଳାହାଣ୍ଡି ଜିଲ୍ଲା  କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ ର ଭିରକାପଡା ରେ ବିଗତ ଏକ ସପ୍ତାହ ହେବ ପଡା ର ଅନେକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ ଚିକିତ୍ସିତ ପରେ ସୁସ୍ଥ ହୋଇଥିଲେ।ତେବେ ଗୁରୁବାର ପୁଣି କିଛିଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଖବର ଆସିବା ପରେ  କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଭିରକାପଡା ଗ୍ରାମ କୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ଲଡୁଗାଁ ସ୍ୱାସ୍ଥ୍ୟ କର୍ମଚାରୀ ପହଞ୍ଚି ଆକ୍ରାନ୍ତ ରୋଗୀ ଙ୍କ ଚିକିତ୍ସା କରିଛନ୍ତି।୩ ଜଣ ଆକ୍ରାନ୍ତ ରୋଗୀ ଧନଞ୍ଜୟ ମାଝୀ(୫୨)ଲକ୍ଷ୍ମୀ ମାଝୀ(୧୮)ଓ ଦ୍ରୁପଦି ମାଝୀ (୪୨) ଙ୍କୁ କୋକସରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର କୁ ଚିକିତ୍ସା ପାଇଁ ପଠାଇଥିବା ଜଣାପଡିଛି।ତେବେ କେଉଁ କାରଣରୁ ଭିରକାପଡା ରେ ଝାଡ଼ାବାନ୍ତି ବ୍ୟାପୁଛି ତାହା ସ୍ପଷ୍ଟ ହୋଇନାହିଁ। ଆଜି ଜନସ୍ୱାସ୍ଥ୍ୟ ଓ ଗ୍ରାମ ପରିମଳ ବିଭାଗ କର୍ମଚାରୀ ଙ୍କୁ ଗାଁ ରେ ରହିଥିବା ପାନୀୟ ଜଳ ଉତ୍ସ ର ପାଣି ନମୁନା ସଂଗ୍ରହ କରି କୁ ବିଶୋଧନ କରାଯିବା ନେଇ ବିଶୋଧନ କରି ଛନ୍ତି ଝାଡ଼ାବାନ୍ତି ବ୍ୟାପୁଥିବା କାରଣ ନେଇ କୋକସରା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼. ତତ୍ୱଦର୍ଶୀ ଦାସ ଙ୍କ ପ୍ରତିକ୍ରିୟା ନେବାରୁ ପୂର୍ବରୁ ମଧ୍ୟ ସେହି ଗ୍ରାମର କିଛି ଲୋକ ଆକ୍ରାନ୍ତ ହୋଇ ଚିକିତ୍ସା ପରେ ଭଲ ହୋଇଥିଲେ। ଆଜି ମଧ୍ୟ ମେଡିକାଲ ଟିମ ଯାଇ ସଚେତନ କରିଛନ୍ତି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଉଛି ବୋଳି କହିଛନ୍ତି।
 

Post a Comment

0 Comments